Tuesday, May 19, 2026 07:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାକାଳପଡ଼ା ଡଙ୍ଗା ବୁଡ଼ିରେ ମୃତ୍ୟୁ ସଂଖ୍ୟା ୯

by Our Correspondent
03 Jan, 2019- 10:26 AM
in Latest News, News
1 min read
0
ମହାକାଳପଡ଼ା ଡଙ୍ଗା ବୁଡ଼ିରେ ମୃତ୍ୟୁ ସଂଖ୍ୟା ୯
କେନ୍ଦ୍ରାପଡ଼ା: ମହାକାଳପଡ଼ା ଡଙ୍ଗା ବୁଡ଼ି ଘଟଣାରେ ୯ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆଉ ଜଣେ ଏବେ ବି ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୭ ଜଣ ଶିଶୁ ଅଛନ୍ତି । ସମସ୍ତଙ୍କ ଘର କୁଜଙ୍ଗ ହସିଣା ଗ୍ରାମରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଆହତମାନଙ୍କର ମାଗଣା ଚିକିତ୍ସା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ରାତି ୮ ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । କୁଜଙ୍ଗ ନିକଟ ହସିଣା ଗ୍ରାମର ୫୫ ଜଣ ଲୋକ ନୂଆବର୍ଷର ବଣଭୋଜି ପାଇଁ ମହାକାଳପଡ଼ା ବ୍ଲକ୍ ର ହୁକିଟୋଲାକୁ ଯାଇଥିଲେ । ଭୋଜିସାରି ଫେରୁଥିବା ବେଳେ ମହାନଦୀ ଶାଖା ବତିଘର ନଦୀରେ ଡଙ୍ଗାଟି ବୁଡ଼ିଯାଇଥିଲା । ଡଙ୍ଗାରେ ଥିବା ପୁରୁଷ ଯାତ୍ରୀମାନେ ପାଣିରେ ପହଁରି କୂଳକୁ ଆସିବାରେ ସକ୍ଷମ ହୋଇଥିଲେ ବି ମହିଳା ଓ ଶିଶୁ ଗଭୀର ପାଣିରେ ବୁଡ଼ିଯାଇଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ପ୍ରଶାସନ ଅକ୍ଲାନ୍ତ ଉଦ୍ୟମ କରିଥିଲେ । ନିଜେ ଜିଲ୍ଲାପାଳ ଓ ଏସପି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ କର୍ମଚାରୀଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରିଥିଲେ । ପ୍ରବଳ ଶୀତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ୮ ଜଣଙ୍କ ଶବ ମିଳିବା ପରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳକୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା । ଆଜି ସକାଳୁ ଆଉ ଜଣଙ୍କ ଶବ ଉଦ୍ଧାର କରାଯାଇଥିଲା ।
ସୂଚନା ଅନୁଯାୟୀ, ଡଙ୍ଗାରେ ୧୫ ଜଣ ଯାତ୍ରୀ ବସିବାର କ୍ଷମତା ଥିବା ବେଳେ ବସିଥିଲେ ୫୫ ଜଣ ଯାତ୍ରୀ । ପାଖାପାଖି ୪ ଗୁଣା ଯାତ୍ରୀଙ୍କୁ ନାଉରି କେମିତି ଡଙ୍ଗାରେ ବସାଇବାକୁ ସାହାସ କଲେ ଏବଂ ଯାତ୍ରୀମାନେ ବି ନିର୍ଭୟରେ ବସିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡଙ୍ଗା ଚାଳକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ହସିଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି ।
Previous Post

ସରକାରୀ ଡାଏରୀରେ ଗୁରୁଚଣ୍ଡାଳ ଦୋଷ

Next Post

ଗୋଲଡେନ୍ ବାବା ସାନ୍ନିଧ୍ୟରେ ବିଜେଡ଼ିର ମାଳ ମାଳ ନେତା

Next Post
ଗୋଲଡେନ୍ ବାବା ସାନ୍ନିଧ୍ୟରେ ବିଜେଡ଼ିର ମାଳ ମାଳ ନେତା

ଗୋଲଡେନ୍ ବାବା ସାନ୍ନିଧ୍ୟରେ ବିଜେଡ଼ିର ମାଳ ମାଳ ନେତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA