ଭୁୁବନେଶ୍ୱର: ମହାମାରୀ କରୋନା ରାଜ୍ୟର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଥିବାରୁ ରାଜ୍ୟ ସରକାର ବ୍ୟାପକ ଖର୍ଚ୍ଚକାଟ ବ୍ୟବସ୍ଥା କରିଛନ୍ତି । ନୂଆ ପଦବୀ ସୃଷ୍ଟି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ନୂଆ କନସଲଟାଣ୍ଟସ୍, ଆଉଟସୋର୍ସିଂ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ବନ୍ଦ କରାଯାଇଛି । ଏମିତିକି ସରକାରୀ ମିଟିଂ, ବିଳାସପୂର୍ଣ୍ଣ ଯାତ୍ରା, ଅଫିସ ଗାଡ଼ିକିଣା, ଅଫିସ ମରାମତି ପାଇଁ ବି ଖର୍ଚ୍ଚ କରାଯାଇପାରିବ ନାହିଁ । ଗତ ଜୁଲାଇ ୭ ତାରିଖରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ଏହି ମର୍ମରେ ସବୁ ବିଭାଗକୁ ଚିଠି ଲେଖିଛନ୍ତି ।








