Wednesday, March 11, 2026 07:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୁଲାଇ ୩୧ ଯାଏ ୪ ଜିଲ୍ଲା ଲକ୍ ଡାଉନ୍

by Our Correspondent
16 Jul, 2020- 11:16 PM
in Latest News, News
1 min read
0
ଜୁଲାଇ ୩୧ ଯାଏ ୪ ଜିଲ୍ଲା ଲକ୍ ଡାଉନ୍
– ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଜିଲ୍ଲା ଲକ୍ ଡାଉନ୍
– ରାଉରକେଲା ମହାନଗର ନିଗମ ଅଞ୍ଚଳ ବି ଲକ୍ ଡାଉନ୍
– ସକାଳ ୬ରୁ ଦିନ ୧ଟା ତେଜରାତି, ପନିପରିବା, କ୍ଷୀର ଦୋକାନ ଖୋଲିବ
– ୪ଟି ଜିଲ୍ଲାରେ ସପ୍ତାହାନ୍ତ ସଟ୍ ଡାଉନ୍ ଉଠିଲା
ଭୁବନେଶ୍ୱର: କରୋନା ସଂକ୍ରମଣ ଭୟାବହତା ଦୃଷ୍ଟିରୁ ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଲକ୍ ଡାଉନ୍ କରାଯାଇଛି । ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଏସବୁ ଅଞ୍ଚଳକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବିନା କାରଣରେ ସଂପୃକ୍ତ ଜିଲ୍ଲାକୁ ବାହାର ଜିଲ୍ଲା ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ଭୁବନେଶ୍ୱର ଓ କଟକ ସହର ଭିତରକୁ ବିନା କାରଣରେ କୌଣସି ଗାଡ଼ି ଆସିପାରିବ ନାହିଁ ।
ଏହି ୧୪ ଦିନିଆ ଲକ୍ ଡାଉନ୍ ରେ ତେଜରାତି, ପନିପରିବା, କ୍ଷୀର ଦୋକାନଗୁଡ଼ିକ ୭ ଘଣ୍ଟା ଖୋଲା ରଖିବାକୁ ଅନୁମତି ଦିଆଯାଇଛି । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଅନ୍ୟପକ୍ଷରେ ଏହି ୪ ଜିଲ୍ଲାରେ ସପ୍ତାହାନ୍ତ ସଟ୍ ଡାଉନ୍ କଟକଣା ଉଠାଇ ଦିଆଯାଇଛି ।
ଲକ୍ ଡାଉନ୍ ସମୟରେ ଉପରୋକ୍ତ ସୀମିତ ସମୟ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡ଼ିଦେଲେ ଅନ୍ୟସବୁ ଦୋକାନ, ବାଣିଜି୍ୟକ ପ୍ରତିଷ୍ଠାନ, ଅଫିସ୍ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ ପ୍ରତିରକ୍ଷା ଅଫିସ, କେନ୍ଦ୍ରୀୟ ସୁରକ୍ଷା ବଳ ଅଫିସ, ଟେଲିକମ୍, ପୋଷ୍ଟ ଅଫିସ, ଟ୍ରେଜେରୀ, ପାଣିପାଗ ବିଭାଗ, ଜାତୀୟ ସୂଚନା କେନ୍ଦ୍ର, ରିଜର୍ଭ ବ୍ୟାଙ୍କ ଅଫିସକୁ କଟକଣାମୁକ୍ତ କରାଯାଇଛି । ସେହିଭଳି ରାଜ୍ୟ ସରକାରଙ୍କ ଅଧୀନସ୍ଥ ବିପର୍ଯ୍ୟୟ ପରିଚାଳନା ଅଫିସ୍, ଜରୁରୀକାଳୀନ ସେବାରେ ଥିବା ଅଫିସ, ଜିଲ୍ଲା ଏବଂ ମୁ୍ୟନିସିପାଲ୍ ପ୍ରଶାସନ, ପୁଲିସ, ଅଗ୍ନିଶମ ବିଭାଗକୁ କଟକଣାରୁ ବାଦ୍ ଦିଆଯାଇଛି ।
ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା, କ୍ଲିନିକ୍, ନର୍ସିଂହୋମ୍, ଔଷଧ ଦୋକାନ ଖୋଲା ରହିବ । ଆମ୍ବୁଲାନ୍ସ, ଡାକ୍ତର, ପାରା ମେଡ଼ିକାଲ ଓ ସ୍ୱାସ୍ଥ୍ୟକର୍ମୀ, ପରିମଳ, ଜଳଯୋଗାଣ, ସ୍ୱେରେଜ୍ କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀଙ୍କୁ କଟକଣାମୁକ୍ତ କରାଯାଇଛି ।
ବିିମାନସେବା, ଜାହାଜ ଚଳାଚଳ, ରେଳ ସେବା ବନ୍ଦ ହେବନି । ବିମାନବନ୍ଦର, ରେଲୱେ ଷ୍ଟେସନ୍, ବସ୍ ଷ୍ଟାଣ୍ଡ ଗୁଡ଼ିକ ଖୋଲା ରହିବ । ପରିବହନ ଏବଂ ଜାତୀୟ ରାଜପଥରେ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ଚଳାଚଳ ବନ୍ଦ ହେବନି । ଘରୋଇ ପରିବହନ ଓ ଟ୍ୟାକ୍ସି ଓଲା, ଉବେର ଚଳାଚଳକୁ ଅନୁମତି ଦିଆଯାଇଛି । ଅନ୍ୟପକ୍ଷରେ ବିଭିନ୍ନ ସଂସ୍ଥା ମାଧ୍ୟମରେ ଘରକୁ ଖାଦ୍ୟ ହୋମ୍ ଡେଲିଭରି ହୋଇପାରିବ । ଗ୍ରୋସୋରୀ, ପରିବା, ଅଣ୍ଡା, ମାଛ ଓ ମାଂସ ହୋମ୍ ଡେଲିଭରି ହେବ ।
କୃଷି, ଉଦ୍ୟାନକୃଷି, ମତ୍ସ୍ୟଚାଷ, ପଶୁପାଳନ ତଥା ଆନୁସଙ୍ଗିକ କାର୍ଯ୍ୟକୁ କଟକଣାମୁକ୍ତ କରାଯାଇଛି । ଶିଳ୍ପସଂସ୍ଥା, ଫ୍ୟାକ୍ଟରୀ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଥିଲା ବେଳେ ସର୍ବନିମ୍ନ କର୍ମଚାରୀରେ ଆଇଟି ୟୁନିଟ୍ ରେ କାର୍ଯ୍ୟ ହେବ । ପେଟ୍ରୋଲ୍ ପମ୍ପ, ସିଏନଜି ଷ୍ଟେସନ୍, ଏଲପିଜି ବଟଲିଂ ଓ ବିତରଣକୁ କଟକଣାମୁକ୍ତ କରାଯାଇଛି ।
ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । କଟକଣା ନ ମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଚେତାବନୀ ଦେଇଛନ୍ତି ।
ଲକ୍ ଡାଉନ୍ ସହ ଏହି ୪ ଜିଲ୍ଲାରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ ବୋଲି ସେ କହିଛନ୍ତି । ସମସ୍ତ ଜିଲ୍ଲାରେ ପୂର୍ବ କୋଭିଡ୍ ନିୟମ ବଳବତ୍ତର ରହିବ ।
Previous Post

ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକ

Next Post

୪ ମୃତ୍ୟୁ ସହ ରାଜ୍ୟରେ ୭୧୮ ନୂଆ ପଜିଟିଭ୍, ଦେଶରେ ରେକର୍ଡ ୩୪,୯୫୬

Next Post
୪ ମୃତ୍ୟୁ ସହ ରାଜ୍ୟରେ ୭୧୮ ନୂଆ ପଜିଟିଭ୍, ଦେଶରେ ରେକର୍ଡ ୩୪,୯୫୬

୪ ମୃତ୍ୟୁ ସହ ରାଜ୍ୟରେ ୭୧୮ ନୂଆ ପଜିଟିଭ୍, ଦେଶରେ ରେକର୍ଡ ୩୪,୯୫୬

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA