Wednesday, March 4, 2026 08:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News International

ଖୁବ୍ ଶୀଘ୍ର କରୋନା ଟୀକା !

by Our Correspondent
15 May, 2020- 12:18 AM
in International, Latest News, News
1 min read
0
ଖୁବ୍ ଶୀଘ୍ର କରୋନା ଟୀକା !
କରୋନା ମହାମାରୀର ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ସାରା ବିଶ୍ୱ ବ୍ୟସ୍ତ । ଦିନ ରାତି ଏକ୍ କରି ଦେଇ ଗବେଷଣାରେ ମାତିଛନ୍ତି ବୈଜ୍ଞାନିକ ଓ ଗବେଷକ । ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଟୀକା ପ୍ରସ୍ତୁତ ହେଲାଣି । କିନ୍ତୁ ସେସବୁ ସଫଳ ହୋଇନି । ତେବେ ଏସବୁ ଭିତରେ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ଡେଭଲପମେଣ୍ଟ ହୋଇଛି । ଯଦି କରୋନାର ପ୍ରତିଷେଧକ ଟୀକା ବାହାରେ, ତେବେ ଏହା ସମସ୍ତଙ୍କ ପାଇଁ ମାଗଣା କରାଯିବା ଉଚିତ । ଏହା ସମ୍ପୂର୍ଣ୍ଣ ପାଟେଣ୍ଟ୍ ଫ୍ରି ରହିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୀତି ନିର୍ଦ୍ଧାରଣ କରୁଥିବା ବିଭାଗ, ୱାର୍ଲଡ୍ ହେଲ୍ଥ ଆସେମ୍ୱ୍ଲି ଏହି ନିଷ୍ପତ୍ତି ନେଇଛି ।
ଯେଉଁଥିରେ ବିଶ୍ୱର ବିଭିନ୍ନ ଦେଶର ପୂର୍ବତନ ଏବଂ ବର୍ତ୍ତମାନ କ୍ଷମତାରେ ଥିବା 140 ଜଣ ନେତା ସ୍ୱାକ୍ଷର କରିଛନ୍ତି । ଏହି ସ୍ୱାକ୍ଷରକାରୀଙ୍କ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଅଛନ୍ତି । ସ୍ୱାକ୍ଷରନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯେଉଁ ଦେଶ ପ୍ରଥମେ ଟୀକା ପ୍ରସ୍ତୁତ କରୁନା କାହିଁକି, ସମସ୍ତ ଦେଶକୁ ତାର ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରଦାନ କରିବାକୁ ବାଧ୍ୟ । ଦେଶ ଯେତେ ଗରିବ ହୋଇଥାଉ କିମ୍ବା ତାର ଅବସ୍ଥିତି ଯେଉଁଠି ବି ଥାଉ, କାହାକୁ ଯେମିତି ଟୀକା ପାଇଁ ଧାଡ଼ିରେ ଛିଡ଼ା ହେବାକୁ ନପଡ଼େ ।
କରୋନାର ପ୍ରତିଷେଧକ ଟୀକା ଉଦ୍ଭାବନ, ନିକଟ ଭବିଷ୍ୟତରେ ସମ୍ଭବ ହେଲା ଭଳି ଲାଗୁନି । କରୋନା ଭୂତାଣୁ ହିଁ ମାନବ ସମାଜରେ ସବୁଦିନ ପାଇଁ ରହିପାରେ ବୋଲି ନିକଟରେ କହିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ କରୋନାରୁ ଦୂରେଇ ରହିବାକୁ ହେଲେ ବ୍ୟକ୍ତିଗତ ସଚେତନତା ଓ ସଂଯମତା ଉପରେ WHO ଗୁରୁତ୍ୱ ଦେଇଥିଲେ ।
ଟୀକା ଉଦ୍ଭାବନ ସଫଳ ହେଲେ, ଫ୍ରାନ୍ସର ପ୍ରମୁଖ ଫାର୍ମାସ୍ୟୁଟିକାଲ୍ କମ୍ପାନି ସାନୋଫି, ତାର ପ୍ରଥମ ସିପମେଣ୍ଟ୍ ଆମେରିକାକୁ ପଠାଇବ ବୋଲି କହିଲାଣି । ଆମେରିକା ଟୀକା ପ୍ରସ୍ତୁତି ପାଇଁ ପାଣ୍ଠି ଯୋଗାଇ ଦେଉଥିବାରୁ କମ୍ପାନି ମୁଖ୍ୟ କାର୍ଯ୍ୟନିର୍ବାହୀ ପଲ୍ ହଡସନ୍ ଏମିତି କହିଛନ୍ତି । ଆଉ ଏହା ଶୁଣିବା ପରେ ୱାର୍ଲଡ୍ ହେଲ୍ଥ ଆସେମ୍ୱ୍ଲି, ଏଭଳି ସ୍ୱାକ୍ଷରନାମା କରାଇଛି । ତେବେ ଭାରତ, ଆମେରିକା ଏବଂ ଫ୍ରାନ୍ସ ଆଦି କିଛି ଦେଶ ବର୍ତ୍ତମାନ ସୁଦ୍ଧା ଏଥିରେ ସ୍ୱାକ୍ଷର କରି ନଥିବା ଜଣାପଡ଼ିଛି ।
(ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ)
Previous Post

‘କରୋନା ଆଣୁଛି ଉତ୍କଟ ଦାରିଦ୍ର୍ୟ’

Next Post

ମ୍ୟାଡମ୍ ଉବାଚ – ୠଣଂ କୄତ୍ଵା ଘୄତଂ ପିବେତ୍!

Next Post
ମ୍ୟାଡମ୍ ଉବାଚ – ୠଣଂ କୄତ୍ଵା ଘୄତଂ ପିବେତ୍!

ମ୍ୟାଡମ୍ ଉବାଚ - ୠଣଂ କୄତ୍ଵା ଘୄତଂ ପିବେତ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA