ଭୁବନେଶ୍ୱର: ୧୪ ଦିନ ପରେ ଭୁବନେଶ୍ୱରକୁ ଫେରିଛି କରୋନା ସଂକ୍ରମଣ । ମଧୁସୂଦନ ନଗରର ଜଣେ ୭୭ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ବଡ଼କଥା ହେଉଛି, ମଧୁସୂଦନ ନଗରର ୪୧ ନଂ ପୂର୍ବ ଆକ୍ରାନ୍ତଙ୍କ ସେ ନିକଟ ସମ୍ପର୍କୀୟ । ପୂର୍ବରୁ ୪୯ ଏବଂ ୫୦ ନଂ ଆକ୍ରାନ୍ତ ମଧ୍ୟ ମଧୁସୂଦନ ନଗର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।
ଆଜିର କେସ୍ କୁ ମିଶାଇ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହୋଇଥିବା ବେଳେ ରାଜ୍ୟରେ ସଂଖ୍ୟା ୧୧୯ ରେ ପହଞ୍ଚିଛି ।
ଶେଷଥର ପାଇଁ ଗତ ୧୪ ତାରିଖରେ ଭୁବନେଶ୍ୱର ବମିଖାଲରୁ ୩ ଜଣ ଏବଂ ଝାରପଡ଼ାରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ସଟ୍ ଡାଉନ୍ ଏବଂ କଣ୍ଟେନମେଣ୍ଟ ଜୋନ୍ ଭଳି କଡ଼ା ପଦକ୍ଷେପ ପରେ ତାପରଠାରୁ ଭୁବନେଶ୍ୱରରେ ଆଉ ପଜିଟିଭ୍ କେସ୍ ଆସି ନ ଥିଲା । ଏବେ ପୁରୁଣା ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ସଂକ୍ରମିତ ହୋଇଥିବାରୁ ଭୁବନେଶ୍ୱରକୁ ନେଇ ଚିନ୍ତା ପୁଣି ବଢ଼ିଛି । ଅର୍ଥାତ୍ ଭୁବନେଶ୍ୱରରୁ କରୋନା ବିପଦ ଟଳିନାହିଁ ।