Friday, January 16, 2026 01:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଶ୍ରା ଖୋଜୁଛନ୍ତି ସୌମ୍ୟ

by Our Correspondent
13 Apr, 2017- 06:52 PM
in Latest News, Politics
0
ଆଶ୍ରା ଖୋଜୁଛନ୍ତି ସୌମ୍ୟ

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ଟିଭି ଏବେ ବିଜେପି ହାତରେ । ମୋର ତ ଖାଲି ଟିଭି ନୁହେଁ । ଏକ ନମ୍ବର ପେପର୍ ବି । ଚାହିଁଲେ, ଦି ଦିଇଟା ବଡ଼ ମିଡ଼ିଆ ରହିବ ତମ ହାତରେ । ଏଣିକି ତମର ଚଏସ୍ । ଭାବି ଦେଖ । ଏମିତିକା ଯୁକ୍ତିକୁ ଧରି ବିଜେଡ଼ି ସହ ମୂଲଚାଲ ଆରମ୍ଭ କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ଦୁଇ ଜଣ ଯୁବମନ୍ତ୍ରୀଙ୍କ ଜରିଆରେ ତାଙ୍କର କିଛି ପ୍ରଭାବଶାଳୀ ଚେଲାଚାମଣ୍ଡା ଏଥିପାଇଁ ଜୋରଦାର କସରତ୍ ଚଳାଇଥିବା ଜଣାପଡ଼ିଛି । ବିଷ୍ଣୁ ଦାସଙ୍କ ଜାଗାରେ ରାଜ୍ୟସଭା ଆସନକୁ ଆଖିରେ ରଖି ମୂଲଚାଲ ହେଉଛି । ବିଜେଡ଼ି ସୁପ୍ରିମୋ ଏହି ପ୍ରସ୍ତାବକୁ ଗମ୍ଭୀରତାର ସହ ନେଇଥିବା ତାଙ୍କ ପାଖଲୋକଙ୍କଠାରୁ ଜଣାପଡ଼ିଛି । ମନ ନ ଥିଲେ ବି ମିଡ଼ିଆ ଲୋଭ ତାଙ୍କୁ ଏ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି । ସୌମ୍ୟଙ୍କୁ ବିଜେଡ଼ିକୁ ଆଣିଲେ ଦଳର ଲାଭକ୍ଷତି ସମ୍ପର୍କରେ ନବୀନ ବିଚାରବିମର୍ଷ କରୁଛନ୍ତି । ଏପ୍ରିଲ୍ ଶେଷ ସପ୍ତାହ ସୁଦ୍ଧା ଏହା ଉପରେ ନିଷ୍ପତ୍ତି ହେବ ବୋଲି କୁହାଯାଉଛି ।

ସୌମ୍ୟରଂଜନ ଶଙ୍ଖ ଫୁଙ୍କିବାକୁ ମନ କରିବା ପୂର୍ବରୁ ତାଙ୍କ ପୁରୁଣା ପଦ୍ମ ଦଳ ଆଡକୁ ମନ କରିଥିଲେ । ନିଜ ଆମ ଓଡ଼ିଶା ଦଳକୁ ବିଜେପିରେ ବିଲୀନ କରିବାକୁ ତାଙ୍କର ଆଗ୍ରହ ଥିବା ନେଇ କିଛି ଦିନ ତଳେ ବେଶ୍ ଚର୍ଚ୍ଚା ହୋଇଥିଲା । ବିଜେପି ନେତାଙ୍କ ସହ ସୌମ୍ୟଙ୍କ ଗୋପନ ଯୋଗସୂତ୍ର ଏହି ଚର୍ଚ୍ଚାର ସତ୍ୟତାକୁ ଜୋର୍ କରିଥିଲା । ଇତିମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ନିବିଡ଼ତା ବଢ଼ିଯାଇଛି । ହେଲେ ସୌମ୍ୟ ତାଙ୍କ ଲକ୍ଷ୍ୟ ସାଧନରେ ସଫଳ ହୋଇପାରୁନାହାନ୍ତି । ନିଜର ମିଡ଼ିଆ ଥୋପ କାମ କରୁନାହିଁ । ବିଜେପିର ଗୋଟିଏ ବଡ଼ ଗୋଷ୍ଠୀ ତାଙ୍କ ନାଁ ଧରିଲେ ଚିଢ଼ୁଛନ୍ତି । ଉଚ୍ଚ ଅଭିଳାଷୀ ସୌମ୍ୟଙ୍କୁ ଦଳକୁ ଆଣିଲେ ସମ୍ଭାଳିବା କଷ୍ଟ ହୋଇଯିବ ବୋଲି ସେମାନେ ଧର୍ମେନ୍ଦ୍ରଙ୍କୁ ବୁଝେଇ ଦେଇଛନ୍ତି । ତେଣୁ କଥା ଆଗେଇପାରୁନାହିଁ । ପଦ୍ମ ଦଳର ଉତଥାନକୁ ଲୋଭେଇ ଯାଇଥିବା ସୌମ୍ୟଙ୍କୁ ଏହା ବିଚଳିତ କରିଛି । ତେବେ ତାଙ୍କର ଉଦ୍ୟମ କେତେ ବାଟରେ ଅଟକିଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ତାଙ୍କ ଲୋକମାନେ ପ୍ରଚାର କରୁଛନ୍ତି, ସାର୍ ଖଣ୍ଡପଡ଼ା ଛାଡ଼ି ବେଗୁନିଆରୁ ପଦ୍ମରେ ଲଢ଼ିବେ । ଆଉ ଠିକ୍ ଏତିକିବେଳେ ସୌମ୍ୟ ବିକଳ୍ପ ରାସ୍ତା କାଟି ନବୀନଭକ୍ତ ହେବାକୁ ମନ ବଳାଇଥିବା ଖବର ଆସିଛି । ବିଜେପି ରାସ୍ତା ନ ମିଳିଲେ ବିଜେଡ଼ି ରାସ୍ତା ଧରିବାକୁ ତାଙ୍କର କୁଆଡେ ମନ ବଳିଛି । କାରଣ ଯାହା ହେଲେ ବି କ୍ଷମତା ଦରକାର ।

ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ପରାଜୟର ବାଦଶାହା ବନିଥିବା ସୌମ୍ୟଙ୍କ ପାଇଁ ଏଥର ଶେଷ ସୁଯୋଗ । କର ବା ମର ପରିସ୍ଥିତି । “ଆମ ଓଡ଼ିଶା’ ଛତାରେ ଏହି ସୁଯୋଗ ଯେ ଆସିବ ସେହି ବିଶ୍ୱାସ ଓ ମନବଳ ତାଙ୍କର ଆଉ ନାହିଁ । ବିଜେପି କିମ୍ବା ବିଜେଡ଼ି ହାତ ଧରିଲେ ଯାଇ ନିଜ ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ ଭାବିଛନ୍ତି । ତେଣୁ ଦୁଇ ନାଆରେ ଗୋଡ ରଖି ମୁଲଚାଲ କରୁଥିବା କୁହାଯାଉଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ସେ ବିଜେଡ଼ି ପାଇଁ ଅଧିକ ଆଗ୍ରହୀ ରହିଥିବା ତାଙ୍କ ପାଖଲୋକଙ୍କ ସୂତ୍ରରୁ ଜଣାପଡ଼ିଛି । କାରଣ ବିଜେଡ଼ିର ନଗଦ ଖାଲି ରାଜ୍ୟସଭା ଆସନ ତାଙ୍କର ନିଦ ହଜାଇ ଦେଇଛି । ପ୍ରତ୍ୟକ୍ଷ ନିର୍ବାଚନରେ ଲୋକଙ୍କୁ ସାମନା କରିବାର ଦମ୍ଭ ହରାଇ ଥିବାରୁ ଏହି ରାଜ୍ୟସଭା ତାଙ୍କ ପାଇଁ ଠିକ୍ ବୋଲି ସେ କୁଆଡେ ବିଚାର କରୁଛନ୍ତି । ତେବେ ବିଜେଡ଼ି ସୁପ୍ରିମୋଙ୍କୁ ସେ ମନାଇବାରେ କେତେଦୂର ସଫଳ ହେଉଛନ୍ତି ତାହା ଦେଖିବାର କଥା ।

ସୌମ୍ୟଙ୍କର ଏହି ସହଜ କ୍ଷମତା ଲୋଭ ତାଙ୍କୁ ଖଣ୍ଡପଡ଼ାଠାରୁ ଦୂରେଇବା ଆରମ୍ଭ କରିଛି । ଖଣ୍ଡପଡ଼ାକୁ ନିଜର ତଥାକଥିତ ଜନ୍ମମାଟି କରିଦେଇଥିଲେ ମଧ୍ୟ ସେଠାକାର ଲୋକ ତାଙ୍କୁ ଯେ ଗ୍ରହଣ କରୁନାହାନ୍ତି ସୌମ୍ୟ ତାହା ବୁଝିସାରିଛନ୍ତି । ଗତ ସାଧାରଣ ନିର୍ବାଚନରେ ତାଙ୍କ ସପକ୍ଷରେ ପ୍ରବଳ ହାୱା ଥିଲେ ମଧ୍ୟ ଜିତି ପାରି ନ ଥିଲେ । ଏଥର ବି ସମାନ ଅବସ୍ଥା ସୃଷ୍ଟି ହୋଇଛି । ଚଳିତ ପଞ୍ଚାୟତ ନିର୍ବାଚନ ମଇଦାନକୁ ସେ ନିଜେ ଓହ୍ଲାଇ ନିଜର ବଳ କଷିଥିଲେ । ହେଲେ ଫେଲ୍ ମାରିଲେ । ବିଧାୟକ ଅନୁଭବ ପଟ୍ଟନାୟକ ଲୋକ ସମର୍ଥନ ହରାଇଥିଲେ ମଧ୍ୟ ଖଣ୍ଡପଡ଼ାବାସୀ ସୌମ୍ୟଙ୍କୁ ବିକଳ୍ପ ନେତାଭାବେ ଗ୍ରହଣ କରିନାହାନ୍ତି । ଧର୍ମଗୁଳା ପାଇ ଖଣ୍ଡପଡ଼ା ବ୍ଲକ୍ ଅଧ୍ୟକ୍ଷ ପଦ ନିଜ ସପକ୍ଷରେ ଆଣିଥିଲେ ମଧ୍ୟ ସେଥିରୁ ସୌମ୍ୟ ଲାଭବାନ ହେବାର ଆଦୌ ଆଶା ନାହିଁ । ନିର୍ବାଚନ ପରିଚାଳନାଗତ ତ୍ରୁଟି, ଲୋକଙ୍କ ପ୍ରତି ବ୍ୟବହାର ଏବଂ ନିଜର ଗର୍ବ ଓ ଅହଂକାର ତାଙ୍କ ପାଇଁ କାଳ ହେଉଛି । ପରିସ୍ଥିତି ଏମିତି ହୋଇଛି ଯେ ପଞ୍ଚାୟତ ନିର୍ବାଚନ ପରେ ତାଙ୍କର ସଂଗଠନ ବଢ଼ିବା ପରିବର୍ତ୍ତେ ଛିଣ୍ଡିବାରେ ଲାଗିଛି । ତାଙ୍କର ଆଚାର ବ୍ୟବହାରରେ ଅତିଷ୍ଠ ହୋଇ ନିଜ ମୁଖ୍ୟ କର୍ମୀମାନେ ବି ମୁହଁ ଫେରାଇବା ଆରମ୍ଭ କରିଛନ୍ତି । ସେପଟେ ଖଣ୍ଡପଡ଼ାରେ ବିଜେପିର କ୍ରମବର୍ଦ୍ଦିଷ୍ଣୁ ଶକ୍ତି ସୌମ୍ୟଙ୍କୁ ଆହୁରି ବିଚଳିତ କରିଦେଇଛି । ବିଜେଡ଼ି ବିରୋଧୀ ଭୋଟ ତାଙ୍କ ପାଖକୁ ନ ଆସି ପଦ୍ମ ଆଡକୁ ଯିବ ବୋଲି ବିଜ୍ଞ ସୌମ୍ୟ ନିଶ୍ଚିତ ହୋଇଗଲେଣି । ଏଭଳି ସ୍ଥିତିରେ କୌଣସି ହାଲତ୍ ରେ ଖଣ୍ଡପଡ଼ାରୁ ସେ ଜିତିପାରିବେ ନାହିଁ ବୋଲି ଜାଣିସାରିଲେଣି । ସୁତରାଂ ଜୀବନର ଶେଷ ସୁଯୋଗକୁ ହାତଛଡ଼ା ନ କରି ମୁଖ୍ୟ ଦଳରେ ଶରଣ ପଣିବା ବୁଦ୍ଧିମାନ କାର୍ଯ୍ୟ ହେବ ବୋଲି ସୌମ୍ୟଙ୍କ ତଥାକଥିତ ଚେଲାମାନେ ବୁଝାଇ ଦେଇଛନ୍ତି ।

Previous Post

ନବୀନ ଡରିଗଲେ !

Next Post

ବିଜେଡ଼ି ଓ ବିଭୀଷଣମାନେ

Next Post

ବିଜେଡ଼ି ଓ ବିଭୀଷଣମାନେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA