Thursday, April 16, 2026 09:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ସଞ୍ଜୟ ବଞ୍ଚାଓ: ମୁଖ୍ୟମନ୍ତ୍ରୀଙ୍କ ପାଖେ ଫେରାଦ ହେଲେ ଯୁବ ବିଗ୍ରେଡ୍‌

by Our Correspondent
08 Apr, 2016- 11:40 AM
in Politics
1 min read
0
ସଞ୍ଜୟ ବଞ୍ଚାଓ: ମୁଖ୍ୟମନ୍ତ୍ରୀଙ୍କ ପାଖେ ଫେରାଦ ହେଲେ ଯୁବ ବିଗ୍ରେଡ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସିବିଆଇ ପଞ୍ଝାରେ ଫସିଥିବା ସଞ୍ଜୟ ଦାସବର୍ମାଙ୍କ ସୁରକ୍ଷା ପାଇଁ ଶେଷରେ ଅଣ୍ଟା ଭିଡ଼ିଛନ୍ତି ବିଜେଡ଼ି ଓ ସରକାରର ଯୁବ ବ୍ରିଗେଡ଼ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀ ଓ ନିଜେ ସଞ୍ଜୟ ଦାସବର୍ମା ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଫେରାଦ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ୬ ଦିନ ପାଇଁ ଦିଲ୍ଲୀ ଯିବା ପୂର୍ବରୁ ଏହି ୫ ପାୱାରଫୁଲ୍‌ ଯୁବ ମନ୍ତ୍ରୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି ।

ସେପଟେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ସଞ୍ଜୟଙ୍କ ସୁରକ୍ଷା ପାଇଁ ତତ୍ପର ହୋଇପଡ଼ିଛି । ସିବିଆଇର ପାଜେରୋ ସମ୍ପର୍କିତ ଖୋଳତାଡ଼କୁ ଗୁରୁତ୍ୱ ନ ଦେଇ ମାମଲାର ରାଜନୈତିକ ମୁକାବିଲା ଯୋଜନା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଲମ୍ବା ରହଣୀ କାଳରେ ଯୁବମନ୍ତ୍ରୀମାନେ ହିଁ ସଞ୍ଜୟ ଓ ସରକାରଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇବେ । ଏଭଳି ଇସାରା ଆସିଛି ତୃତୀୟ ମହଲାରୁ । ଆଶ୍ଚର୍ଯ୍ୟଜନକ ଭାବେ ଏହି ଜଟିଳ ମାମଲାରେ ବରିଷ୍ଠ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ା ଯାଇନାହିଁ । ଅର୍ଥତତ୍ତ୍ୱଠାରୁ ଟଙ୍କା ନେଇଥିବା ଅଭିଯୋଗରେ ଗତବର୍ଷ ପ୍ରଭାତ ତ୍ରିପାଠୀ ଜେଲ୍‌ ଗଲା ବେଳେ ଦଳ ତାଙ୍କୁ ସୁରକ୍ଷା ଦେଇ ନ ଥିଲା । ମାତ୍ର ସଞ୍ଜୟଙ୍କ କ୍ଷେତ୍ରରେ ପ୍ରଥମ ମହଲାରୁ ତୃତୀୟ ମହଲା ସମସ୍ତେ ବିବ୍ରତ । ଏପରିକି ଜଣେ ବରିଷ୍ଠ ଯୁବମନ୍ତ୍ରୀ ସଞ୍ଜୟଙ୍କ ପାଜେରୋ ସମ୍ପର୍କିତ ମିଡ଼ିଆ ଟ୍ରାଏଲ ଉପରେ ଗୁରୁତ୍ୱ ନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସଞ୍ଜୟ ନିର୍ଦୋଷ ଏବଂ ଯେ କୌଣସି ପରିସ୍ଥିତିର ସାମନା ପାଇଁ ସମସ୍ତେ ଏକାଠି ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇ ଦିଆଯାଇଛି ।

ଦିଲ୍ଲୀ ଛାଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମନଜ୍ଞାନ ଦେଇ ସବୁ ଶୁଣିଥିଲେ ମଧ୍ୟ ଯୁବମନ୍ତ୍ରୀମାନେ ତାଙ୍କର ଆଭିମୁଖ୍ୟକୁ ଠଉରେଇ ପାରିନାହାନ୍ତି । ସିବିଆଇ ସିଆର୍‌ପିସି ଧାରା ୯୧ ରେ ସଞ୍ଜୟଙ୍କୁ ନୋଟିସ୍‌ ଦେଇଥିବାରୁ ସିନା ସେ ନିଜେ ହାଜର ହେଲେନି, ହେଲେ ସିଆରପିସିର ୧୬୦ ଧାରାରେ ସମନ୍‌ ହେଲେ ସଞ୍ଜୟ ଦାସବର୍ମା ନିଜେ ଉପସ୍ଥିତ ହେବାକୁ ବାଧ୍ୟ । ସେତେବେଳେ ମନ୍ତ୍ରୀ ପଦ ଧରି ସିବିଆଇ ତଦନ୍ତ ଅଫିସର୍‌ ସାମାନ୍ୟ ଜଣେ ଇନସପେକ୍ଟରଙ୍କ ପାଖରେ ବ୍ୟକ୍ତିଗତ ହାଜିରା ପକାଇବେ ଓ ଜେରାର ସମ୍ମୁଖୀନ ହେବେ ତାହା ଖଟକା ହୋଇଛି । ସେଭଳି ପରିସ୍ଥିତିରେ ସଞ୍ଜୟ ଇସ୍ତଫା ଦେବାକୁ ଏକପ୍ରକାର ବାଧ୍ୟ ହୋଇଥିବାରୁ ତାହାର ବିକଳ୍ପ ଚିନ୍ତା କରୁଛନ୍ତି ଯୁବମନ୍ତ୍ରୀଗଣ । ତେବେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହା ଉପରେ ଅଧିକ ତର୍ଜମା କରିବାକୁ ସୁଯୋଗ ଦେଇ ନ ଥିବା ଜଣାପଡ଼ିଛି । ସୁତରାଂ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ସଞ୍ଜୟଙ୍କୁ ଅଧିକ ବିଚଳିତ କରିଛି । ମୁଣ୍ଡ ଉପରର ଝୁଲନ୍ତା ଖଣ୍ଡାଟି କେତେବେଳେ ଯେ ଖସି ନ ଯିବ ତାହା କହିହେବ ନାହିଁ ବୋଲି ସଞ୍ଜୟ ନିଜେ ବି ଆଶଙ୍କିତ ।

ଏହି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ଘନ ଘନ ଆକ୍ରମଣ ଜାରି ରଖିଛନ୍ତି ଏବଂ ସଞ୍ଜୟଙ୍କ ବହିଷ୍କାର ଦାବି କରୁଛନ୍ତି । ଦଳର ମୁଖପାତ୍ର ପ୍ରତାପ ଦେବ ଏହି ମାମଲାରେ ରାଜନୈତିକ ଗନ୍ଧ ରହିଥିବା କହି ସଞ୍ଜୟଙ୍କୁ ସୁରକ୍ଷା ଦେଇଛନ୍ତି । ଖୋଦ୍‌ ତୃତୀୟ ମହଲା ନିର୍ଦେଶମତେ ପ୍ରତାପ ଦେବ ସଞ୍ଜୟଙ୍କୁ ବଞ୍ଚାଇବା ପାଇଁ ଗଣମାଧ୍ୟମରେ ଏହି  ବିବୃତି ଦେଇଛନ୍ତି । ମାତ୍ର  ସମଗ୍ର ଘଟଣାରେ ଯୁବବାହିନୀର ମାମଲତିକାର ବିଜେଡ଼ି ବରିଷ୍ଠ ନେତାଙ୍କୁ କ୍ଷୁବ୍ଧ କରିଛି । ଦଳର ଭାବମୂର୍ତ୍ତି ସଙ୍କଟରେ ପଡ଼ିଥିବା ବେଳେ ସେମାନେ ଅଲୋଡ଼ା ରହିବା ସେମାନଙ୍କୁ ଅସହ୍ୟ ହୋଇଛି ।

ଦାମୋଦର ରାଉତଙ୍କ ଭଳି ଦଳର କିଛି ବରିଷ୍ଠ ନେତାଙ୍କ ମନ୍ତବ୍ୟ ଉତ୍କଟ ଦଳୀୟ ଅର୍ନ୍ତଦ୍ୱନ୍ଦର ନିଆଁ ଆଣିଛି ।  ପାଜେରୋ ସମ୍ପର୍କିତ ପ୍ରକୃତ ତଥ୍ୟ କେବଳ ସଞ୍ଜୟ ଦେଇପାରିବେ ଏବଂ ମାମଲାଟି ଦଳର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରୁଛି ବୋଲି ଦାମଙ୍କ ବିବୃତି ଖାଲି ସଞ୍ଜୟଙ୍କୁ ଅଣନିଶ୍ୱାସୀ କରିନି ବରଂ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ବିଚଳିତ କରିଛି । ଦଳ ଏକାଠି ହୋଇ ବିରୋଧୀଙ୍କୁ ମୁକାବିଲା କରିବା ପରିବର୍ତ୍ତେ ସଞ୍ଜୟଙ୍କ ମୁଣ୍ଡ ଭିକ୍ଷା କରି ଯୁବ ବ୍ରିଗେଡ଼ ବିରୋଧୀ ଗୋଷ୍ଠୀ ନଖରେ ନଖ ଘଷୁଛନ୍ତି । ଏଭଳସ୍ଥିତିରେ ଏବେ ସମସ୍ତଙ୍କ ଅପେକ୍ଷା ସିବିଆଇ ପଦକ୍ଷେପ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନକୁ ।

Previous Post

ଅର୍ଥତତ୍ତ୍ୱ ଭିଣୋଇ ପ୍ରେମରେ ସଞ୍ଜୟ !

Next Post

ସଞ୍ଜୟ ପ୍ରାଇଭେଟ୍‌ ଲିମିଟେଡ଼…

Next Post
ସଞ୍ଜୟ ପ୍ରାଇଭେଟ୍‌ ଲିମିଟେଡ଼…

ସଞ୍ଜୟ ପ୍ରାଇଭେଟ୍‌ ଲିମିଟେଡ଼...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA