Wednesday, March 11, 2026 07:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

କ’ଣ ସତରେ ବିକାଶ ମରିଗଲା ?

by Our Correspondent
12 Jul, 2020- 05:40 PM
in Guest Column, Latest News, News
1 min read
0
କ’ଣ ସତରେ ବିକାଶ ମରିଗଲା ?

ବିକାଶ… ବିକାଶ… ବିକାଶ । କି ନେତା, କି ମନ୍ତ୍ରୀ… ପୁଣି ପୋଲିସ୍ ହୁଅନ୍ତୁ ବା ପବ୍ଲିକ୍, ସତେ ଯେମିତି ବିକାଶ ଏବେ ସମସ୍ତଙ୍କ ମୁହଁର ‘ବଜ୍ ୱର୍ଡ୍’ । ବିକାଶକୁ ନେଇ ଅନେକ ଚର୍ଚ୍ଚା, ଗଣମାଧ୍ୟମ ଷ୍ଟୁଡିଓରୁ ଦେଶର ଗଳିକନ୍ଧି, ସବୁଠି ବିକାଶ ଦୁବେର ମୃତ୍ୟୁକୁ ନେଇ ଚାଲିଛି ଆଲୋଚନା-ସମାଲୋଚନା ମାଧ୍ୟମରେ ବ୍ୟବଚ୍ଛେଦ । ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେର ଏନକାଉଁଟର୍ କେତେ ଯୁକ୍ତିଯୁକ୍ତ ? ଏନକାଉଁଟର୍ ଥିଓରୀ ସତ ନା ପ୍ରାୟୋଜିତ କାହାଣୀ ? ବିକାଶକୁ ଗ୍ୟାଙ୍ଗଷ୍ଟର ଭାବେ କେଉଁମାନେ ବିକଶିତ କରିଥିଲେ ? ବିନା ନେତା ଓ ପୋଲିସର ସାହାରାରେ ବିକାଶ, ଗ୍ୟାଙ୍ଗଷ୍ଟରରେ ବିକଶିତ ହୋଇଥିଲା କି ? ତେବେ, ଏବେ କାହିଁକି ବିକାଶକୁ ବିନାଶ କରିବାକୁ ପଡ଼ିଲା ? ବୋଧ ହୁଏ, କିଛି ନେତା ଓ ପୋଲିସଙ୍କ ‘ବିକାଶ’ର ମାଧ୍ୟମ ପାଲଟିଥିବା ବିକାଶ ଦୁବେ, ଏବେ ସେମାନଙ୍କ ପାଇଁ ବିପଦ ହେବାକୁ ଯାଉଥିଲା !

ଆଇପିସିର ଧାରା 302 । ଆଇନ କହୁଛି, ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ପାଇଁ ରହିଛି ମୃତ୍ୟୁଦଣ୍ଡ । କିନ୍ତୁ 60ରୁ ଅଧିକ ଗୁରୁତର ଅପରାଧିକ ମାମଲା ମଧ୍ୟରୁ 5ଟି ହତ୍ୟାକାଣ୍ଡରେ ବିକାଶ ଦୁବେର ପ୍ରତ୍ୟକ୍ଷ ସଂପୃକ୍ତି ଥାଇ ବି, ବାରମ୍ବାର ଆଇନ୍ ଜାଲରୁ ଖସିଯାଇ, ସେ ବାହାରେ ବୁଲୁଥିଲା ।
1990 ମସିହାରେ ଅପରାଧ ଦୁନିଆରେ ନାଁ ଲେଖାଇଲା ବିକାଶ ଦୁବେ । 1991-92ରେ ପ୍ରଥମେ 2 ଜଣ ଦଳିତଙ୍କୁ ହତ୍ୟା କଲା । ତାକୁ ପାଠ ପଢାଇଥିବା କାନପୁର ତାରାଚାନ୍ଦ ଇଣ୍ଟର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ସିଦ୍ଧେଶ୍ୱର ପାଣ୍ଡେଙ୍କୁ 2000 ମସିହାରେ ହତ୍ୟା କଲା । ପୁଣି 2001ରେ ଶିବଲି ଥାନାରେ ଦିନ ଦିପହରେ ବିଜେପି ନେତା ସନ୍ତୋଷ ଶୁକ୍ଳାଙ୍କୁ ଗୁଳି ମାରି ଟଳାଇ ଦେଲା । କିନ୍ତୁ କୋର୍ଟରେ ଆତ୍ମସମର୍ପଣ କଲା ବେଳକୁ ତା ସହ ଥିଲେ ଏସପି, ବିଏସପି ଏପରିକି ବିଜେପି ଦଳର ନେତା ଓ କର୍ମୀ । କହିଲେ ଦେଖି, ଏସବୁ କ’ଣ ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ ନଥିଲା ? ଥାନା ଭିତରେ ବିଜେପି ନେତାଙ୍କୁ ହତ୍ୟା ବେଳେ ପୋଲିସ୍ ତ ଉପସ୍ଥିତ ଥିଲା ନା ? ତଥାପି କୋର୍ଟରେ ବିକାଶ ବିରୋଧରେ ଚାର୍ଜସିଟ୍ ଏବଂ ସାକ୍ଷ୍ୟପ୍ରମାଣ ଦୁର୍ବଳ ହୋଇଗଲା ! ଖୁବ୍ କମ୍ ବସୟରୁ ଅପରାଧରେ ଗ୍ରାଜୁଏସନ୍ ସାରି ପିଏଚଡି ହାସଲ କରି ସାରିଥିଲା ବିକାଶ ଦୁବେ । କିନ୍ତୁ ଏବେ…
ଏବେ ଯଦି ବିକାଶ ଦୁବେ ଓ ତାର ଗ୍ୟାଙ୍ଗ୍, 8 ପୋଲିସଙ୍କୁ ହତ୍ୟା ନକରି, 8 ଜଣ ସାଧାରଣ ଲୋକ କିମ୍ବା ଅନ୍ୟ କୌଣସି ଗ୍ୟାଙ୍ଗର 8 ଜଣଙ୍କୁ ମାରିଥାନ୍ତେ, ତେବେ କଣ ପରିସ୍ଥିତି ଏମିତି ହୋଇଥାନ୍ତା ? 8 ଦିନ ଭିତରେ ଉତ୍ତର ପ୍ରଦେଶ ପୋଲିସ୍, ବିକାଶ ଓ ତାର 5 ସହଯୋଗୀଙ୍କୁ ଏନକାଉଁଟର୍ କରିଥାନ୍ତା ? ଜଣେ ସାଧାରଣ ଲୋକକୁ ଯଦି ଏ ପ୍ରଶ୍ନ ପଚରା ଯାଏ, ତେବେ ଉତ୍ତର ଆସିବ, ହୁଏତ ପୋଲିସ୍ ଏନକାଉଁଟରରେ ଲାଗିଥାନ୍ତା ପଲିଟିକାଲ୍ ବ୍ରେକ୍ । ଆଉ ପୂର୍ବ ଭଳି ପୋଲିସ୍ ଓ ନେତାଙ୍କ ଭିତିରି ସହଯୋଗରେ ତା ବିରୋଧରେ ଚାର୍ଜସିଟ୍ ମଧ୍ୟ ଦୁର୍ବଳ ହୋଇଥାନ୍ତା । ତେଣୁ ଏଭଳି ସ୍ଥିତିରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏନକାଉଁଟରକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ ।
ରାଜନୀତିର ଅପରାଧିକରଣ ଏବଂ ନେତା, ପୋଲିସ୍ ଓ ଅପରାଧୀଙ୍କ ମଧ୍ୟରେ ସମ୍ପର୍କ ଆମ ଦେଶରେ କିଛି ନୂଆ ନୁହେଁ । ତେଣୁ କାନପୁରୱାଲା ବିକାଶର ବିନାଶକୁ ଏଠି କେବେ ବି ପୂର୍ଣ୍ଣଚ୍ଛେଦ ଭାବେ ଗ୍ରହଣ କରିହେବ ନାହିଁ । କାରଣ, ବିକାଶ(Development)ର ନାଁ ନନେଲେ ନେତାଏ ଭୋଟ୍ ଜିତି ପାରିବେ ନାହିଁ । ଲୋକଙ୍କୁ ‘ବିକାଶ’ ନାଁରେ ଭୂତାଇବେ, ପୁଣି ବିକାଶ ଦୁବେ ଭଳି ଗ୍ୟାଙ୍ଗଷ୍ଟରକୁ ଲଗାଇ, ଡରାଇ ଧମକାଇ ଭୋଟ୍ ନେବେ ।
ଦେଶର ପ୍ରାୟ ଅଧିକାଂଶ ନେତା ଏମିତି ଅନେକ ବିକାଶ ଦୁବେଙ୍କୁ ରଖିଛନ୍ତି । ସେହିମାନେ ହିଁ ଭୋଟର ବାପୁଡ଼ାଙ୍କ ଆଗରେ ନିର୍ବାଚିତ ପ୍ରତିନିଧିଙ୍କ ଚଳନ୍ତି ପ୍ରତିମା । ନେତାଙ୍କ ଅଞ୍ଚଳର ଯେ କୌଣସି ବିକାଶମୂଳକ କାମ ସେହି ବିକାଶମାନଙ୍କ ମାଧ୍ୟମରେ ହେବ । ସେହି ବିକାଶମାନେ ହିଁ ଆଗାମୀ ନିର୍ବାଚନ ପୂର୍ବରୁ ନେତାଏ ସେମାନଙ୍କ ଅଞ୍ଚଳକୁ ଯିବା ଯାଏଁ, ସେମାନଙ୍କ ପାଇଁ ‘ବିକାଶ’ର ବାଜା ବଜାଉଥିବେ । ଆଉ ଅଞ୍ଚଳର ବିକାଶମୂଳକ କାମରୁ ପର୍ସେଣ୍ଟେଜ୍ ବାହାର କରି ନେତାଙ୍କ ଆର୍ଥିକ ପାଣ୍ଠିର ବିକାଶରେ ସହାୟକ ହେଉଥିବେ । କିଛି, ଏହାକୁ ନେତାଙ୍କ PR Exercise କହିପାରନ୍ତି, କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ନେତା ଓ ଅପରାଧୀଙ୍କ ସମ୍ପର୍କ ମଧ୍ୟରେ କେମିତି ଫସୁଛି ପୋଲିସ୍ ?
ନିକଟରେ ଆମେରିକାରେ ପୋଲିସ୍ ଦ୍ୱାରା ଜର୍ଜ ଫ୍ଲଏଡ୍ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ହତ୍ୟାକୁ ନେଇ ଲୋକଙ୍କ ବିଦ୍ରୋହ ତୀବ୍ର ହୋଇଥିଲା । ଫ୍ଲଏଡଙ୍କ ହତ୍ୟାକାରୀ, ଶ୍ୱେତାଙ୍ଗ ପୋଲିସ୍ ଅଧିକାରୀ, ଡେରେକ୍ ଚୌଭିନଙ୍କ ଦୋଷ ପାଇଁ ଅନୁତାପର ପ୍ରତୀକ ସ୍ୱରୂପ ଲୋକଙ୍କ ଆଗରେ ଆଣ୍ଠେଇ ନିଜର ସମବେଦନା ଜଣାଇଲା ପୋଲିସ୍ । ଆମେରିକା ପୋଲିସର ଏଭଳି ପଦକ୍ଷେପକୁ ସାରା ବିଶ୍ୱରୁ ପ୍ରଶଂସା ମିଳୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଲେ ଧମକ, ଦେଖାଇଲେ ନାଲି ଆଖି । ସେନା ଦ୍ୱାରା ଆନ୍ଦୋଳନକାରୀଙ୍କୁ ଦବାଇ ଦେବାକୁ ଧମକ ଦେଲେ । କିନ୍ତୁ, ରାଷ୍ଟ୍ରପତିଙ୍କୁ ମୁହଁତୋଡ଼ ପରାମର୍ଶ ଦେଲେ ହଷ୍ଟନ୍ ପୋଲିସ୍ ମୁଖ୍ୟ, ଆର୍ଟ ଆକଭେଡୋ । ଯଦି ଗଠନମୂଳକ କିଛି କହିବାର ନାହିଁ, ତେବେ ଚୁପ୍ ରହିବାକୁ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ କହିଥିଲେ ଆକଭେଡୋ ।
କହିଲେ ଦେଖି, ଏଭଳି ପରିସ୍ଥିତିରେ ଆମ ଦେଶରେ କୌଣସି ନେତା ବା ମନ୍ତ୍ରୀଙ୍କୁ ଏମିତି କହିବାକୁ କେଉଁ ପୋଲିସ୍ ଅଧିକାରୀଙ୍କ ଜିଭରେ ହାଡ଼ ଅଛି ? କିନ୍ତୁ ଲକ୍ ଡାଉନ୍ ବେଳେ ସାଧାରଣ ଲୋକଙ୍କ ଉପରେ ଦଣ୍ଡା ଧରା ପୋଲିସଙ୍କ ଉଦଣ୍ଡ ଉତ୍ପାତ କିଛି କମ୍ ନାହିଁ । କୋଭିଡ୍-19 କଟକଣା ବେଳେ ଦୋକାନ ବନ୍ଦ କରିବାରେ ଟିକେ ବିଳମ୍ବ ହୋଇଯିବାରୁ ତାମିଲନାଡୁରେ ବାପ-ପୁଅଙ୍କୁ ଧରିନେଲା ପୋଲିସ୍ । ଜୁନ୍ 19 ତାରିଖରେ ଧରିନେଲା, ଆଉ 4 ଦିନ ହାଜତରେ ରଖି, ପିଟି ପିଟି ମାରିଦେଲା । କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ହତ୍ୟାକୁ ନେଇ ଶ୍ୱେତାଙ୍ଗଙ୍କ ଆମେରିକାରେ ସିନା ଲୋକଙ୍କ ଆକ୍ରୋଶ ଓ ବିଦ୍ରୋହ ତୀବ୍ର ହେଲା, କିନ୍ତୁ ଆମ ଦେଶରେ ତ ହାଜତ ମୃତ୍ୟୁ ଗୋଟେ ସାଧାରଣ ଘଟଣା ନା !
ଫ୍ଲଏଡଙ୍କ ପାଇଁ ମାତ୍ର 2 ସପ୍ତାହର ଆନ୍ଦୋଳନ । ଆଉ ପୋଲିସ୍ ଆଇନରେ ସଂଶୋଧନ ପାଇଁ ଲୋକଙ୍କ ଆଗରେ ଜୁନ୍ 7 ତାରିଖରେ ନିଜେ ଘୋଷଣା କଲା ଆମେରିକା ପୋଲିସ୍ । ଆମେରିକା ପାର୍ଲାମେଣ୍ଟରେ ଏନେଇ ବିଲ୍ ପାରିତ୍ ହୋଇ ସାରିଥିବା ବେଳେ ଖୁବ୍ ଶୀଘ୍ର ତାହା ଆଇନରେ ପରିଣତ ହେବ । ଯେଉଁ ଆଇନ ବଳରେ ପୋଲିସର ଅତ୍ୟଧିକ ନିର୍ଯାତନା ଓ ଦୌରାତ୍ମ୍ୟ ଉପରେ ଲାଗିବ ରୋକ୍ । ଦେଶର ଆଇନ ଏବଂ ସର୍ବୋପରି ଦେଶବାସୀଙ୍କ ନିକଟରେ ପୂର୍ବାପେକ୍ଷା ଅଧିକ ଉତ୍ତରଦାୟୀ ରହିବ ଆମେରିକା ପୋଲିସ । କିନ୍ତୁ ଆମ ଦେଶରେ ଏମିତି ହୋଇ ପାରିବ କି ? ନା… ବର୍ତ୍ତମାନ ପରିସ୍ଥିତିରେ ତାହା ଆଦୌ ସମ୍ଭବ ନୁହେଁ । କାରଣ, ଆମ ଦେଶରେ ଏବେ ବି ଚାଲିଛି ବ୍ରିଟିଶ୍ ଅମଳର 1861 ମସିହା ପୋଲିସ୍ ଆଇନ୍ । ବିଭିନ୍ନ ସମୟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି… କିଛି କମିଶନ ଓ କମିଟି ରିପୋର୍ଟ ଦାଖଲ କରିଛନ୍ତି… କିନ୍ତୁ ପୋଲିସ୍ ଆଇନରେ ସଂଶୋଧନ ହୋଇପାରୁନି ।
ଆଞ୍ଚଳିକ କିମ୍ବା ଜାତୀୟ… କୌଣସି ରାଜନୈତିକ ଦଳ ଚାହୁଁ ନାହାନ୍ତି “ପୋଲିସ୍ ଏବଂ ପବ୍ଲିକ୍ ଅର୍ଡର୍” ସମ୍ବିଧାନର କନକରେଣ୍ଟ ଲିଷ୍ଟକୁ ଆସିବା । ଏବେ ବି ଆମ ଦେଶରେ ପୋଲିସ୍  State Subject ହୋଇ ରହିଛି । ଫଳରେ ପୋଲିସ୍, କାର୍ଯ୍ୟପାଳିକା ନିକଟରେ ଉତ୍ତରଦାୟୀ ରହୁଛି ସିନା, କିନ୍ତୁ ପାର୍ଲାମେଣ୍ଟ ପାଖରେ ନୁହେଁ । ଯେଉଁଥି ପାଇଁ ଲୋକଙ୍କ ପୋଲିସ୍ କୁହାଯାଉଥିବା ପୋଲିସ୍, ଲୋକଙ୍କ ପାଇଁ କମ୍ ସମୟ ଦେଉଛି । ଆଉ ନେତାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଆବଶ୍ୟକତାରେ ଅଧିକ ବ୍ୟବହାର ହେଉଛି । ତେଣୁ ଏଭଳି ପରିସ୍ଥିତିରେ ରାଜନୀତିର ଅପରାଧିକରଣରେ ରୋକ୍ ଲାଗିବା ପରବର୍ତ୍ତେ, ବିକାଶ ଦୁବେଙ୍କ ଭଳି ଗ୍ୟାଙ୍ଗଷ୍ଟର୍ ମାନେ ବିକଶିତ ହେବା ସ୍ୱାଭାବିକ ।  
କେବଳ ଗ୍ୟାଙ୍ଗଷ୍ଟରଙ୍କୁ ଧରି ନେତାଏ ରାଜନୀତି କରୁନାହାନ୍ତି । ବିକାଶଙ୍କ ଏନକାଉଁଟର୍ ପରେ ଉତ୍ତର ପ୍ରଦେଶରୁ ଆସୁଛି ସାଂଘାତିକ ତଥ୍ୟ । ଧର୍ମକୁ ନେଇ ରାଜନୀତି ଚାଲୁଥିବା ଆମ ଦେଶରେ ଜାତିବାଦ ବି କିଛି କମ୍ ନାହିଁ । ଉତ୍ତର ପ୍ରଦେଶର ବ୍ରାହ୍ମଣ ସଂପ୍ରଦାୟ, ବିକାଶ ଦୁବେକୁ ‘ଶେର୍’ ସମ୍ବୋଧନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାକୁର ସଂପ୍ରଦାୟ ସହ ରାଜନୈତିକ ତିକ୍ତତା ତୀବ୍ର ହୋଇଛି । ତେଣୁ ପୋଲିସ୍ ଆଇନରେ ସଂଶୋଧନକୁ ଉପେକ୍ଷା କରି, ଗ୍ୟାଙ୍ଗଷ୍ଟର୍ ସୃଷ୍ଟି କରି, ଧର୍ମ ଓ ଜାତି ନାଁରେ ସମାଜକୁ ଭାଗ ଭାଗ କଲେ ହିଁ ରାଜନୈତିକ ଫାଇଦା ମିଳିପାରିବ ବୋଲି ନେତାଏ, ଭଲ ଭାବେ ବୁଝି ନେଇଛନ୍ତି । ନଚେତ୍ 8 ଜଣ ପୋଲିସ କର୍ମଚାରୀଙ୍କୁ ଯଦି ଜଙ୍ଗଲରେ କୌଣସି ବିକାଶ ଦୁବେ ମାରିଥାନ୍ତା, ତେବେ ‘ମାଓବାଦୀ’ର ଆଖ୍ୟା ପାଇଥାନ୍ତା । କୌଣସି ଉତ୍ତର-ପୂର୍ବ ରାଜ୍ୟରେ ହୋଇଥିଲେ ସେ ହୋଇଥାନ୍ତା ‘ଉଗ୍ରବାଦୀ’ । ଆଉ ମୁସଲିମ୍ ହୋଇଥିଲେ ତାକୁ କୁହା ଯାଇଥାନ୍ତା ‘ଆତଙ୍କବାଦୀ’ । କିନ୍ତୁ ବିକାଶ ଦୁବେ ଥିଲା ‘ଗ୍ୟାଙ୍ଗଷ୍ଟର୍’ !!!
ତେଣୁ ଏଭଳି ପରିସ୍ଥିତିରେ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ, କ’ଣ ସତରେ ବିକାଶ ମରିଗଲା ? ହଁ, ୟୁପି ପୋଲିସର ଏନକାଉଁଟରରେ କାନପୁରୱାଲା ବିକାଶର ଦୁବେର ମୃତ୍ୟୁ ହୋଇଛି । କିନ୍ତୁ ନେତାଙ୍କ ‘ବିକାଶ’ ବଞ୍ଚିଛି, ଜନତାଙ୍କ ‘ବିକାଶ’ ବାଟବଣା ହୋଇଯାଇଛି । ଭୋଟ୍ ଆସିଲେ, ପ୍ରତିଥର, ନେତାଏ ‘ବିକାଶ’ର ନାଁ ନେଉଥିବେ, ଆଉ ଜନତା ‘ବିକାଶ’ର ସ୍ୱପ୍ନ ଦେଖୁଥିବେ । ରାଜନୀତିର ‘ବିକାଶ’ କ’ଣ କେବେ ମରିପାରିବ ?
(ଲେଖକ ବରେନ୍ଦ୍ର କୃଷ୍ଣ ସାହୁ ଜଣେ ବରିଷ୍ଠ ସାମ୍ବାଦିକ । ତାଙ୍କର ଯୋଗାଯୋଗ ନଂ 7008779043)
Previous Post

ଆଜି ୫୯୫ ପଜିଟିଭ୍, ଗଞ୍ଜାମରୁ ଆଉ ୩ ମୃତ୍ୟୁ

Next Post

ଲକ୍ଷଣ ନ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ୍ ଅନୁମତି

Next Post
ଲକ୍ଷଣ ନ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ୍ ଅନୁମତି

ଲକ୍ଷଣ ନ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ୍ ଅନୁମତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA