Wednesday, March 4, 2026 08:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News International

ଆଗକୁ ଆହୁରି ଖରାପ : ବିଶ୍ୱସ୍ୱାସ୍ଥ୍ୟ ସଂଗଠନ

by Our Correspondent
13 Jul, 2020- 11:18 PM
in International, Latest News, National, News
1 min read
0
ଆଗକୁ ଆହୁରି ଖରାପ : ବିଶ୍ୱସ୍ୱାସ୍ଥ୍ୟ ସଂଗଠନ

1224562783

ରିପୋର୍ଟ: ବରେନ୍ଦ୍ର କୃଷ୍ଣ ସାହୁ
ଆଗକୁ କିଛି ଭଲ ଦିଶୁନି । ନିକଟ ଭବିଷ୍ୟତରେ ବିଶ୍ୱର ସ୍ଥିତି, ପୂର୍ବାବସ୍ଥାକୁ ଫେରିବା ଭଳି ଲାଗୁନି । କାରଣ, ମହାମାରୀ କରୋନା ଆଗକୁ ଆହୁରି ଅଧିକରୁ ଅଧିକ ଭୟଙ୍କର ହେବ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏହି ଚେତାବନୀ ଦେଇଛି । ଯଦି ସବୁ ଦେଶ, କଟକଣାମୂଳକ ମୌଳିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନକରନ୍ତି, ତେବେ ପରିସ୍ଥିତି ଅଧିକରୁ ଅଧିକ ଅଣାୟତ ହେବ… ଅସମ୍ଭାଳ ହୋଇପଡ଼ିବ ।
ଜେନେଭାରୁ ଭିର୍ଚୁଆଲ୍ ପ୍ରେସ୍ ବ୍ରିଫିଂରେ ଏମିତି ଚେତାବନୀ ଦେଇଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଆଧେନମ୍ । କରୋନା ହେଉଛି ମାନବ ସମାଜର ଏକ ନମ୍ବର ଶତ୍ରୁ । କିନ୍ତୁ ଏହାକୁ ମୁକାବିଲା କରିବା ପରିବର୍ତ୍ତେ, ଅଧିକାଂଶ ଦେଶ ଏବେ ଭୁଲ୍ ବାଟରେ ଯାଉଛନ୍ତି । ଯଦି, ସଚେତନତା ମୂଳକ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରା ନଯାଏ, ତେବେ ଏହି ମହାମାରୀ କେବଳ ଆଗକୁ ଆଗକୁ ମାଡ଼ି ଚାଲିବ ବୋଲି କହିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ।
ସୋମବାର ସୁଦ୍ଧା ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ନିୟୂତ ଟପି ସାରିଲାଣି । ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 70 ହଜାରରୁ ଅଦିକ ଲୋକ ଏହି ମହାମାରୀରେ ପ୍ରାଣ ହରାଇ ସାରିଲେଣି । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶ୍ୱସ୍ୱାସ୍ଥ୍ୟ  ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧେନମ୍ ।
ସଟ୍ ଡାଉନ୍ କିମ୍ବା ଲକ୍ ଡାଉନ୍, ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନୁହେଁ । କିନ୍ତୁ ମହାମାରୀକୁ ମୁକାବିଲା କରିବାକୁ ହେଲେ, ବ୍ୟକ୍ତିଗତ ଏବଂ ଗୋଷ୍ଠୀ ସଚେତନତା ସହ ବଳିଷ୍ଠ ସରକାରୀ ନେତୃତ୍ୱର ଆବଶ୍ୟକତା ରହିଛି । ଯାହା କରାଯାଇ ପାରିବ ଏବଂ ନିଶ୍ଚିତ କରାଯିବା ଉଚିତ ବୋଲି କହିଛନ୍ତି ଆଧେନମ୍ । କରୋନା ଭୂତାଣୁ, ଗତବର୍ଷ ଚୀନର ୟୁହାନ୍ ସହରରୁ ସୃଷ୍ଟି ହୋଇଥିବା ମୂଳରୁ ଅଭିଯୋଗ ହୋଇ ଆସୁଛି । ଏଭଳି ସ୍ଥିତିରେ ବହୁ କଷ୍ଟରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଦୁଇ ଜଣ ବିଶେଷଜ୍ଞଙ୍କୁ ତଦନ୍ତ ପାଇଁ ସେଠାକୁ ପଠାଯାଇଛି । ବିଭିନ୍ନ ଦେଶର ଦାବି ପରେ ଚୀନ୍ ସରକାର, କରୋନା ଭୂତାଣୁ ତଦନ୍ତ ପାଇଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଆଗରେ ମୁଣ୍ଡ ନୁଆଁଇଛନ୍ତି ।
କରୋନା, କେବଳ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସାଜିନି । ଏହା ବିଶ୍ୱ ତଥା ସମସ୍ତ ଦେଶର ଅର୍ଥନୈତିକ ସ୍ଥିତିକୁ ବିଗାଡ଼ି ଦେଲାଣି । ସେହିଭଳି ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଜୁଡ଼ି ଗଲାଣି । ମହାମାରୀ ପାଇଁ 9.7 ନିୟୂତ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି । ମାସ ମାସ ଧରି ସେମାନେ ସ୍କୁଲ କିମ୍ବା କଲେଜ ଯାଇପାରୁ ନାହାନ୍ତି । କେବେ ସ୍ଥିତି ସୁଧୁରିବ ଏବଂ କେବେ ସେମାନେ ଶିକ୍ଷାନୁଷ୍ଠାନକୁ ଯିବେ ତାହା କହି ହେଉନି । ଯାହାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛି ।
ସେପଟେ କରୋନାରେ ଆମେରିକା, ବିଶ୍ୱରେ ଏକ ନମ୍ବର ସ୍ଥାନରେ ଥିଲେ ମଧ୍ୟ ସ୍କୁଲ, କଲେଜ ଖୋଲିବାକୁ ନିଷ୍ପତ୍ତି ନେଲାଣି । ପରିସ୍ଥିତି ଯାହା ହେଉନା କାହିଁକି, ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲ, କଲେଜ ଖୋଲିବା ନିହାତି ଦରକାର ବୋଲି କହିଲେଣି ଆମେରିକା ଶିକ୍ଷା ସଚିବ ବେଟସି ଡେଭସ୍ ।

 

Previous Post

ଲକ୍ଷଣ ନ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ୍ ଅନୁମତି

Next Post

୧୪ ହଜାର ଟପିଲା: ନୂଆ ୫୪୩ ପଜିଟିଭ୍, ୪ ମୃତ୍ୟୁ

Next Post
୧୪ ହଜାର ଟପିଲା: ନୂଆ ୫୪୩ ପଜିଟିଭ୍, ୪ ମୃତ୍ୟୁ

୧୪ ହଜାର ଟପିଲା: ନୂଆ ୫୪୩ ପଜିଟିଭ୍, ୪ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA