Tuesday, May 13, 2025 04:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ବିଜେପିକୁ ଏକାଠି କରିଦେଲେ

by Our Correspondent
27 Jun, 2016- 04:10 AM
in Politics
1 min read
0
ବିଜେପିକୁ ଏକାଠି କରିଦେଲେ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର୍‌ଙ୍କ ଗାଡ଼ି ଉପରେ ଆକ୍ରମଣ ବିଜେଡ଼ିକୁ ଜବରଦସ୍ତ ମହଙ୍ଗା ହୋଇଛି । ଆକ୍ରମଣର ପ୍ରତିକ୍ରିୟାରେ ଛାନିଆଁ ହୋଇଯାଇଛନ୍ତି ବିଜେଡ଼ି ନେତା । ଦଳର ମୁହଁ ବଞ୍ଚାଇବା ପାଇଁ ବେପରୁଆ ଭାବେ କିଏ କେଉଁ ବକ୍ତବ୍ୟ ରଖୁଛନ୍ତି ତାହାର ଥଳକୂଳ ରହୁନି । ଘଟଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଗମ୍ଭୀରତାର ସହ ନେଇ ନବୀନଙ୍କୁ ସତର୍କ କରାଇଥିବା ବେଳେ କଟକରେ ଗର୍ଜିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ଅତ୍ୟନ୍ତ ରୁକ୍ଷ ଭାଷାରେ ନବୀନ ସରକାରଙ୍କୁ ସେ ନିନ୍ଦିଛନ୍ତି । ସାହାସ ଅଛି ତ ତାଙ୍କ ଉପରେ ଆକ୍ରମଣ କରନ୍ତୁ ବୋଲି ବିଜେଡ଼ିବାଲାଙ୍କୁ ଆହ୍ୱାନ ଦେଇଛନ୍ତି । ଖାଲି ସେତିକି ନୁହେଁ, ନବୀନ ସରକାର ଉପରେ ପ୍ରତିଶୋଧପରାୟଣ ହୋଇପଡ଼ିଛନ୍ତି ପାରିକର । ଚିଟ୍‌ଫଣ୍ଡ କେଳେଙ୍କାରୀର ସିବିଆଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ଏବଂ ଦିଲ୍ଲୀ ଯାଇ ଆଗ ସେ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିବେ ବୋଲି ଚେତାଇ ଦେଇଛନ୍ତି ।

ପାରିକର୍‌, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶା ଆସିଥିବା ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ନବୀନ ସରକାରଙ୍କ ବିରୋଧରେ କମ୍ପିଛନ୍ତି । ସବୁଠାରୁ ବଡ଼କଥା, ବରଗଡ଼ ଆକ୍ରମଣ ଘଟଣା ବିଜେପିକୁ ପ୍ରବଳ ଶକ୍ତି ଯୋଗାଇଛନ୍ତି । ଦୁର୍ବଳ ସାଂଗଠନିକ ସ୍ଥିତିରେ ଥିବା ବିଜେପିକୁ ସବଳ କରିଦେଇଛି । ବିଜେପି କର୍ମୀମାନେ ଅତ୍ୟଧିକ ଉତ୍ସାହିତ ହୋଇ ନବୀନ ସରକାରଙ୍କ ବିରୋଧରେ ଲଢ଼େଇକୁ ଓହ୍ଲାଇଛନ୍ତି । ସାଧାରଣ ଜନତାଙ୍କ ଅନୁକମ୍ପା ହାସଲ କରି ଶକ୍ତିଶାଳୀ ହୋଇଛନ୍ତି । ବିଜେପି ନେତୃତ୍ୱ ଉପରେ ମନଉଣା କରି ବସିଥିବା ବିଜୟ ମହାପାତ୍ର, କନକ ବର୍ଦ୍ଧନ ସିଂହଦେଓ ଓ ଦିଲ୍ଲୀପ ରାୟଙ୍କ ଭଳି ନେତା ମାନ ଅଭିମାନ ଛାଡ଼ି ବିଜେଡ଼ି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି । ଭୁବନେଶ୍ୱରରେ ଦଳର ଜରୁରୀ କାର୍ଯ୍ୟକାରିଣୀ ବୈଠକରେ ତଥାକଥିତ ଏହି ବରିଷ୍ଠ ଅସନ୍ତୁଷ୍ଟମାନେ ରାଜ୍ୟ ବିଜେପି ନେତୃତ୍ୱ ଓ ଦିଗହରା କର୍ମୀଙ୍କଠାରେ ସବାର ହୋଇ ଶକ୍ତି ଯୋଗାଇଛନ୍ତି । ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼େଇ ପାଇଁ ଏଭଳି ଜମାଣିଆ ମୌକାକୁ ସେମାନେ ହାତଛଡ଼ା କରିନାହାନ୍ତି ଏବଂ ଧର୍ମେନ୍ଦ୍ରଙ୍କ ଶକ୍ତି ଆଗରେ ନିଜର ହୀନମନ୍ୟତା ଛାଡ଼ିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ମନପ୍ରାଣ ଦେଇ ନବୀନ ସରକାରଙ୍କ ବିରୋଧରେ ଲମ୍ଫ ଦେଇଛନ୍ତି ସେମାନେ ।

ବିଜେପି ରଣହୂଙ୍କାର ଆଗରେ ବିଜେଡ଼ି ଉପରକୁ ଫୁଟାଣି ମାରୁଥିଲେ ବି ଲାଙ୍ଗୁଳ ଜାକିଦେଇଛି । ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ କରିବା ଅତ୍ୟନ୍ତ ମୁର୍ଖାମୀ ବୋଲି ଖୋଦ୍‌ ବିଜେଡ଼ି ସୁପ୍ରିମା ଅନୁଭବ କରିଛନ୍ତି । ବରଗଡ଼ରେ ବିଜେପି ବିକାଶ ଉତ୍ସବର ପ୍ରତିବାଦ କ୍ୟାମ୍ପନ୍‌ରେ ନେତୃତ୍ୱ ନେଇଥିବା ମନ୍ତ୍ରୀ ସ୍ନେହାଙ୍ଗୀନ ଛୁରିଆ, ଏମ୍‌ପି ଓ ବିଧାୟକଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମୋ । ଦଳକୁ ଏହା ଯେଭଳି ଡ୍ୟାମେଜ୍‌ କରିଛି ତାହାକୁ ସହଜରେ ବରଦାସ୍ତ କରିପାରୁନାହାନ୍ତି ନବୀନ । ଢ଼େଙ୍କାନାଳରେ ନିଜ ଉପରେ ଏହାର ପ୍ରତିଫଳନ ମୁଖ୍ୟମନ୍ତ୍ରୀଙ୍କୁ ବିବ୍ରତ କରିଛି । ଘଇତା ମରୁ ପଛେ.. ନ୍ୟାୟ ଧରି ପରଷ୍ପର ଭିତରେ ବାଡ଼ିଆପିଟା ହେଉଥିବା ଦଳୀୟ ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ତାଗିଦ୍‌ କରିଦେଇଛନ୍ତି । ବିଜେଡ଼ିର ଜଣଙ୍କ ପରେ ଜଣଙ୍କ କାରନାମା ଦଳର ଭାବମୂର୍ତ୍ତିକୁ ଖାଲି କଳଙ୍କିତ କରୁନାହିଁ ବରଂ ବିଜେପି ନେତାଙ୍କୁ ଏକାଠି କରିବାର ମଉକା ଯୋଗାଉଛି । ଚିଟ୍‌ଫଣ୍ଡ, ମୋତିଲାଲ ଓ ବରଗଡ଼ ଆକ୍ରମଣ ଏହାର ସତ୍ୟତମ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅନୁଭବ ହୋଇଛି ।

୧୬ ବର୍ଷର ଶାସନକାଳ ଭିତରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ବରଗଡ଼ ଘଟଣା ନବୀନଙ୍କୁ ଘାଇଲା କରିଛି । ଦିଲ୍ଲୀ ଦରବାରରେ ତାଙ୍କର ଖାଦି ଖିନ୍‌ଭିନ୍‌ କରି ଗଭୀର ନିନ୍ଦିତ କରିଛି । କେବଳ ବ୍ୟକ୍ତିଗତ ଭାବମୂର୍ତ୍ତି ନୁହେଁ, ଦଳ ପାଇଁ ମଧ୍ୟ ଏହା ମସ୍ତବଡ଼ ଚାଲେଞ୍ଜ ଭାବେ ଛିଡା ହୋଇଛି । ଯେଉଁ ସ୍ତରକୁ ଯାଇ ବିଜେଡ଼ି ନେତାମାନେ ବରଗଡ଼ରେ କାଣ୍ଡ ଭିଆଇଲେ ତାହା ସାରା ରାଜ୍ୟରେ ଦଳୀୟ କର୍ମୀଙ୍କୁ ବି ଅଡୁଆରେ ପକାଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦଳର ଏଭଳି ଇମେଜ୍‌ ବିଜେପିକୁ ଯଥେଷ୍ଟ ପାଇଦା ହୋଇଛି । ବିଜେପି ନେତାମାନେ ଏକାଠି ହୋଇ ସଂଗ୍ରାମକୁ ଓହ୍ଲାଇଛନ୍ତି ।

Previous Post

ଧର୍ମେନ୍ଦ୍ରଙ୍କ ଅବେଳିଆ ଗିଫ୍ଟ ପ୍ୟାକ୍‌

Next Post

କୋଲକତାରେ ଲୁଚିଛନ୍ତି ମୋତିଲାଲ୍‌ !

Next Post
କୋଲକତାରେ ଲୁଚିଛନ୍ତି ମୋତିଲାଲ୍‌ !

କୋଲକତାରେ ଲୁଚିଛନ୍ତି ମୋତିଲାଲ୍‌ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA