Thursday, May 21, 2026 06:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାମ୍ବାଦିକ-ଅଫିସର ପ୍ରେମ; ସାଢ଼େ ୬ ଲକ୍ଷ ହଡ଼ପର ବାଟ ଖୋଜା ଚାଲିଛି

by Our Correspondent
07 Apr, 2018- 10:29 PM
in Latest News, News
1 min read
0
ସାମ୍ବାଦିକ-ଅଫିସର ପ୍ରେମ; ସାଢ଼େ ୬ ଲକ୍ଷ ହଡ଼ପର ବାଟ ଖୋଜା ଚାଲିଛି
ଭୁବନେଶ୍ୱର: ସରକାରୀ ବାବୁଙ୍କୁ ହାତରେ ରଖି ଶୁଖିଲା ନଈରୁ କେମିତି ବାଳିଆ ମାଛ ମରାହୁଏ ତାହା କରି ଦେଖାଉଛନ୍ତି ନିର୍ଦ୍ଦିଷ୍ଟ ଇଂରାଜୀ ୱେବ ପୋର୍ଟାଲ୍ ମାଲିକ । ସରକାରଙ୍କ ଗେହ୍ଲାପୁଅ ସାଜିଥିବା ଏହି ସାମ୍ବାଦିକ ନିଜ ପୋର୍ଟାଲ୍ ରେ ମନଇଚ୍ଛା ସରକାରୀ ବିଜ୍ଞାପନ ବସାଇ କେମିତି ସାଢ଼େ ୬ ଲକ୍ଷ ଟଙ୍କା ଚଳୁ କରିବାକୁ ବସିଛନ୍ତି ଗତଥର ଆମେ ଲେଖିଥିଲୁ । ବିଭାଗୀୟ ନିର୍ଦ୍ଦେଶକ ସେହି ଫଲସ୍ ବିଲ୍ କୁ ପାସ୍ କରାଇବା ପାଇଁ ତଳିଆଙ୍କୁ ମୌଖିକ ନିର୍ଦ୍ଦେଶ ଦେଇସାରିଥିବା ଜଣାଇଥିଲୁ । ଏହି ସାଂଘାତିକ ଦୋ ନମ୍ବରି କାରବାର ସମ୍ପର୍କରେ ଦୁଇ ଦୁଇଟି ଓଡ଼ିଆ ୱେବ୍ ପୋର୍ଟାଲ୍ ରେ ଖବର ପ୍ରକାଶ ପାଇଲା । ହେଲେ କିଛି ଫରକ୍ ପଡ଼ିନି । ଗଳା ବାଟ ଖୋଜି ବିଲ୍ ଟି ଜଲଦି ପାସ୍ କରାଇଦେବାକୁ ଅଧସ୍ତନ କର୍ମଚାରୀଙ୍କ ଉପରେ ନିର୍ଦ୍ଦେଶକ ଚାପ ପକାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଅନୀତି ଉପାୟରେ ସାଢ଼େ ୬ ଲକ୍ଷ ସରକାରୀ ଅର୍ଥ ପାଇବାକୁ ପୋର୍ଟାଲ୍ ମାଲିକ ଗୁହାରିଆ ପଡ଼ିବା ଏବଂ ନିର୍ଦ୍ଦେଶକ ତାଙ୍କୁ ତଥାସ୍ତୁ କରିବାକୁ ଗଳାବାଟ ଖୋଜିବା ଶୁଣିଲା ଲୋକଙ୍କୁ ଲଜ୍ଜିତ କରିଛି । ଏଭଳି ହୀନ କାର୍ଯ୍ୟକୁ ସାମ୍ବାଦିକମହଲରେ ଛି ଛାକର କରାଯାଇଛି ।
ବିନା ରିଲିଜ୍ ଅର୍ଡରରେ ସରକାରୀ ବିଜ୍ଞାପନ ବସାଇ ତା ବାବଦକୁ ସାଢ଼େ ୬ ଲକ୍ଷ ଟଙ୍କାର ବିଲ୍ ପୈଠ କରିବା ଏକ ଗର୍ହିତ ଅପରାଧ ଓ ଠକେଇ କାର୍ଯ୍ୟ । ମାତ୍ର ସଂପୃକ୍ତ ସାମ୍ବାଦିକ ତାହାକୁ ଅନାୟାସରେ କରିଛନ୍ତି । ତାଙ୍କର ଏଭଳି ହୀନକାର୍ଯ୍ୟ ପଛରେ ସରକାରୀ ବାବୁଙ୍କ ସହାୟତା ମଧ୍ୟ ସ୍ପଷ୍ଟ ହୋଇଯାଇଛି । ତେବେ ଲୁଚାଛପାରେ ଚାଲିଥିବା ଏହି କାର୍ଯ୍ୟ ପଦାକୁ ଆସିଗଲା ପରେ ସାମ୍ବାଦିକଙ୍କର ଲଜ୍ଜା ହୋଇନି କି ପ୍ରୋତ୍ସାହନକାରୀ ବାବୁଙ୍କ ଡର ହୋଇନି । ବରଂ ମାମଲା ଅଧିକ ଘଣ୍ଟାଚକଟା ହେବା ପୂର୍ବରୁ ବିଲ୍ ମଂଜୁର କରିଦେବାକୁ ବ୍ୟଗ୍ର ହୋଇପଡ଼ିଛନ୍ତି । ଇତିମଧ୍ୟରେ ଘଟଣାଟି ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିଥିଲେ ମଧ୍ୟ ସେ ଏହାର ଅନୁଧ୍ୟାନ ନ କରି ଚୁପ୍ ବସିବା ସମସ୍ତଙ୍କୁ ବିସ୍ମିତ କରିଛି । ଇଂରେଜୀ ପୋର୍ଟାଲ୍ ସାମ୍ବାଦିକଙ୍କର ଦବଦବା ଆଗରେ ସେ ନିଜକୁ ଅସହାୟ କରିଦେଇଛନ୍ତି । ପୂର୍ବରୁ ସଂପୃକ୍ତ ପୋର୍ଟାଲ୍ କୁ ଏକପାଖିଆ ଭାବେ ସରକାରୀ ବିଜ୍ଞାପନ ତାଲିକାରେ ସାମିଲକୁ ନେଇ ନିଜେ ମନ୍ତ୍ରୀ ଅମଙ୍ଗ ଥିଲେ । ଏ ସମ୍ପର୍କିତ ଫାଇଲରେ ସେ ଦସ୍ତଖତ କରୁ ନ ଥିଲେ । ମାତ୍ର ତାଙ୍କ ଇଚ୍ଛା କାମ କଲାନି । ସେହି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କ ଲବି ଆଗରେ ବଳିପଡ଼ିଛନ୍ତି ଯୋଗ୍ୟତାସମ୍ପନ୍ନ ଓଡ଼ିଆ ୱେବ ପୋର୍ଟାଲ୍ ।
ଉଲ୍ଲେଖଯୋଗ୍ୟ, ସଂପୃକ୍ତ ୱେବସାଇଟ କୁ ରାଜ୍ୟ ସରକାର ‘ଏ’ ଗ୍ରେଡ଼ ମାନ୍ୟତାପ୍ରଦାନ କରିଛନ୍ତି । ସେହି ଗ୍ରେଡ୍ କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ୱେବ ବ୍ୟାନର୍ ବିଜ୍ଞାପନ ପାଇଁ ସପ୍ତାହ ପିଛା ୭୬,୭୦୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି । ସେହିଭଳି ଭିଡ଼ିଓ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ସପ୍ତାହକୁ ୯୯,୧୨୦ ଟଙ୍କା । ଏହି ହାରରେ ସଂପୃକ୍ତ ୱେବ ପୋର୍ଟାଲ୍ ମାସକୁ ସର୍ବନିମ୍ନ ୭ ଲକ୍ଷ ଟଙ୍କାର ବିଜ୍ଞାପନ ପାଇବ । ସୁତରାଂ ଏହି ହାରରେ ବିଜ୍ଞାପନ ପାଇବାକୁ ଯୋଗ୍ୟ ହୋଇଥିଲେ ବି ପୋର୍ଟାଲ୍ ମାଲିକ ମାଗଣା ମାଗଣା ସାଢ଼େ ୬ ଲକ୍ଷ ଟଙ୍କା ବହିନି କରିବାକୁ ଉଦ୍ୟମ କରିବା ଏବଂ ଏହି ଅସାଧୁ କାମକୁ ସରକାରୀ ବାବୁ ପ୍ରୋତ୍ସାହନ ଦେବା ସାମ୍ବାଦିକମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହା ବିରୋଧରେ ପ୍ରତିବାଦ ବଢ଼ିବାରେ ଲାଗିଛି । କିଛି ସାମ୍ବାଦିକ ଏହି ଅନ୍ୟାୟ ବିରୋଧରେ ଆଇନଗତ ଆଶ୍ରୟ ନେବାକୁ ନିଷ୍ପତ୍ତି ନେଇଛନ୍ତି ।
Previous Post

ଭାଇରାଲ୍ ହେଲା ଶାହାଙ୍କ ଭୋଜନ ଲାଇଭ୍

Next Post

ଶଙ୍ଖ ଧରିବେ ମାନସ ମଙ୍ଗରାଜ; ଆସନ୍ତାକାଲି ମିଶ୍ରଣ ପର୍ବ

Next Post
ଶଙ୍ଖ ଧରିବେ ମାନସ ମଙ୍ଗରାଜ; ଆସନ୍ତାକାଲି ମିଶ୍ରଣ ପର୍ବ

ଶଙ୍ଖ ଧରିବେ ମାନସ ମଙ୍ଗରାଜ; ଆସନ୍ତାକାଲି ମିଶ୍ରଣ ପର୍ବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA