Friday, April 17, 2026 09:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମାହାଙ୍ଗାରେ ମହଙ୍ଗା ରାଜନୀତି

by Our Correspondent
31 May, 2017- 03:22 PM
in Latest News, Politics
1 min read
1
ମାହାଙ୍ଗାରେ ମହଙ୍ଗା ରାଜନୀତି

ଭୁବନେଶ୍ୱର: ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ହେବାର ଅଳ୍ପ କେଇ ମିନିଟ୍ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ପ୍ରତିକ୍ରିୟା ରଖିଥିଲେ । ଘଟଣାକୁ ସେ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଏଭଳି ହୋଇଛି ବୋଲି କହିଥିଲେ । ମାହାଙ୍ଗା ଘଟଣାରେ ଧର୍ମେନ୍ଦ୍ର ପ୍ରବଳ ଉତ୍ସାହିତ ହୋଇଥିବା ତାଙ୍କ ବୟାନ କହିଥିଲା । ନିଜେ ବୈଜୟନ୍ତ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ ବିଜେଡ଼ିରେ ଗୁଣ୍ଡାରାଜ ବଢ଼ିଥିବା କହିଥିଲେ । ଏସି ରୁମ୍ ରେ ବସି ଦଳକୁ ପରିଚାଳନା କରୁଥିବା ବ୍ୟୁରୋକ୍ରାଟ୍ ଙ୍କ ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ପାଣ୍ଡିଆନ୍ ଙ୍କୁ ଲକ୍ଷ୍ୟ କରି କହିଥିଲେ । ଦୁଇଦିନ ଆଗରୁ ସେ ସମାନ କଥା ଟ୍ୱିଟ୍ କରି ଜଣାଇଥିଲେ । ବିଜେଡ଼ିରେ ଗୁଣ୍ଡାରାଜ ନେଇ ମୋଟାମୋଟି ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ କଥା ଥିଲା ସମାନ ।

ମାହାଙ୍ଗାରେ ତାଙ୍କୁ ବିରୋଧ କରି ଗଣ୍ଡଗୋଳ ହେବ ବୋଲି ବୈଜୟନ୍ତ ଭଲ ଭାବେ ଜାଣିଥିଲେ । ପୂର୍ବଦିନ ରାତିରେ ଜାତିପୋରିଲୋ ଗାଁରେ ପାଣିଟାଙ୍କି ପ୍ରକଳ୍ପ ଉଦଘାଟନ ଫଳକ ଭଙ୍ଗାଯିବା ପରେ ସେ ତାହାକୁ ଚାଲେଂଜ କରିଥିଲେ । ଅଲବତ୍ ପ୍ରକଳ୍ପ ଉଦଘାଟନ କରିବାକୁ ଯିବେ ବୋଲି ଟ୍ୱିଟ୍ କରିଥିଲେ । ସେହି ଅନୁଯାୟୀ ନିଜ ସମର୍ଥକଙ୍କୁ ପ୍ରସ୍ତୁତ କରି ସେଠାକୁ ଗଲେ । ସୁତରାଂ ଯାହା ବି ଘଟିଲା ସବୁଥିଲା ଦୁଇ ପକ୍ଷର ପୂର୍ବ ପ୍ରାୟୋଜିତ । ମନ୍ତ୍ରୀ ପଦ ପାଇଥିବା ପ୍ରତାପ ଜେନାଙ୍କ ସମର୍ଥକ ଗୋଷ୍ଠୀ ମତୁଆଲା ହୋଇ ବୈଜୟନ୍ତଙ୍କୁ ପାନେ ଚଖାଇବାକୁ ପ୍ରସ୍ତୁତ ହୋଇଥିଲେ । ଦଳର ଭାବମୂର୍ତ୍ତି କୁ ଏହା କିଭଳି କ୍ଷତି ପହଞ୍ଚାଇବ ତାହା ନ ଭାବି ଠେଙ୍ଗା, ଚପଲ, ଟେକା ଓ ଅଣ୍ଡା ଉଠାଇଲେ । ବୈଜୟନ୍ତଙ୍କ ସମର୍ଥକ ବି ତାହାର ମୁକାବିଲା କଲେ । ତେବେ ବୈଜୟନ୍ତ ଖରାରେ ସିଝି ଅଣ୍ଡାମାଡ଼ ଖାଇଲେ ବି ତାଙ୍କ ମିସନ୍ କୁ ସଫଳ କରାଇଛନ୍ତି ।

ଘଟଣାବେଳେ ସିରିଡ଼ି ଦର୍ଶନରେ ଥିବା ପ୍ରତାପ ଜେନା ଆଜି ଭୁବନେଶ୍ୱର ଫେରିବା ପରେ ଯେଉଁ ବିବୃତି ଦେଇଛନ୍ତି ତାହା ବୈଜୟନ୍ତଙ୍କ ପ୍ରତି ଥିବା ତାଙ୍କର ରାଗ ସୂଚେଇଛି । ବୈଜୟନ୍ତଙ୍କ ବିରୋଧରେ ଦଳୀୟ ନେତାଙ୍କ ଅସନ୍ତୋଷର ଏହା ପ୍ରତିଫଳନ ବୋଲି ସେ କହିବାକୁ ପଛାଇ ନାହାନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ବୋଲି କହିଛନ୍ତି । ତେବେ ସେଠାରେ କିଏ ବିଶୃଙ୍ଖଳା ସୃଷ୍ଟି କରିଛି ତାହା ମୁଖ୍ୟମନ୍ତ୍ରୀ କହିନାହାନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ଘଟଣାର ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ବୈଜୟନ୍ତ ନିଜକୁ ଦଳର ବରିଷ୍ଠ ନେତା ବୋଲି ଦାବି କରୁଥିଲେ ମଧ୍ୟ ବିଜେଡ଼ିରେ ତାଙ୍କ କାର୍ଯ୍ୟକଳାପ କହୁନି । ତାଙ୍କ ନିଜ ଟିଭି ଚାନେଲ ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରବନ୍ଧ ଓ ଟ୍ୱିଟ୍ ପଢ଼ିଲେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ଜଣାପଡୁଛି । ଏସବୁ ଦୃଷ୍ଟିରୁ ନବୀନ ତାଙ୍କୁ କେବେଠୁଁ ପର କରି ସାରିଲେଣି । ଆଗରୁ ବୈଜୟନ୍ତଙ୍କ କାର୍ଯ୍ୟକଳାପ ନେଇ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ଥିଲେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ସ୍ତାବକ ପାଲଟିବା ପରେ ଅତ୍ୟନ୍ତ ବିଗିଡ଼ି ଯାଇଛନ୍ତି । ଆଉ ବୈଜୟନ୍ତଙ୍କୁ ଦଳରେ ଏକଘରିକିଆ କରିଛନ୍ତି । ପ୍ରତିଶୋଧପରାୟଣ ବୈଜୟନ୍ତ ବିଜେଡ଼ିରେ ଅସ୍ଥିରତା ସୃଷ୍ଟିକୁ ପ୍ରାଥମିକତା ଦେଇଛନ୍ତି । କିଛି ମାସ ତଳେ ମହାକାଳପଡ଼ାରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସମର୍ଥକ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । କଥା ଠେଲାପେଲାରେ ସୀମିତ ଥିଲା । ତାହା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ । ଏବେ ମାହାଙ୍ଗାରେ ବାଡ଼ିଆପିଟା ଅବସ୍ଥା ।

ଏହା ସତ ଯେ ବୈଜୟନ୍ତଙ୍କ ଉପରକୁ ଅଣ୍ଡା ଓ ଚପଲ ମାଡ ଘଟଣା ବିଜେଡ଼ି ରାଜନୀତିକୁ ରୋଚକ ମୋଡ଼ ଦେଇଛି । ଜଣେ ସାଂସଦଙ୍କ ଉପରେ ଏଭଳି ଆକ୍ରମଣକୁ ବିଭିନ୍ନ ସ୍ତରରେ ନିନ୍ଦା କରାଯାଇଛି । ତେବେ ଦଳକୁ ବଦନାମ କରିବା ପାଇଁ ବୈଜୟନ୍ତ ଜାଣିଶୁଣି ଏମିତିକା ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ତାଙ୍କ ବିରୋଧୀମାନେ ଅଭିଯୋଗ କରିଛନ୍ତି । ଏହା ଜରିଆରେ ବିଜୁ ଜନତା ଦଳର ଭୀଷଣ ଆଭ୍ୟନ୍ତରୀଣ କନ୍ଦଳ ରହିଥିବା ବୈଜୟନ୍ତ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିବା ସେମାନେ କହିଛନ୍ତି । ତେବେ ସେ ଯାହା ହେଉ, ମାହାଙ୍ଗା ଘଟଣାରେ ଅଣ୍ଡାମାଡ଼ ଖାଇଥିଲେ ବି ନବୀନଙ୍କ ପତିଆରାକୁ ଚାଲେଞ୍ଜ ଦେବାରେ ସକ୍ଷମ ହୋଇଛନ୍ତି ବୈଜୟନ୍ତ ।

Previous Post

ଧରାପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା

Next Post

ବୈଜୟନ୍ତଙ୍କ ଦ୍ୱିତୀୟ ଟିଭି କନକ !

Next Post
ବୈଜୟନ୍ତଙ୍କ ଦ୍ୱିତୀୟ ଟିଭି କନକ !

ବୈଜୟନ୍ତଙ୍କ ଦ୍ୱିତୀୟ ଟିଭି କନକ !

Comments 1

  1. Deepak Pradhan says:
    9 years ago

    ଆମେ କଥାରେ ନୁହଁ କାର୍ଯ୍ୟରେ ବିଶ୍ବାସ କରୁ ବି.ଜେ.ଡି ଦଳର ସ୍ଳୋଗାନ ଏବେ ସତ୍ୟ ପ୍ରମାଣିତ ହେଲା । ଏମିତି ହେଲେ ନିଜ ସ୍ବାର୍ଥ ପାଇଁ ଦଳ ତ୍ୟାଗ କରୁଥିବା ବା ଚିନ୍ତା କରୁଥିବା ଯେକୌଣସି ଦଳର ଆଗ ଧାଡିର ନେତାକଂ ପ୍ରତି ମହଙ୍ଗା ଘଟଣା ଏକ ଶକ୍ତ ଚେତାବନୀର ଉଦାହରଣ ସୃଷ୍ଟି କରିଛି….

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA