Thursday, May 21, 2026 04:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୧୭ ଙ୍କୁ ଆଣ୍ଠେଇଲେ ନରସିଂହ

by Our Correspondent
05 May, 2016- 07:11 PM
in Politics
1 min read
0
୧୧୭ ଙ୍କୁ ଆଣ୍ଠେଇଲେ ନରସିଂହ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୩ ତାରିଖ ବିଧାନସଭାରେ ନରସିଂହ ମିଶ୍ର ଛାଡ଼ିଥିଲେ ପ୍ରଶ୍ନବାଣ । ଚିଟ୍‌ଫଣ୍ଡ କେଳେଙ୍କାରୀରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଜେଡ଼ିର ସଂପୃକ୍ତିକୁ ଅଙ୍ଗୁଳି ଉଠାଇଥିଲେ । ଆଉ ସେତିକିରେ ଝାଳନାଳ ହୋଇଗଲାଣି ବିଜେଡ଼ି । ନରସିଂହଙ୍କ ପ୍ରଶ୍ନକୁ ଅଭିଯୋଗ ଦର୍ଶାଇ ତାହା ଭୁଲ୍‌ ବୋଲି ମନକୁ ମନ ପ୍ରମାଣିତ କରିଛି ଦଳ । ବୁଢ଼ା ହୋଇଯିବାରୁ ତାଙ୍କର ମତିଭ୍ରମ ହୋଇଛି ବୋଲି କଡ଼ା ଟିପ୍ପଣୀ ଦେଇଛି । ବିଧାନସଭା ଭିତରେ ଓ ବାହାରେ ଶାସକ ଦଳ ମୁହଁଟାଣ ମାରି ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ କୁହାଇ ନ ଦେବା ପାଇଁ କୌଶଳ ଆପଣେଇଛନ୍ତି ଓ ବିଧାନସଭାକୁ ଅଚଳ କରିଛନ୍ତି । ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ବିଜେଡ଼ି ବିଧାୟକମାନେ ସଂଘବଦ୍ଧ ହୋଇ ଲଢ଼େଇକୁ ଓହ୍ଲାଇଛନ୍ତି । ବିଧାନସଭା ନ ଛାଡ଼ି ଶକ୍ତି ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି । ଏପରିକି ବାଚସ୍ପତି ନିଜର ପଦମର୍ଯ୍ୟାଦା ଭୁଲି ଦଳୀୟ ଆଭିମୁଖ୍ୟରେ ସାମିଲ ହୋଇଯାଇଛନ୍ତି ।

ମଙ୍ଗଳବାର ଅପରାହ୍ନରେ ବିରୋଧୀ ଦଳ ନେତା ବିଜେଡ଼ି ବ୍ୟାଙ୍କ ଆକାଉଣ୍ଟ, ଗୋଟିଏ ଦିନରେ ୮ କୋଟି ଟଙ୍କା ଡିପୋଜିଟ୍‌, ଚିଟ୍‌ଫଣ୍ଡ ସହ ବିଜେଡ଼ିର ସମ୍ପର୍କ ଆଦି ପ୍ରଶ୍ନ ଉଠାଇବା ପରେ ଶାସକ ଶିବିରରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ନରସିଂହଙ୍କ ମୁକାବିଲା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଯୁଦ୍ଧକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଗଲା । ନବୀନ ନିବାସରୁ ଡାକରା ଆସିଲା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ମୁଖ୍ୟ ସଚେତକ ଅନନ୍ତ ଦାସ ଓ ଡର୍ଜନେ ମନ୍ତ୍ରୀ/ବିଧାୟକଙ୍କୁ । ବିଚଳିତ ଓ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ବର୍ଷିଲେ । ବିଧାନସଭାରେ ନରସିଂହଙ୍କୁ ମୁକାବିଲା କରିବାରେ ବିଫଳତା ପାଇଁ ବିକ୍ରମ ଆରୁଖଙ୍କୁ ମନଇଚ୍ଛା ଗାଳି କଲେ । ପରେ ପରେ ନରସିଂହଙ୍କୁ ଜବାବ ଦେବା ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ ।

ନରସିଂହଙ୍କୁ ତତ୍‌କ୍ଷଣାତ୍‌ କାଉଣ୍ଟର ପାଇଁ ସେଠାରେ ଲେଖାହେଲା ପ୍ରେସ୍‌ ରିଲିଜ୍‌ । ହୋଟେଲ ମେ ଫେୟାରରେ ପାୱାର ସୋରେ ଉପସ୍ଥିତ ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ଜରୁରୀ ଡାକରା ଗଲା । ଦଳର ସାଧାରଣ ସମ୍ପାଦକ ଭାବେ ପ୍ରେସ୍‌ ରିଲିଜ୍‌ରେ ଅରୁଣଙ୍କ ଦସ୍ତଖତ କରାଇ ତୁରନ୍ତ ମିଡ଼ିଆକୁ ଛଡ଼ାଗଲା । ସାମଗ୍ରିକ ଭାବେ ବିଧାନସଭାରେ ନରସିଂହଙ୍କୁ କାଉଣ୍ଟର ଦାୟିତ୍ୱ ଦିଆଗଲା ଅରୁଣଙ୍କୁ । ନିର୍ଦେଶ ଦିଆଗଲା, ବିରୋଧୀ ଦଳ ନେତାଙ୍କୁ ବୁଢ଼ା ହଢ଼ା ଯାହା ପାରିବ ବକିବ । ବିରୋଧୀ ଦଳ ନେତା ବିଧାନସଭାରେ ଯେଭଳି କିଛି କହିବାର ସୁଯୋଗ ନ ପାଇବେ ତାହାର ରଣକୌଶଳ ବି ପ୍ରସ୍ତୁତ ହୋଇଗଲା ।

ଦଳର ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳୁଛନ୍ତି ମନ୍ତ୍ରୀ ଅରୁଣ ସାହୁ । ବୁଧବାର ବିଧାନସଭାରେ ତଥ୍ୟ ରଖିବା ପରେ ଗୁରୁବାର ଦିନ ବିଧାନସଭା ବାହାରେ ବିଜେଡ଼ିକୁ ଜେନେରାଲ୍‌ ଇଲେକ୍ଟ୍ରୋରାଲ୍‌ ଟ୍ରଷ୍ଟର ୮ କୋଟି ଦାନ ଓ ଚେକ୍‌ ଦେଖାଇଥିଲେ ସେ । ତା ବାଦ୍‌ ପଦୁଟିଏ ଅଧିକ କହି ନ ଥିଲେ ଅରୁଣ । ତେବେ ସେ ଯାହା ହେଉ, ପାଟିରେ ଜବାବ ରଖିବା ପାଇଁ ନିଜେ ଅରୁଣ ଓ ଦଳର କ୍ରାଇସିସ୍‌ ମ୍ୟାନେଜରମାନେ ରାତି ଉଜାଗର ହୋଇ ତଥ୍ୟ ଓଗାଳୁଛନ୍ତି, ନବୀନଙ୍କ ଭାବମୂର୍ତ୍ତିରେ ଯେଭଳି ଧୂଳି ନ ବାଜେ ତାହାର ଷ୍ଟ୍ରାଟେଜି ବନଉଛନ୍ତି ।

ମଜ୍ଜାର କଥା, ବିଧାନସଭାର ସ୍ୱାଭାବିକ ଦିନରେ ପ୍ରଶ୍ନୋତ୍ତର ପରେ ଗୃହରୁ ଗାଏବ ହୋଇଯାଉଥିବା ବିଜେଡ଼ି ସଦସ୍ୟମାନେ ଦୁଇଦିନ ହେଲା ବିଧାନସଭାକୁ ଜଗି ବସୁଛନ୍ତି । ବିରୋଧୀ ଦଳ ନେତାଙ୍କ ଇସ୍ତଫା ଦାବିରେ ଗୃହ ଅଚଳ କରିଦେଇଛନ୍ତି । ଘଣ୍ଟେ ଘଣ୍ଟେ ଅନ୍ତରରେ ଗୃହ ମୁଲତବୀ ଘୋଷଣା ହେଉଥିଲେ ମଧ୍ୟ ବିଧାନସଭା ଛାଡୁନାହାନ୍ତି ଦଳୀୟ ସଭ୍ୟ । ଖାଲି ବିଧାନସଭା ନୁହେଁ, ଭୁବନେଶ୍ୱର ନ ଛାଡ଼ିବାକୁ ମଧ୍ୟ ବିଧାୟକମାନଙ୍କୁ ନିର୍ଦେଶ ଯାଇଛି । ଷ୍ଟେଜ୍‌ ସୋ ହୋଇଥିବା ବିଧାନସଭାକୁ ଶାସକ ଦଳ ଅଚଳ କରୁଥିବା ବେଳେ ବାଚସ୍ପତି ନିରବଦ୍ରଷ୍ଟା ସାଜିଛନ୍ତି । ଅଚଳାବସ୍ଥାର ସମାଧାନ ପାଇଁ ଉଦ୍ୟମ ବି କରୁନାହାନ୍ତି । ନରସିଂହ ମିଶ୍ରଙ୍କ ପାଟି ଚୁପ୍‌ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧୭ ବିଜେଡ଼ି ସଦସ୍ୟ ଝାଳନାଳ ହୋଇଯାଇଛନ୍ତି ।

Previous Post

୮ କୋଟିର ବଜ୍ରକୀଳା

Next Post

ଲୋକଙ୍କ ବରବାଦିରେ ବିଧାନସଭା ଫାର୍ସ

Next Post
ଲୋକଙ୍କ ବରବାଦିରେ ବିଧାନସଭା ଫାର୍ସ

ଲୋକଙ୍କ ବରବାଦିରେ ବିଧାନସଭା ଫାର୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA