Sunday, May 31, 2026 11:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମଦ ବିକ୍ରି ଏମିତି ହୁଅନ୍ତାନି ?

by Our Correspondent
06 May, 2020- 06:33 PM
in Latest News, News
1 min read
0
ମଦ ବିକ୍ରି ଏମିତି ହୁଅନ୍ତାନି ?
Spread the love
ଦେଢ଼ ମାସ ହେବ ସାରା ଦେଶରେ ପଡ଼ିଛି ତାଲା ।  ଧୀରେ ଧୀରେ ତାଲା ଖୋଲିବାକୁ ଲକ୍ ଡାଉନ୍ 3.0ରେ ସରକାର କିଛିଟା କୋହଳ ପଦକ୍ଷେପ ନେଇଛନ୍ତି । କିନ୍ତୁ କରୋନାର ପ୍ରଭାବ କମିବା ବଦଳରେ ବଢ଼ି ବଢ଼ି ଚାଲିଛି । ଏଭଳି ସ୍ଥିତିରେ କିନ୍ତୁ ଚର୍ଚ୍ଚାର ସର୍ବାଗ୍ରେ ରହିଛି ‘ମଦ’ । କାହିଁକି ମଦକୁ ନେଇ ସବୁଠି ଏତେ ଚର୍ଚ୍ଚା ? କାହିଁକି ମଦ ଦୋକାନ ଆଗରେ ମେଲଣ ? କାହିଁକି ମଦ୍ୟ ସେବନକାରୀ ଓ ସରକାରଙ୍କୁ ଏତେ ସମାଲୋଚନା ?
ମଦର ସାମାଜିକ ଏବଂ ସ୍ୱାସ୍ଥ୍ୟଗତ ଅନର୍ଥ ଠାରୁ ଯଦି ଆର୍ଥିକ ଦିଗ ଭାରି ପଡୁଛି, ତେବେ ବୁଝିବାକୁ ହେବ ଯେ, ମଦ ବିନା ଦୁନିଆ ଚାଲିବା ଅସମ୍ଭବ । ଯାହା କରୋନା ମହାମାରୀ ବେଳେ ପ୍ରମାଣିତ ହୋଇଗଲା । ତେଣୁ ଏଥିରୁ ବୁଝିବାକୁ ହେବ ଯେ, ‘ମଦ’ ପ୍ରତି ଲୋକଙ୍କ ଯେତିକି ଆସକ୍ତି ରହିଛି,  ସରକାରଙ୍କର ମଧ୍ୟ ସେହି ସମାନ ପରିମାଣରେ ଆଡିକ୍ଟେଡ୍ । ତେଣୁ ଏଭଳି ସ୍ଥିତିରେ ‘ମଦ’ ବିକ୍ରି ଏବଂ ‘ମଦ’ ବ୍ୟବହାର ଉପରେ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ଏକ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ମିଡ୍ ଡେ ଓଡ଼ିଶା , ଏ କ୍ଷେତ୍ରରେ କିଛିଟା ପ୍ରସ୍ତାବ ଉପସ୍ଥାପନ କରୁଛି ।
  • ମିଡିଲ୍ ମ୍ୟାନଙ୍କୁ ହଟାଇ ସରକାର(ଅବକାରୀ ବିଭାଗ), ପ୍ରତ୍ୟକ୍ଷ ଭାବେ ମଦ ବିକ୍ରିକୁ ପରିଚାଳନା କରନ୍ତୁ । ଅର୍ଥାତ୍ ପ୍ରଥମେ ମଦ ବ୍ୟବସାୟୀଙ୍କ ଠାରୁ ଲାଇସେନ୍ସ ପ୍ରତ୍ୟାହାର କରାଯାଉ ।
  • ମଦ ବିକାକିଣାରେ ହାର୍ଡ କ୍ୟାସ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । କେବଳ ଇ-ମନିରେ ହିଁ ମଦ କାରବାର କରାଯାଉ ।
  • ମଦ ପିଇବାକୁ ଚାହୁଁଥିବା ଲୋକଙ୍କ ପାଇଁ, ଅବକାରୀ ବିଭାଗ ସହ ସେମାନଙ୍କ ଆଧାର କାର୍ଡ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଉ ।
ମଦ ବିକ୍ରିରେ ଲାଇସେନ୍ସ ପ୍ରତ୍ୟାହାର କରି ମିଡିଲ୍ ମ୍ୟାନଙ୍କୁ ହଟାଇ ଦେଲେ ସମ୍ପୂର୍ଣ୍ଣ ଲାଭ ସରକାର ପାଇବେ । ଆଧାର କାର୍ଡ ଲିଙ୍କ୍ ବ୍ୟବସ୍ଥା କରାଗଲେ ନାବାଳକଙ୍କୁ ମଦ ଠାରୁ ଦୂରେଇ ରଖାଯାଇ ପାରିବ । ସରକାର ମଧ୍ୟ, ଭୁବନେଶ୍ୱରରେ ବସି, ରାଜ୍ୟରେ କେତେ ମଦ୍ୟ ସେବନକାରୀ ଅଛନ୍ତି ଏବଂ ଦୈନିକ କେତେ ମଦ ବିକ୍ରି ହେଲା ତାହା ଜାଣି ପାରିବେ ।
ତେବେ ଆଧାର କାର୍ଡ ଲିଙ୍କ୍ କରି କେମିତି ମଦ ବିକିବେ ସରକାର ? ଏଥି ପାଇଁ ସରକାରଙ୍କୁ ହିଁ ସବୁ ସ୍ଥାନରେ ନିଜସ୍ୱ ମଦ କାଉଣ୍ଟର୍ ଖୋଲିବାକୁ ପଡ଼ିବ । ପ୍ରତ୍ୟେକ ବ୍ୟକ୍ତିଙ୍କ ଆଧାର କାର୍ଡ, ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ସହ ଲିଙ୍କ୍ ହୋଇଛି । କାଉଣ୍ଟର୍ ରେ ଏକ କମ୍ପ୍ୟୁଟର୍ ରଖାଯିବ । ଗ୍ରାହକଙ୍କୁ ସେଠାକୁ ଯାଇ ପ୍ରଥମେ ସେମାନଙ୍କ ଆଙ୍ଗୁଠି ଛାପ ଦେବାକୁ ପଡ଼ିବ । ଡିସପ୍ଲେରେ ସେମାନେ ନିଜ ପସନ୍ଦର ବ୍ରାଣ୍ଡକୁ ଟଚ୍ କରିବା ମାତ୍ରେ, ସେମାନଙ୍କ ଆକାଉଣ୍ଟରୁ ସଂପୃକ୍ତ ମଦର ମୂଲ୍ୟ କଟିଯାଇ, ସରକାରଙ୍କ ଆକାଉଣ୍ଟକୁ ଚାଲିଯିବ । ଆଉ ସେଠାରେ ବସିଥିବା  ସରକାରଙ୍କ ଦ୍ୱାରା ନିଯୁକ୍ତ ସେଲ୍ସମ୍ୟାନ୍, ଗ୍ରାହକଙ୍କୁ ସସମ୍ମାନେ ଧରାଇ ଦେବେ ତାଙ୍କ ପସନ୍ଦର ବୋତଲ ।
ଆଧାର କାର୍ଡ କାରବାର ମାଧ୍ୟମରେ ସରକାର ମଧ୍ୟ ଲୋକଙ୍କ ମଦ ପିଆକୁ ନିୟନ୍ତ୍ରଣ କରିପାରିବେ । ଉଦାହରଣ ସ୍ୱରୂପ, ଜଣେ ବ୍ୟକ୍ତିଙ୍କୁ ଦିନକୁ ଯଦି କେବଳ ଗୋଟିଏ ନିବ୍ ବା 180 ML ମଦ କିମ୍ବା 650 MLର ବିଅର୍ ପାଇଁ ଅନୁମତି ଦିଆଯାଏ… ଥରଟେ ଆଙ୍ଗୁଠି ଛାପ ଦେଇ କାଉଁଟରରୁ ମଦ ନେବା ପରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ତାହା ଆଉ କାର୍ଯ୍ୟକାରୀ ନହେଉ, ଅର୍ଥାତ୍ ମଦ ଉଦ୍ଦେଶ୍ୟରେ ସଂପୃକ୍ତ ଗ୍ରାହକଙ୍କ  ଆଙ୍ଗୁଠି ଛାପ 24 ଘଣ୍ଟା ପାଇଁ Deactive ହୋଇଯାଉ । ବଡ଼ ବଡ଼ ହୋଟେଲ୍ ଏବଂ ବାର୍ ଗୁଡ଼ିକ କ୍ଷେତ୍ରରେ ମଧ୍ୟ ଏହି ପଦ୍ଧତି ଆପଣାଯାଉ । ଆଧାର କାର୍ଡ ଲିଙ୍କ୍ ପରିସରକୁ  ସରକାର, କେବଳ ବିଦେଶୀ ମଦକୁ ନୁହେଁ, ଦେଶୀ ମଦକୁ ମଧ୍ୟ ଆଣନ୍ତୁ । ଏହି ପଦ୍ଧତି ଦ୍ୱାରା  କଳାବଜାରୀକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିବ । ତେବେ ନକଲି କ୍ଷେତ୍ରରେ ସରକାରଙ୍କୁ ଅଧିକରୁ ଅଧିକ କଡ଼ା ପଦକ୍ଷେପ ନେବାକୁ ପଡ଼ିବ ।
ଆଧାର କାର୍ଡ ଲିଙ୍କରେ ମଦ ବିକ୍ରି ହେଲେ, ଗ୍ରାହକଙ୍କ ବାବଦରେ ସବିଶେଷ ତଥ୍ୟ ସରକାର ପାଇପାରିବେ । ସଂପୃକ୍ତ ବ୍ୟକ୍ତି ଦୈନିକ, ନା ସପ୍ତାହକୁ ଥରେ, ନା 15 ଦିନେ, ନା ମାସକରେ ଥରେ ମଦ ପିଉଛନ୍ତି ତାହା ସରକାର ଜାଣିପାରିବେ । ସେହି ଆଧାରରେ, ସଂପୃକ୍ତ ବ୍ୟକ୍ତି ରିହାତିମୂଳକ ସରକାରୀ ଯୋଜନାରେ ସାମିଲ୍ ହେବେ କି ନାହିଁ, ତାହା ସ୍ଥିର କରାଯାଉ । ଯଦି ଜଣେ ବ୍ୟକ୍ତି, ମଦ ପାଇଁ ଦୈନିକ ଅତି କମରେ 2 ଶହ ଟଙ୍କା ଖର୍ଚ୍ଚ କରି ପାରୁଛନ୍ତି, ତେବେ ତାଙ୍କୁ କିମ୍ବା ତାଙ୍କ ପରିବାରକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ୍, ଭତ୍ତା ଏବଂ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା କେଉଁଠି ରହୁଛି ? ଇନ୍ଧନ ଗ୍ୟାସ୍ ବାବଦରେ ସେ ପାଉଥିବା ସବସିଡି କାହିଁକି ବନ୍ଦ କରାନଯିବ ? ଯାହା ପ୍ରକାରାନ୍ତରେ ସରକାରଙ୍କ ଆର୍ଥିକ କ୍ଷମତାକୁ ମଧ୍ୟ ମଜଭୁତ୍ କରିବ ।
ଆମର ମତ, ଆଧାର ଲିଙ୍କରେ ମଦ ବିକ୍ରି ପାଇଁ ସମୟ କଟକଣା ରଖିବାର କୌଣସି ଆବଶ୍ୟକତା ନାହିଁ । 24*7 କାଉଣ୍ଟର୍ ରେ ମଦ ବିକ୍ରି କରାଗଲେ କିଛି ଅସୁବିଧା ନାହିଁ । 2006 ର ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ୍ ଅନୁଯାୟୀ, ‘ମଦ’ ଭାରତରେ ‘ଖାଦ୍ୟ’ ଶ୍ରେଣୀଭୁକ୍ତ । ତେବେ କରୋନା ମହାମାରୀ ବେଳେ ଏହାର ବ୍ୟବହାର ଏବଂ ଏଥିପ୍ରତି ଲୋକଙ୍କ ଆସକ୍ତିକୁ ଯଦି ଦେଖିବା, ତେବେ ଏହାକୁ ‘ଅତ୍ୟାବଶ୍ୟକ ସାମଗ୍ରୀ’ ଶ୍ରେଣୀଭୁକ୍ତ କରାଗଲେ, କିଛି ଭୁଲ ହେବନି । ତେଣୁ ସରକାର, ଆଇନରେ ସଂଶୋଧନ ଆଣି, ମଦ ବିକ୍ରିକୁ ଆଧାର ଲିଙ୍କ୍ ଆଧାରିତ କରିପାରିବେ । ଏହି ବୈଷୟିକ ପଦ୍ଧତି ଦ୍ୱାରା ସରକାର, ମଦ ବିକ୍ରି ଏବଂ ଲୋକଙ୍କ ଦ୍ୱାରା ତାହାର ବ୍ୟବହାରକୁ ସିଧାସଳଖ ନିୟନ୍ତ୍ରଣ କରିପାରିବେ, ଯାହା ପରୋକ୍ଷରେ ସାମାଜିକ ସମସ୍ୟାକୁ ଅନେକ ମାତ୍ରାରେ ମଧ୍ୟ କମାଇ ପାରିବ ।
Previous Post

ରୋଗ ଥିଲା, କରୋନା ମାରିଦେଲା

Next Post

ସୁରତରୁ ଜଗତସିଂହପୁର ଆସିଲା କରୋନା

Next Post
ସୁରତରୁ ଜଗତସିଂହପୁର ଆସିଲା କରୋନା

ସୁରତରୁ ଜଗତସିଂହପୁର ଆସିଲା କରୋନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA