Thursday, April 30, 2026 01:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି-ବିଜେପୁର-ବିଭୀଷଣ

by Our Correspondent
25 Sep, 2017- 09:27 PM
in Latest News, Politics
1 min read
0
ବିଜେଡ଼ି-ବିଜେପୁର-ବିଭୀଷଣ
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଦିବଗଂତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡ଼ି ପ୍ରାର୍ଥୀ ଘୋଷଣା ହେବା ପରେ ବିଜେପୁର ବିଜେଡ଼ି ଶିବିର କମ୍ପମାନ ହୋଇଛି । ସୁଶାନ୍ତ ସିଂ ଓ ସ୍ନେହାଙ୍ଗିନୀ ଛୁରିଆ ଗୋଷ୍ଠୀ ମଧ୍ୟରେ ଲାଗିଛି ଛକାପଂଝା । ଛୁରିଆଙ୍କ ଖାସ୍ ପ୍ରଭାତ ଆଦିତ୍ୟ ମିଶ୍ର ବିଦ୍ରୋହର ସଙ୍କେତ ଦେଇଥିବା ବେଳେ ଅପରଗୋଷ୍ଠୀ ତାଙ୍କୁ ଚେକ୍ ଦେବା ଯୋଜନା କରୁଛନ୍ତି । ସେପଟେ ବିଜେଡ଼ି କଳିରୁ ଫାଇଦା ନେବାକୁ ଚାଲ୍ ଖେଳିଛନ୍ତି ନିଲମ୍ବିତ ନେତା ଅଶୋକ ପାଣିଗ୍ରାହୀ । ନବୀନଙ୍କୁ ଚିଠି ଲେଖି କଡ଼ା ସମାଲୋଚନା କରିବା ସହ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିହାଇବା ପାଇଁ ଗୁଗୁଲି ଛାଡ଼ିଛନ୍ତି । ଗତ ନିର୍ବାଚନରେ ସେ ସ୍ୱାଧୀନ(ବିଜେଡ଼ି ବିଦ୍ରୋହୀ) ପ୍ରାର୍ଥୀ ଥିଲେ ମଧ୍ୟ ତାଙ୍କ ପ୍ରତି ନବୀନଙ୍କର ସମର୍ଥନ ଥିବା ଉଲ୍ଲେଖ କରି ପ୍ରସନ୍ନଙ୍କ ମନରେ ବିଷ ଛାଡ଼ିଛନ୍ତି ।
ବରଗଡ଼ ଜିଲ୍ଲାରେ ବିଜେଡ଼ି ମୁଖ୍ୟତଃ ଚାରିଗୋଷ୍ଠୀ ଦ୍ୱାରା କବଳିତ । ଆଚାର୍ଯ୍ୟ ପରିବାର, ବିଜୟରଂଜନ ସିଂ ବରିହା, ସୁଶାନ୍ତ ସିଂ ଓ ସ୍ନେହାଙ୍ଗୀନ ଛୁରିଆଙ୍କର ଜିଲ୍ଲାରେ ସମାନ୍ତରାଳ ରାଜ୍ । ସମସ୍ତେ ଗୋଟେ ଗୋଟେ ମୁଣ୍ଡି, ପାୱାର ସେଣ୍ଟର । ତେବେ ବିଜେପୁରରେ ଆଚାର୍ଯ୍ୟ ପରିବାର ଓ ସୁଶାନ୍ତ ସିଂଙ୍କର ଦବଦବା ଅଧିକ । ବିଜେପୁର ଉପନିର୍ବାଚନରେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ନେହାଙ୍ଗିନୀ ଛୁରିଆ ଚାହିଁଥିଲା ବେଳେ ସୁଶାନ୍ତ ସିଂ କିନ୍ତୁ ସୁବଳ ସାହୁଙ୍କ ପରିବାର ଆଡେ ଆଖି ପକାଇଥିଲେ । ସୁବଳଙ୍କ ମୃତ୍ୟୁ ପରେ ଅନୁକମ୍ପା ଭୋଟ ହାସଲ ଲକ୍ଷ୍ୟରେ ତାଙ୍କ ପରିବାରକୁ ବିଜେଡ଼ିରେ ମିଶାଇବା ଯୋଜନା ପାୱାରଫୁଲ୍ ପ୍ରଣବ ପ୍ରକାଶ(ବବି)-ସୁଶାନ୍ତଙ୍କ ଯୋଡିରୁ ଆରମ୍ଭ ହୋଇଥିଲା । ବିଜେପିକୁ ମାତ୍ ଦେଇ ସେମାନେ ଯୋଜନାରେ ସଫଳ ହୋଇଛନ୍ତି । ତେବେ ଏହି ମିସନ୍ ରେ ସେମାନେ ବିଜେପୁର ବିଜେଡ଼ି ନେତାଙ୍କୁ ସାମିଲ କରିନାହାନ୍ତି କି କାହାରି ସହ କଥା ହୋଇନାହାନ୍ତି ବୋଲି ଅଭିଯୋଗ ହେଉଛି । ପ୍ରଭାତ ଆଦିତ୍ୟ ମିଶ୍ର ଏଥିରେ ବେଶୀ ଉତକ୍ଷିପ୍ତ ହୋଇଛନ୍ତି । ଉପନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ପାଗ ଭିଡ଼ିଥିଲା ବେଳେ ସୁବଳଙ୍କ ପରିବାରର ଏଣ୍ଟ୍ରି କୁ ସେ ସହ୍ୟ କରିନାହାନ୍ତି । ନିଜ ସମର୍ଥକଙ୍କୁ ଧରି ବିଦ୍ରୋହ ଡାକରା ଦେଇଛନ୍ତି । ତେବେ ଦଳର ବରିଷ୍ଠ ନେତାମାନେ ଏହାକୁ ଗୁରୁତ୍ୱ ଦେଇନାହାନ୍ତି । ପ୍ରଭାତଙ୍କୁ ମନେଇବାରେ ଅସୁବିଧା ନାହିଁ ବୋଲି ସେମାନେ କହିଛନ୍ତି ।
ସେପଟେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି । ଗତ ନିର୍ବାଚନରେ ବିଜେଡ଼ି ତାଙ୍କୁ ପ୍ରାର୍ଥୀ ନ କରିବାରୁ ସେ ସ୍ୱାଧୀନ ଭାବେ ଲଢ଼ି ୧୮ ହଜାର ଭୋଟ ପାଇଥିଲେ । ସଂଗଠନରେ ଏହା ତାଙ୍କର ଦବଦବା ଦେଖାଇଥିଲା । ବିଜେଡ଼ିରୁ ସେ ନିଲମ୍ବିତ ହୋଇଥିଲେ ମଧ୍ୟ ଉପନିର୍ବାଚନରେ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆଜି ସୁପ୍ରିମୋଙ୍କୁ ଚିଠି ଲେଖିଛନ୍ତି । ସୁବଳଙ୍କ ପରିବାର ଲୋକଙ୍କୁ ବିଜେଡ଼ି ପ୍ରାର୍ଥୀ କରିବା ସମଗ୍ର ନିର୍ବାଚନମଣ୍ଡଳୀର ବିଜୁପ୍ରେମୀଙ୍କୁ ଆଘାତ ଦେଇଛି । ଏହା ବିରୋଧରେ ସଂଗ୍ରାମ ଆଗକୁ ବଢ଼ାଇବାକୁ ସେ ସଂକଳ୍ପ ନେଇଛନ୍ତି । ଚିଠିରେ ବିଜୁଙ୍କ ନାଁ ନେଇ ଅଶୋକ ପାଣିଗ୍ରାହୀ ନବୀନଙ୍କୁ ବ୍ଲାକମେଲିଂ କରିଥିବା ବେଳେ ଦଳକୁ ଫଟାଇବା ଯୋଜନା କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଅଶୋକ ବିଜେପିରେ ଯୋଗଦେଉଥିବା ନେଇ ବହୁ ପୂର୍ବରୁ ଚର୍ଚ୍ଚା ହେଉଛି । ବିଜେପି ତାଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରୁଥିବା କୁଆଡେ ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି । ତେବେ ଏତିକିବେଳେ ଅଶୋକ ନିଜକୁ ବିଜୁ ଓ ବିଜେଡ଼ିପ୍ରେମୀ ଦେଖାଇ ଚିଠି ଲେଖିବା ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ, ଗତ ନିର୍ବାଚନରେ ବିଜେପୁରରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇବା ପାଇଁ ଖୋଦ୍ ନବୀନ ପରୋକ୍ଷରେ ସମର୍ଥନ କରୁଥିବା କହି ସେ ବିଜେଡ଼ିରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । ଦଳର ହାଇ ପ୍ରୋଫାଇଲ୍ ସାଂସଦଙ୍କ ଇଙ୍ଗିତ ଓ ଆର୍ଶିବାଦରେ ଅଶୋକ ଘରଭଙ୍ଗା ଚାଲ୍ ଖେଳିଥିବା ଜଣେ ପୂର୍ବତନ ମନ୍ତ୍ରୀ କହିଛନ୍ତି ।
ସେ ଯାହା ହେଉ, ବିଜେପୁରରେ ବିଜେଡ଼ିର ଅର୍ନ୍ତଦ୍ୱନ୍ଦ ଆଜିକାର ନୁହେଁ, ବହୁ ପୁରୁଣା ରୋଗ । ବିଭିନ୍ନ ଗୋଷ୍ଠୀର ନେତାମାନେ ନିଜର ପତିଆରା ରଖିବା ଖେଳ ଖେଳି କଂଗ୍ରେସର ସୁବଳ ସାହୁଙ୍କୁ କ୍ରମାଗତ ତିନିଥର ଧରି ବାଜି ଜିତାଇଛନ୍ତି । ତେଣୁ ନବୀନଙ୍କ ପାଇଁ ଦଳୀୟ ଅର୍ନ୍ତଦ୍ୱନ୍ଦ ନୂଆ ହୋଇ ନ ଥିବାରୁ ଉପନିର୍ବାଚନ ପ୍ରାର୍ଥୀତ୍ୱକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ କମ୍ ଚିନ୍ତାର ବିଷୟ ହୋଇଛି । ବରଂ ଦଳର ବିଭୀଷଣଙ୍କ ଚାଲ୍ ଏବଂ ବିଜେପିର ପ୍ରାର୍ଦୁଭାବ ତାଙ୍କୁ ଅଧିକ ଚିନ୍ତାରେ ପକାଇଛି । ସୁବଳଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟରେ ଜିତାପଟ୍ ତାଙ୍କ ପାଇଁ ଏତେ ସହଜ ନୁହେଁ ବୋଲି କୁହାଯାଉଛି ।
Previous Post

ନିଜ ବାଣରେ ନିଜେ ଘାଇଲା

Next Post

ଏଟି ଲିଙ୍କ୍: ଓଟିଭିକୁ ସିବିଆଇ ମାଫ୍ !

Next Post
ଏଟି ଲିଙ୍କ୍: ଓଟିଭିକୁ ସିବିଆଇ ମାଫ୍ !

ଏଟି ଲିଙ୍କ୍: ଓଟିଭିକୁ ସିବିଆଇ ମାଫ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA