Sunday, May 10, 2026 08:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ମିଶିଲେ ସିନ୍ଧିଆ, ଅମିତ୍ ଶାହା ରହିଲେନି

by Our Correspondent
11 Mar, 2020- 04:16 PM
in Latest News, National, News, Politics
1 min read
0
ବିଜେପିରେ ମିଶିଲେ ସିନ୍ଧିଆ, ଅମିତ୍ ଶାହା ରହିଲେନି
ନୂଆଦିଲ୍ଲୀ: ଶେଷରେ ଦଳୀୟ ଔପଚାରିକତା ପୂରଣ କଲେ । ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପିରେ ତାଙ୍କର ଯୋଗଦାନ ଗତକାଲିଠାରୁ ସ୍ପଷ୍ଟ ହୋଇଥିଲା । ମାତ୍ର ସମୟ ସ୍ଥିର ନ ଥିଲା । ଆଜି ଦିନ ୧୨ଟାରେ ସେ ବିଜେପିରେ ଯୋଗ ଦେଉଥିବା ସକାଳୁ ପ୍ରଚାର ହୋଇଥିଲା । ପରେ ଏହା ସାଢ଼େ ୧୨ଟା ବୋଲି ଶୁଣାଗଲା । ଶେଷରେ ଦିନ ଦୁଇଟା ନିଧାର୍ଯ୍ୟ ସମୟ ବୋଲି କୁହାଗଲା । ତେବେ ୨ଟା ୪୫ ମିନିଟ୍ ରେ ଜ୍ୟୋତିରାଦିତ୍ୟ ବିଜେପି ଅଫିସ୍ ରେ ପହଞ୍ଚି ମୁଖିଆ ଜେ.ପି.ନଡ୍ଡାଙ୍କଠାରୁ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ପଦାଧିକାରୀ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ମଧ୍ୟ ଅମିତ୍ ଶାହା ଆସି ନ ଥିଲେ ।
ବିଜେପି ପରିବାରକୁ ଜ୍ୟୋତିରାଦିତ୍ୟଙ୍କୁ ସ୍ୱାଗତ କରିଥିଲେ ଶ୍ରୀ ନଡ୍ଡା । ଏହି ଅବସରରେ ଜନସଂଘ ଓ ବିଜେପିର ଆଦର୍ଶ ଓ ବିଚାରାଧାରା ବଢ଼ାଇବାରେ ତାଙ୍କ ଜେଜେମାଆ ରାଜମାତା ସିନ୍ଧିଆଙ୍କୁ ସ୍ମରଣ କରିଥିଲେ ନଡ୍ଡା । ଜ୍ୟୋତିରାଦିତ୍ୟଙ୍କ ଠାରୁ ଦେଶ ବହୁତ କିଛି ଆଶା ରଖୁଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି, ଅମିତ୍ ଶାହା ଓ ନଡ୍ଡା ତାଙ୍କୁ ବିଜେପିକୁ ଆମନ୍ତ୍ରଣ କରିଥିବାରୁ ଜ୍ୟୋତିରାଦିତ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ତାଙ୍କ ଭାଷଣରେ କହିଥିଲେ, ଦୁଇଟି ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇଛି । ୨୦୦୧ ସେପ୍ଟେମ୍ବର ୨୦ରେ ବାପା ମାଧବରାଓ ସିନ୍ଧିଆଙ୍କ ଆକସ୍ମିକ ମୃତ୍ୟୁ ପରେ ରାଜନୀତିକୁ ଆସିଥିଲେ । ୨୦୨୦ ମାର୍ଚ୍ଚ ୧୦ ତାରିଖରେ ବାପାଙ୍କ ୭୫ତମ ଜନ୍ମ ଦିବସରେ ନିଜ ପରିକଳ୍ପନା ସାକାର କରିବାକୁ ନୂଆ ନିର୍ଣ୍ଣୟ ନେଲେ । ରାଜନୀତି ଜନସେବାର ଏକ ମାଧ୍ୟମ ବୋଲି ସେ ବିଶ୍ୱାସ କରନ୍ତି । ୧୮ବର୍ଷ ଧରି ସେ ଯେଉଁ ଦଳରେ କାମ କରୁଥିଲେ ସେହି କଂଗ୍ରେସ ଲୋକଙ୍କ ଆଶା ଓ ବିଶ୍ୱାସକୁ ପୂରଣ କରିବାରେ ବିଫଳ ହୋଇଥିବାରୁ ସେ ଦୁଃଖିତ । ବାସ୍ତବତାକୁ ସ୍ୱୀକାର କରିବାକୁ କଂଗ୍ରେସ ପ୍ରସ୍ତୁତ ନୁହେଁ । ୨୦୧୮ରେ କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିବା ପରେ ରାଜ୍ୟ ପାଇଁ ତାଙ୍କର ଏକ ଭିଜନ୍ ଥିଲା । ମାତ୍ର ସେହି ସ୍ୱପ୍ନ ଧୂଳିସାତ୍ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ଅମିତ୍ ଶାହାଙ୍କ ଦିଗଦର୍ଶନକୁ ଜ୍ୟୋତିରାଦିତ୍ୟ ଭୂରି ଭୂରି ପ୍ରଶଂସା କରି ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ବୋଲି କହିଥିଲେ । ଜନସେବା ଓ ଦେଶର ବିକାଶ ପାଇଁ ସେମାନେ ଦଳରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।
Previous Post

କ୍ଷମତା ମୋହରେ ଅନ୍ଧ ହୋଇଗଲେ ସିନ୍ଧିଆ

Next Post

ରାଜନୀତିରେ ସିନ୍ଧିଆ ଚରିତ୍ର: ଜନସେବା ମିଛ, କ୍ଷମତା ପାଇଁ ସବୁ ନାଟ !

Next Post
ରାଜନୀତିରେ ସିନ୍ଧିଆ ଚରିତ୍ର: ଜନସେବା ମିଛ, କ୍ଷମତା ପାଇଁ ସବୁ ନାଟ !

ରାଜନୀତିରେ ସିନ୍ଧିଆ ଚରିତ୍ର: ଜନସେବା ମିଛ, କ୍ଷମତା ପାଇଁ ସବୁ ନାଟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA