Sunday, May 24, 2026 06:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜନୀତିରେ ସିନ୍ଧିଆ ଚରିତ୍ର: ଜନସେବା ମିଛ, କ୍ଷମତା ପାଇଁ ସବୁ ନାଟ !

by Our Correspondent
11 Mar, 2020- 11:53 PM
in Latest News, News, Politics
1 min read
0
ରାଜନୀତିରେ ସିନ୍ଧିଆ ଚରିତ୍ର: ଜନସେବା ମିଛ, କ୍ଷମତା ପାଇଁ ସବୁ ନାଟ !
ଭୁବନେଶ୍ୱର: ମଧ୍ୟପ୍ରଦେଶର ଗୁନା ସଂସଦୀୟ କ୍ଷେତ୍ରରୁ ଲୋକେ ଚାରି ଚାରି ଥର ଯେଉଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଲୋକସଭା ପଠାଇଥିଲେ ୨୦୧୯ ନିର୍ବାଚନରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ବିଜେପି ପ୍ରାର୍ଥୀଙ୍କଠାରୁ ସେ ଦେଢ଼ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ ହେଲେ । ସେତେବେଳକୁ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସି ସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚେହେରା କହୁଥିବା ସିନ୍ଧିଆ ନିଜ ଗଡ଼କୁ ସମ୍ଭାଳି ପାରିଲେନି । ପରେ ରାଜ୍ୟସଭା ଆସନ ଉପରେ ଆଖି ରଖିଲେ । ହେଲେ କଂଗ୍ରେସରୁ ସେହି ସ୍ୱପ୍ନ ପୂରଣ ହୋଇପାରିବନି ଜାଣିଲା ପରେ ବିଜେପି କୋଳ ଉଣ୍ଡିଲେ । ବିଲେଇ କପାଳକୁ ଶିକା ଛିଣ୍ଡିଲା ଭଳି ଏଭଳି ସୁଯୋଗକୁ ଚାହିଁଥିବା ବିଜେପି ତାଙ୍କୁ ଆବୋରି ନେଲା । ବିଜେପିରେ ମିଶିବାର ୩ ଘଣ୍ଟା ନ ପୂରୁଣୁ ମଧ୍ୟପ୍ରଦେଶରୁ ସିନ୍ଧିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ।
ଜ୍ୟୋତିରାଦିତ୍ୟଙ୍କୁ ଖାଲି ରାଜ୍ୟସଭା ଏମପି କରାଯାଇନି । କୁଆଡ଼େ ମନ୍ତ୍ରୀ ପଦର ପ୍ରତିଶ୍ରୁତି ଦିଆଯାଇଛି । ପ୍ରତିବଦଳରେ ବିଜେପି ହାତକୁ ମଧ୍ୟପ୍ରଦେଶ ଦେବାରେ ସହଯୋଗ କରିବେ । ସେଥିପାଇଁ ଜ୍ୟୋତିରାଦିତ୍ୟ ତାଙ୍କ ସହ ୨୩ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ବି କରାଇଛନ୍ତି । ଏବେ କମଲନାଥ ସରକାରଙ୍କ ଭବିଷ୍ୟତ କ’ଣ ହେବ ନ ହେବ ତାହା ଭିନ୍ନ କଥା । ତେବେ ଏହା ସତ୍ୟ ଯେ ଜ୍ୟୋତିରାଦିତ୍ୟଙ୍କ ଯୋଗୁଁ କମଲନାଥ ସରକାର ସମ୍ପୂର୍ଣ୍ଣ ସଙ୍କଟରେ ପଡ଼ିଛି । ପରିସ୍ଥିତି ଏମିତି ହୋଇଛି ଯେ ବିଜେପିର ସମ୍ଭାବ୍ୟ ପୋଚିଂକୁ ଡରି କମଲନାଥ ତାଙ୍କର ୯୧ ବିଧାୟକଙ୍କୁ ଜୟପୁର ନେଇଯାଇଛନ୍ତି । ବିଜେପି ବି ସତର୍କ ରହି ତାର ୧୦୬ ବିଧାୟକଙ୍କୁ ଗୁରୁଗ୍ରାମ ନେଇ ଏକ ହୋଟେଲରେ ରଖିଛି ।
ଜ୍ୟୋତିରାଦିତ୍ୟ ଆଜି ବିଜେପିରେ ମିଶିବା ପରେ କଂଗ୍ରେସକୁ ପ୍ରବଳ ଆଟାକ୍ କରିଛନ୍ତି । କଂଗ୍ରେସର ନୀତି ଆଦର୍ଶ ଉପରେ ପ୍ରଶ୍ନ ଉଠାଇବା ସହ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ତୁତିଗାନ କରିଛନ୍ତି । ମୋଦିଙ୍କ ହାତରେ ଦେଶ ସୁରକ୍ଷିତ କହି ପ୍ରଶଂସା କରିଛନ୍ତି । ରାଜନୀତି ହେଉଛି ଜନସେବାର ମାଧ୍ୟମ ଏବଂ କଂଗ୍ରେସରେ ସେହି ସୁଯୋଗ ନ ମିଳିବାରୁ ବିଜେପିରେ ମିଶିଲେ ବୋଲି ଦୋହରାଇଛନ୍ତି ।
ଜ୍ୟୋତିରାଦିତ୍ୟଙ୍କ ରାଜନୈତିକ ଇତିହାସ ସାରା ଦେଶବାସୀଙ୍କୁ ଅଜଣା ନାହିଁ । କଂଗ୍ରେସରେ କୋଣଠେସା ହେବାରୁ ବିଜେପିକୁ ବିକଳ୍ପ ଭାବେ ବାଛିବାକୁ ବାଧ୍ୟହେଲେ ବୋଲି ଅନେକ ଯୁକ୍ତି କରୁଛନ୍ତି । ଏହି ଯୁକ୍ତି ସହ ରାଜନୀତିରେ ନୀତି, ଆଦର୍ଶର କୌଣସି ମୂଲ୍ୟ ନାହିଁ ଏକଥା ବି ସ୍ୱୀକାର କରୁଛନ୍ତି । କ୍ଷମତା ଯେଉଁଠି ମନ ସେଇଠି । ଜନସେବା ମିଛ । ରାଜନୀତିର ଏହି ପରିବର୍ତ୍ତିତ ସ୍ରୋତରେ ଜ୍ୟୋତିରାଦିତ୍ୟ ନୂଆ ସାମିଲ ହୋଇନାହାନ୍ତି । ଭାରତୀୟ ରାଜନୀତିରେ ସବୁଆଡ଼େ ଏଭଳି ମାଳ ମାଳ ନେତା । କଦାକ୍ୱଚିତ ନେତାଙ୍କୁ ଛାଡ଼ିଦେଲେ ଅଧିକାଂଶ ନେତା କ୍ଷମତା ଓ ଅର୍ଥ ଉପାର୍ଜନ ନିଶାରେ ବିଭୋର । ରାଜନୀତି ସେମାନଙ୍କ ପାଇଁ ବଢ଼ିଆ ବେପାର । ଜନସାଧାରଣ ବି ଏହି ଧାରାରେ ନିଜକୁ ସାମିଲ କରିଦେଲେଣି । ଏଣ୍ଡୁଅ ରଙ୍ଗ ବଦଳାଇବା ଭଳି ନେତାମାନେ ରଙ୍ଗ ବଦଳୋଉଥିଲେ ବି କେହି ସିରିୟସ୍ ନୁହଁନ୍ତି । ମିଡ଼ିଆରେ ଦିନେ ଓଳିଏ ଚର୍ଚ୍ଚା ହେଲା ପରେ ଲୋକ ବି ସବୁକଥା ଭୁଲିଯାଉଛନ୍ତି । ମଣିଷର କ୍ଷୀଣ ସ୍ତୃତିଶକ୍ତି ହିଁ ଗଣତନ୍ତ୍ରରେ ଏହି ବିପଦକୁ ଜନ୍ମ ଦେଇଛି । ସାମୟିକ ଲୋକଲଜ୍ଜାକୁ ଖାତିର କରୁନାହାନ୍ତି ନେତା ।
ଆଜି ମୋଦିଙ୍କ ସ୍ତୁତିଗାନ ଆରମ୍ଭ କରିଥିବା ଜ୍ୟୋତିରାଦିତ୍ୟ ବର୍ଷ ବର୍ଷ ଧରି ତାଙ୍କୁ ନିର୍ଧୂମ ଗାଳି କରୁଥିଲେ । ବିଜେପିର ଲକ୍ଷ୍ୟ ଗଣତନ୍ତ୍ରକୁ ହତ୍ୟା କରିବା । ବିଜେପି ଯେତେବେଳେ ଏକ ନିର୍ବାଚନ ଜିତିବାକୁ ସମର୍ଥ ହୁଏନାହିଁ, ପଛଦ୍ୱାର ବାଟେ କ୍ଷମତା ଦଖଲ କରିବାକୁ ସୁଯୋଗ ଉଣ୍ଡିଥାଏ । ୮ ମାସ ତଳେ କର୍ଣ୍ଣାଟକରେ କଂଗ୍ରେସ-ଜେଡ଼ି(ଏସ) ସରକାର ଭାଙ୍ଗୁଥିବା ବେଳେ ସିନ୍ଧିଆ ଏହି ମନ୍ତବ୍ୟ ଦେଇଥିଲେ । ଅରୁଣାଚଳ ପ୍ରଦେଶ, ମଣିପୁର, ଗୋଆ ପରେ ଏବେ କର୍ଣ୍ଣାଟକକୁ ବିଜେପି ଟାର୍ଗେଟ୍ କରିଛି ବୋଲି ସେ କହିଥିଲେ । ବିଡ଼ମ୍ବନା, ଆଜି ଏହି ସିନ୍ଧିଆ ବିଜେପିର ହାତବାରିସି ସାଜି ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଭାଙ୍ଗିବାକୁ ବସିଛନ୍ତି ।
ନିର୍ବାଚନ ସଭା ହେଉ କି ପାର୍ଲିଆମେଣ୍ଟ । ବିଜେପି ବିରୋଧରେ ଜ୍ୟୋତିରାଦିତ୍ୟ ସବୁବେଳେ କଟୁ ମନ୍ତବ୍ୟ ଦେଇଛନ୍ତି । ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ଦ୍ୱିତୀୟ ପାଳି କ୍ଷମତାକୁ ଆସିବା ପରଠାରୁ ଏହି ସିନ୍ଧିଆ ମୋଦି ସରକାରଙ୍କ ଅର୍ଥନୀତିଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ଆଦି ପ୍ରସଙ୍ଗରେ ଜୋରଦାର ହମଲା କରୁଥିଲେ । ବେଶୀ ଦୂର କଥା ନୁହେଁ, ୧୫ ଦିନ ତଳେ ଦିଲ୍ଲୀ ଦଙ୍ଗା ଉପରେ ସେ ଏକ ଟୁଇଟ୍ କରି ବିଜେପି ଘୃଣା ରାଜନୀତି ପରିହାର କରୁ ବୋଲି ପରାମର୍ଶ ଦେଇଥିଲେ । ଦିଲ୍ଲୀ ପରିସ୍ଥିତି ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ସମାଲୋଚନା କରିଥିଲେ । ତା’ର ୧୫ ଦିନ ପୂର୍ବରୁ ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣ ଘଟଣାର ବର୍ଷେ ପୂର୍ତ୍ତି ଅବସରରେ ସେ ମୋଦି ସରକାରଙ୍କୁ ପ୍ରଶ୍ନଜାଲରେ ଛନ୍ଦିିଥିଲେ । ବିଭିନ୍ନ ସମୟରେ ମୋଦି ସରକାରଙ୍କ ବିରୋଧରେ ସିନ୍ଧିଆଙ୍କ କଟୁ ମନ୍ତବ୍ୟ ଓ ସମାଲୋଚନା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।
ବିଜେପିର ହାତ ଧରିବା ପରେ ଯେଉଁ ସୋନିଆ କି ରାହୁଲ ଗାନ୍ଧୀଙ୍କୁ ସିନ୍ଧିଆ ସମାଲୋଚନା ଆରମ୍ଭ କରିଛନ୍ତି, ସେହି ସୋନିଆ ଗାନ୍ଧୀଙ୍କୁ ପାର୍ଲିଆମେଣ୍ଟରେ ‘ଶେରନୀ’ ଆଖ୍ୟା ଦେଇ ଗର୍ବରେ ଫାଟି ପଡ଼ିଥିଲେ ସିନ୍ଧିଆ । ଅଗଷ୍ଟ ୱେଷ୍ଟଲ୍ୟାଣ୍ଡ୍ ହେଲିକପଟର୍ ସ୍କାମ୍ ଚର୍ଚ୍ଚା ପରିପ୍ରେକ୍ଷୀରେ ସିନ୍ଧିଆ ପ୍ରଭାବୀ ଯୁକ୍ତି ଉପସ୍ଥାପନ କରି ସୋନିଆଙ୍କ ନାଁ ଶୁଣିଲେ ମୋଦି ଡରିଯାଉଛନ୍ତି ବୋଲି ଗଳା ଫଟାଇ କହିଥିଲେ ।
ଆଜି ସେହି ସିନ୍ଧିଆଙ୍କ ପାଟିରୁ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ବିଜେପିର ସ୍ତୁତିଗାନ୍ ଶୁଣିବା ପରେ ଲୋକଙ୍କୁ କୌତୁହଳ ଲାଗିବା ସ୍ୱାଭାବିକ । ହେଲେ କାଲିକି ଲୋକେ ତାହା ଭୁଲିଯିବେ ଏବଂ କ୍ଷମତା ପାଇ ସିନ୍ଧିଆ ପୁଣି ଉପରକୁ ଉପରକୁ ଯାଉଥିବେ । ଆମ ଓଡ଼ିଶାରେ ଏଭଳି ଚରିତ୍ରଙ୍କ ଅଭାବ ନାହିଁ । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ଭଳି ଅନେକ ସୁବିଧାବାଦୀ ଚରିତ୍ରଙ୍କୁ ଓଡ଼ିଶାବାସୀ ଦେଖିଛନ୍ତି । କ୍ଷମତା ଲାଳସାରେ କିଭଳି ନୀତି, ଆଦର୍ଶ ଜଳାଞ୍ଜଳି ଦେଇ ଅନ୍ଧ ହେବାକୁ ପଡ଼େ ସେମାନେ ତାହାର ଜ୍ୱଳନ୍ତ ଉଦାହରଣ ।
ଏଭଳି ଆଦର୍ଶର ନେତାଙ୍କଠାରୁ ଜନସାଧାରଣ କିଭଳି ସେବା ପାଆନ୍ତି କି ପାଉଛନ୍ତି ତାହା କହିବାର ଆବଶ୍ୟକତା ନାହିଁ । ଜନସେବା ନାଁରେ ରାଜନୀତି ଏକ ଡ୍ରାମାବାଜି ଛଡ଼ା କିଛି ନୁହେଁ । ଭାରତୀୟ ଗଣତନ୍ତ୍ରରେ ଏହି ପ୍ରଚଳିତ ଧାରାରେ ସାଧାରଣ ଜନତା ଯେ ଭକୁଆ ତାହା ସମସ୍ତେ ସ୍ୱୀକାର କରିବାକୁ ବାଧ୍ୟ ।
Previous Post

ବିଜେପିରେ ମିଶିଲେ ସିନ୍ଧିଆ, ଅମିତ୍ ଶାହା ରହିଲେନି

Next Post

ଲୁଚି ଲୁଚି ଝିଲିକ୍ ଙ୍କୁ ବାହା ହୋଇଗଲେ ଡ୍ୟାନି

Next Post
ଲୁଚି ଲୁଚି ଝିଲିକ୍ ଙ୍କୁ ବାହା ହୋଇଗଲେ ଡ୍ୟାନି

ଲୁଚି ଲୁଚି ଝିଲିକ୍ ଙ୍କୁ ବାହା ହୋଇଗଲେ ଡ୍ୟାନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA