Monday, May 18, 2026 06:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ୍ତ୍ରୀ ଲଡୁ ଖାଇଲେ ସମୀର

by Our Correspondent
27 Jan, 2016- 03:35 AM
in Politics
1 min read
0
ମନ୍ତ୍ରୀ ଲଡୁ ଖାଇଲେ ସମୀର

ଭୁବନେଶ୍ୱର() ନିମାପଡ଼ାର କୁହାଳିଆ ବିଧାୟକ ତଥା ବିଜେଡ଼ିର ଅନ୍ୟତମ ତୁଣ୍ଡ ସମୀର ଦାଶଙ୍କ ନିଦ ହଜିଯାଇଛି । ଦୁଃଖରେ ନିଦ ହଜିନି ତାଙ୍କର । ମନରେ ଏତେ ଖୁସି ଓ ଆନନ୍ଦ ଯେ ସେସବୁ ସ୍ୱପ୍ନ ରୂପରେ ଟହଲ ମାରୁଛନ୍ତି ସମୀରଙ୍କ ଆଖିରେ । ବେଡ୍‍ ରେ ପଡ଼ିଲା କ୍ଷଣି ଆଖି ଆଗରେ ଖାଲି ନାଲିବତୀ ବୁଲୁଛି । ସେଇ ନାଲିବତୀର ଚମକ ସମୀରଙ୍କ ନିଦ ଛଡ଼ାଇ ନେଇଛି । ଆଗରୁ ବେଳେ ବେଳେ ଏମିତି ସମସ୍ୟା ଥିଲା ମାତ୍ର ଦୁଇଦିନ ହେଲା ବେଶୀ ହୋଇଛି । ଖାସ୍‍ କରି ୯ ବିଧାୟକଙ୍କୁ ନାଲିବତୀ ମନା ହେବା ପରେ ସମୀରଙ୍କ ସ୍ୱପ୍ନ ଲହଡ଼ି ମାରିବା ଆରମ୍ଭ କରିଛି ।

ନୃସିଂହ ଚରଣ ସାହୁ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମହେଶ ସାହୁ, ବଳଭଦ୍ର ମାଝୀ ଓ ଶଶୀଭୂଷଣ ବେହେରାଙ୍କ ଭଳି ବରିଷ୍ଠ ବିଧାୟକମାନେ ମନ୍ତ୍ରୀ ପଦ ପାଇବାକୁ ହାତ ଟେକି ବସିଥିଲେ । ମାତ୍ର ଚତୁର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦରେ ବସାଇ ଶାନ୍ତ୍ୱନାମୂଳକ ଭାବେ ନାଲିବତୀ ଧରାଇ ଦେଇଛନ୍ତି । ଅତଏବ ପରବର୍ତ୍ତୀ ସମ୍ପ୍ରସାରଣର ସମ୍ଭାବ୍ୟ ତାଲିକାରୁ ସେମାନେ ବାଦ୍‍ ପଡ଼ିଯାଇଛନ୍ତି । ମନ୍ତ୍ରୀ ଲବିରେ ସେମାନଙ୍କୁ ଆଉ ଦେଖିବାକୁ ମିଳିବନି କି ନବୀନ ନିବାସରେ ଅଳି କରିବେ ନାହିଁ । ତେବେ ଆଶାୟୀ ମନ୍ତ୍ରୀଙ୍କ ତାଲିକା କାଟଛାଣ୍ଟ ହୋଇଗଲା ପରେ ସମୀର ଦାଶଙ୍କ ଖୁସି କହିଲେ ନ ସରେ । ମନ୍ତ୍ରୀ ପଦକୁ ଖୁବ୍‍ ପାଖରୁ ଦେଖିଲେଣି ସେ ।

ସମୀରଙ୍କ ମନର ଆନନ୍ଦ ସୋମବାର ଦିନ ସଚିବାଳୟରେ ଦେଖିବାକୁ ମିଳିଥିଲା । ଦିନ ସାଢ଼େ ବାର ପାଖାପାଖି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ୯ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ନାଁ ଘୋଷଣା ହେଲା । ସେତେବେଳେ ତୃତୀୟ ମହଲାରେ ଉପସ୍ଥିତ ଥିଲେ ସମୀର । ତାଲିକାରେ ତାଙ୍କ ନାଁ ନ ଦେଖି ସେ ଖୁସିରେ ଅଧୀର ହୋଇପଡ଼ିଲେ । ମନର ଚାପା ଖୁସି କାହା ଆଗରେ ପ୍ରକାଶ କରିବାକୁ ଅତର୍ଚ୍ଛିଆରେ ତଳକୁ ଆସିଲେ । ଆଉ ତଳେ ଉପସ୍ଥିତ ସାମ୍ବାଦିକ ଭାଇମାନଙ୍କୁ ଏ ଖବର ଦେଇ ନିଜର ଆନନ୍ଦ ଜାହିର କଲେ । କହିଲେ ଭାଇ ବଞ୍ଚିଗଲି । ବୁଢ଼ା(ମୁଖ୍ୟମନ୍ତ୍ରୀ) ମୋତେ ସେୟାଡକୁ ଆଡଜଷ୍ଟ୍‍ କରିଦେଇଥିଲେ ସବୁ ସରିଯାଇଥାଆନ୍ତା । କି ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ହୋ । ନାଁକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା । କାମକୁ କିଛି ନୁହେଁ । ସାମ୍ବାଦିକମାନେ ତାଙ୍କର ଅକୁହା କଥାକୁ ଖୋଲିବାକୁ ଚେଷ୍ଟା କଲା ମାତ୍ରେ ସମୀର ଆଉ ପଛକୁ ଚାହିଁଲେ ନାହିଁ । ସ୍ଥାନ, କାଳ ପାତ୍ର ଭୁଲି ଗପି ଚାଲିଲେ ଆଉ ଇଙ୍ଗିତ ଦେଲେ ଯେ ତାଙ୍କ ମନ୍ତ୍ରୀ ହେବାଟା ଥୟ । କେହି ତାଙ୍କୁ ରୋକିପାରିବେନି । ତୃତୀୟ ମହଲାରୁ ସେ ସ୍ପଷ୍ଟ ଇଙ୍ଗିତ ପାଇଗଲେ ବୋଲି ବି କହିବାକୁ ଛାଡ଼ିଲେ ନାହିଁ ସମୀର । ଅତି ଖୁସିରେ କମିଟି ଅଧ୍ୟକ୍ଷ ସଂକ୍ରାନ୍ତୀୟ ଖବର ଉପରେ ଟିଭିବାଲାଙ୍କୁ ଡାକି ବାଇଟ୍‍ ଦେଲେ ସେ ।
ସମୀର ମୂଳରୁ ମନ୍ତ୍ରୀ ପଦର ନିଶା ବଟିକା ଖାଇଛନ୍ତି । ଖାସ୍‍ କରି ଚାଷୀ ଆତ୍ମହତ୍ୟାକୁ ନେଇ ପ୍ରଦୀପ ମହାରଥୀ ବିବାଦ ଘେରକୁ ଆସିଲା ପରଠୁଁ ସମୀରଙ୍କ ଆଶା ଆକାଶ ଛୁଇଁଛି । ସାଙ୍ଗକୁ ସଞ୍ଜୟ ଦାସବର୍ମା ବି ଫସିଛନ୍ତି ରାସନ୍‍ କାର୍ଡ ଘୋଟାଲାରେ । ତାଙ୍କ ଅଙ୍କ କହୁଛି, ବିଧାନସଭା ପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବେ ଏବଂ ସେଥିରେ ଦାମ ଓ ମହାରଥୀ ବାଦ୍‍ ପଡ଼ିବାଟା ଏକଦମ୍‍ ଥୟ । ସଞ୍ଜୟ ବାଦ୍‍ ପଡନ୍ତୁ କି ନ ପଡନ୍ତୁ, ମହାରଥୀ ବାଦ୍‍ ପଡ଼ିଲେ ପୁରୀ ଜିଲ୍ଲା ସମୀକରଣରେ ସେ ହିଁ ହେବେ ମନ୍ତ୍ରୀ । କେହି ଅଟକାଇପାରିବେନି ।

ମନ୍ତ୍ରୀ ଲଡୁ ଖାଇ ସମୀର ଏବେ ମନ୍ତ୍ରୀ ହାବଭାବ ଅଭ୍ୟାସ କଲେଣି । ଦିନଟେ ତାଙ୍କୁ ବର୍ଷେ ପରି ଲାଗିଲାଣି । କେବେ ଆଗାମୀ ବିଧାନସଭା ସରିବ ଏବଂ ସେ ନାଲିବତୀ ଚଢ଼ି ସଚିବାଳୟ ପ୍ରଥମ କି ଦ୍ୱିତୀୟ ମହଲା ଆସିବେ ସେ ଚିନ୍ତାରେ ସମୀର ଭୋକଶୋଷ ଭୁଲିଗଲେଣି ।

Previous Post

ପ୍ରସାଦ-ଲୁଲୁ ମୁହାଁମୁହିଁ

Next Post

ପ୍ରେସିଡେଣ୍ଟ ମେଡାଲ୍‍ର ମଜାକ୍‍

Next Post
ପ୍ରେସିଡେଣ୍ଟ ମେଡାଲ୍‍ର ମଜାକ୍‍

ପ୍ରେସିଡେଣ୍ଟ ମେଡାଲ୍‍ର ମଜାକ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA