Sunday, May 24, 2026 09:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩୦ ଲକ୍ଷ ଖର୍ଚ୍ଚରେ ନବୀନଙ୍କ ଦିଲ୍ଲୀ ଉଡ଼ାଣ

by Our Correspondent
26 Apr, 2017- 11:40 AM
in Latest News
1 min read
0
୩୦ ଲକ୍ଷ ଖର୍ଚ୍ଚରେ ନବୀନଙ୍କ ଦିଲ୍ଲୀ ଉଡ଼ାଣ

ଭୁବନେଶ୍ୱର: ସ୍ୱତନ୍ତ୍ର ବିମାନରେ ଥରେ ଦିଲ୍ଲୀ ଯିବା ଆସିବା କଲେ ଆମ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଖର୍ଚ୍ଚ ହେଉଛି ୩୦ ଲକ୍ଷ ଟଙ୍କା । ସାଧାରଣ ବିମାନରେ ଯିବାକୁ ପସନ୍ଦ କରୁ ନ ଥିବା ନବୀନ ପଟ୍ଟନାୟକ ଭଡା(ଚାର୍ଟର) ବିମାନରେ ଗସ୍ତ କରି ରାଜ୍ୟ ରାଜକୋଷ ଉପରେ ଏଭଳି କୋଟି କୋଟି ଟଙ୍କାର ବୋଝ ଲଦୁଛନ୍ତି । ଦିଲ୍ଲୀ ଦରବାରରେ ଓଡ଼ିଶା ଭଳି ଏକ ଗରିବ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦାବି କରୁଥିବା ରାଜ୍ୟର ମୁଖ୍ୟଙ୍କ ଏଭଳି ବଦଖର୍ଚ୍ଚ ବେଶ୍ ଲଜ୍ଜାକର ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏଭଳି ବିପୁଳ ଖର୍ଚ୍ଚର ପ୍ରମାଣ ଭାବେ ଏକ ଦସ୍ତାବିଜ୍ ଲାଗିଛି “ମିଡ-ଡେ ଓଡ଼ିଶା” ହାତରେ । ଗତ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ପରଦିନ ୬ ତାରିଖରେ ଭୁବନେଶ୍ୱର ଫେରିଥିଲେ । ସେହି ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିଲେ ଦିଲ୍ଲୀସ୍ଥିତ ଏମ/ଏସ୍ ପିନାକଲ୍ ଏୟାର ପ୍ରାଇଭେଟ ଲିମିଟେଡର ଚାର୍ଟର ବିମାନ । ବିମାନରେ ଯିବା ଆସିବା ପାଇଁ ଭଡ଼ା ଥିଲା ୩୦ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ର ଜଣେ ଯୁଗ୍ମ ସଚିବ ଉକ୍ତ ବିମାନକୁ ଭଡ଼ା ସୂତ୍ରରେ ବୁଝିଥିଲେ । ନିକଟରେ ଗତ ୪ ତାରିଖରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏହି ଭଡ଼ା ଅର୍ଥ ପୈଠ ପାଇଁ ସଂସଦୀୟ ବ୍ୟାପାର ବିଭାଗକୁ ଚିଠି ଲେଖିଛି । ସାଧାରଣ ପ୍ରଶାସନ ବିଭାଗର ଏହି ଚିଠିଟି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଖର୍ଚ୍ଚର ଗୁମର ଖୋଲିଦେଇଛି ।

ନିକଟରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଗତ ୫ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବିମାନ ଖର୍ଚ୍ଚ ତାଲିକା ଦେଇଥିଲେ । ରାଜ୍ୟ ଭିତରେ ଓ ବାହାରକୁ ଅଫିସିଆଲ୍ ଟୁର୍ ରେ ମୁଖ୍ୟମନ୍ତ୍ରୀ ୨୧୫ ଥର ବିମାନ ଓ ହେଲିକପଟର୍ ବ୍ୟବହାର କରିଛନ୍ତି ଯେଉଁଥିରେ ଖର୍ଚ୍ଚ ହୋଇଛି ୩୦ କୋଟି ୮୧ ଲକ୍ଷ ୪୨ ହଜାର ୫୦୭ ଟଙ୍କା । ସେଥିରେ ମୁଖ୍ୟମନ୍ତ୍ରୀ ୩୦ ଥର ଏୟାରକ୍ରାଫ୍ଟ କିମ୍ବା ଚାର୍ଟର୍ ବିମାନରେ ଦିଲ୍ଲୀ ଗସ୍ତ କରିଥିବା ଦର୍ଶାଯାଇଛି ।

Previous Post

ଆଇନ ଶାଖା ମୁଖ୍ୟଙ୍କୁ ବେଆଇନ ସରକାରୀ ନିଯୁକ୍ତି

Next Post

“୫ ଲକ୍ଷ ନିଅ, ୱାନ୍ ସାଇଡ୍ ଭୋଟ କର’’

Next Post
“୫ ଲକ୍ଷ ନିଅ, ୱାନ୍ ସାଇଡ୍ ଭୋଟ କର’’

“୫ ଲକ୍ଷ ନିଅ, ୱାନ୍ ସାଇଡ୍ ଭୋଟ କର’’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA