Friday, March 13, 2026 12:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦାମଙ୍କ ଜାତି ଗଲା ପେଟ ପୂରିଲାନି

by Our Correspondent
16 Oct, 2019- 11:36 AM
in Latest News, News, Politics
1 min read
0
ଦାମଙ୍କ ଜାତି ଗଲା ପେଟ ପୂରିଲାନି

ବିଜେପି ଛାଡ଼ିଲେ, ପୁଣି ବିଜେଡ଼ିକୁ ଆଖେଇଲେ

ଭୁୁବନେଶ୍ୱର: ବିଜେପିରେ ଅଣନିଶ୍ୱାସୀ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଶେଷରେ ଆଜି ଦଳ ଛାଡ଼ିଛନ୍ତି । ବିଜେପିରୁ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ବିଜେପିରେ ତାଙ୍କୁ ଅଣଦେଖା କରାଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । କୌଣସି ଦଳୀୟ ନିଷ୍ପତ୍ତି କି କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରାଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି । ବିଜେଡ଼ିରୁ ବହିଷ୍କାର ପରେ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ କହୁଥିବାରୁ ତାଙ୍କୁ ବିଜେପିବାଲା ଦିଲ୍ଲୀ ନେଇ ତାଙ୍କ ଦଳରେ ମିଶାଇଥିଲେ । ମାତ୍ର ନିର୍ବାଚନ ସରିବା ପରେ ଦଳ ତାଙ୍କୁ ଅଲୋଡ଼ା କରିଦେଲା ବୋଲି ସେ କ୍ଷୋଭ ଢ଼ାଳିଛନ୍ତି ।
ବିଜେପିରୁ ଦାମଙ୍କ ଇସ୍ତଫା ରାଜ୍ୟ ରାଜନୀତି ଉପରେ କୌଣସି ପ୍ରଭାବ ରଖୁ ନ ଥିଲେ ମଧ୍ୟ ତାଙ୍କ ନିଜର ପ୍ରବଳ କ୍ଷତି ଘଟାଇଛି । ତାଙ୍କର ଜାତି ଯାଇଛି, ମାତ୍ର ପେଟ ପୂରିନି । ବିଜୁ ବାବୁଙ୍କ ନାଁରେ ୪୫ ବର୍ଷ ଧରି ପିନ୍ଧିଥିବା ମୁଖାଟି ପୋଡ଼ି ପାଉଁଶ ହୋଇସାରିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦାମ ବାବୁ ଏବେ କ’ଣ କରିବେ ତାହା ସ୍ପଷ୍ଟ ନ କହିଲେ ମଧ୍ୟ ପୁରୁଣା ଘରକୁ ମନ ଢ଼ଳିଛି । କୌଣସି ଦଳରେ ମିଶିବେନି କି ନିର୍ବାଚନ ରାଜନୀତିରେ ଭାଗ ନେବେନି ବୋଲି ବିଜେପିରୁ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ କହିଥିଲେ ମଧ୍ୟ ବିଜେଡ଼ି ତାଙ୍କୁ ପୁଣି ଥରେ ଦଳକୁ ଡାକିଲେ ତାହା ବିଚାର କରିବେ ବୋଲି ଜଣାଇ ଦେଇଛନ୍ତି । ସୁତରାଂ ନିଜ ଛେପ ନିଜେ ଢ଼ୋକି ବିଜେଡ଼ିକୁ ଫେରି ଆସିବାକୁ ତାଙ୍କର ପ୍ରବଳ ଆଗ୍ରହ ଥିବା ପରୋକ୍ଷରେ ଜଣାଇ ଦେଇଛନ୍ତି ଦାମ ।
୭ ମାସ ତଳେ(ମାର୍ଚ୍ଚ ୧୦) ବିଜେପିରେ ଯୋଗଦେବା ବେଳେ ୭୮ ବର୍ଷ ବୟସ୍କ ଦାମ ବାବୁଙ୍କର ଯୁବ ସୁଲଭ ଉତ୍ସାହ ଥିଲା । ନବୀନ ପଟ୍ଟନାୟକଙ୍କୁ ଶାସନଗାଦିରୁ ତଡ଼ିବାର ହଲପ କରି ପାରମ୍ପରିକ ଶତ୍ରୁ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସ୍ୱୀକାର କରିଥିଲେ । ମାତ୍ର ଆଜି ବିଜେପି ଛାଡ଼ିବା ପରେ ଦାମ ବାବୁ ନିଜକୁ ବୁଢ଼ା କରିଦେଇଛନ୍ତି । ବୟସ ହୋଇଯାଇଥିବାରୁ ନିର୍ବାଚନ ରାଜନୀତିରେ ଭାଗ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ସବୁଠାରୁ ବଡ଼କଥା, ଦାମ ବାବୁ ବିଜେଡ଼ିରୁ ବିଦା ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ିର ଧ୍ୱଜା ଉଡ଼ାଇଥିଲେ । ନବୀନଙ୍କୁ ଶ୍ରେଷ୍ଠ ଦୁର୍ନୀତିଗ୍ରସ୍ତ ନେତାର ଆଖ୍ୟା ଦେଇଥିଲେ । ବଞ୍ଚିଥିଲା ଯାଏଁ ବିଜୁ ବାବୁଙ୍କ ଆଦର୍ଶରୁ ହଟିବେ ନାହିଁ ବୋଲି କହି ଆସୁଥିବା ଦାମ ବାବୁ ବିଜେଡ଼ିରୁ ବିଦା ହେଲା ବିଜୁ ଆଦର୍ଶ ଭୁଲିଗଲେ । କ୍ଷମତା ନିଶାରେ ବିଜୁ ବାବୁଙ୍କ ଆଦର୍ଶର ପରିପନ୍ଥୀ ନେତାଙ୍କ ଶରଣ ପଶିଲେ । ବିଜେପିରେ ମିଶିବାକୁ ଦିଲ୍ଲୀ ପଳାଇଲେ । ସେଠି ପଦ୍ମ ଟୀକା ମାରି ଅର୍ଜୁନ ବେଶରେ ଭୁବନେଶ୍ୱର ଫେରିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଲି ବୁଲି ଗାଳି କଲେ ।
ନବୀନଙ୍କ ବିରୋଧରେ ଜନମତ ସଂଗ୍ରହ ପାଇଁ ଅଣ୍ଟା ଭିଡ଼ିଥିଲେ ମଧ୍ୟ ନିଜ ଘରେ ପୁଅ ସମ୍ବିତଙ୍କୁ ଅବଶ୍ୟ ବୁଝାଇ ପାରିଲେନି ଦାମ ବାବୁ । ଅଶୋକ ଦାସ କି କଳ୍ପତରୁ ଦାସଙ୍କ ପୁଅ ପରି ତାଙ୍କ ପୁଅ ନୁହଁ ବୋଲି କଟାକ୍ଷ କରି ଯୋଗ୍ୟ ପୁଅର ଯୋଗ୍ୟ ବାପା ବୋଲି ଫୁଟାଣି ମାରିଥିଲେ । ହେଲେ ଦେଖିଲା ବେଳକୁ ପୁଅ ସିଆଡେ ନବୀନଙ୍କ ସ୍ତୁତିଗାନ୍ କରି ପାରାଦ୍ୱୀପରୁ ବିଜେଡ଼ି ଟିକେଟ ନେଇଥିଲେ । ପୁଅକୁ ବିଜେଡ଼ି ଟିକେଟ କରାଇବା ପାଇଁ ଦାମ ବାବୁଙ୍କର ଏହା ଅଭିନୟ ଥିଲା ବୋଲି ଅବଶ୍ୟ ଚର୍ଚ୍ଚା ହୋଇଥିଲା ।
ତେବେ ଯାହା ହେଉ, ବିଜେପି ଟିକେଟରେ ନିଜ ଜନ୍ମମାଟି କୁଜଙ୍ଗ-ବାଲିକୁଦାରୁ ନିର୍ବାଚନ ଲଢ଼ି ତୃତୀୟ ସ୍ଥାନରେ ରହିବା ପରେ ଦାମବାବୁଙ୍କ ଅହଂକାର ଭାଙ୍ଗିଥିଲା । ନବୀନଙ୍କୁ ହଟାଇବା ଦୂରେ ଥାଉ ନିଜ ସ୍ଥିତି ସମ୍ଭାଳି ପାରିଲେନି । ନିର୍ବାଚନ ବେଳେ ତାଙ୍କୁ ମୁଣ୍ଡରେ ବସାଇଥିବା ବିଜେପି ତାଙ୍କୁ ଆଡ ଆଖିରେ ଚାହିଁଲାନି । ବିଜେପିକୁ ଡାକି ମନ ଖୁସି କରିଦେଇଥିବା ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ତାଙ୍କ ଟେଲିଫୋନ୍ ଉଠାଇଲେ ନାହିଁ । ଏହି ଦଳକୁ ଆସି ଭୁଲ୍ କରିଦେଲେ ବୋଲି ଦାମ ବାବୁ ଅନୁତାପ କଲେ । କୌଣସି ମୁହୁର୍ତ୍ତରେ ସେ ବିଜେପି ଛାଡ଼ିବେ ବୋଲି ସମସ୍ତଙ୍କୁ ଜଣା ଥିଲା ।
Previous Post

୭୩ ରେ ୨୩ ବସନ୍ତ

Next Post

ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍-୨: ଫୁଲବାଣୀକୁ ମେଡ଼ିକାଲ୍ କଲେଜ ଉପହାର

Next Post
ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍-୨: ଫୁଲବାଣୀକୁ ମେଡ଼ିକାଲ୍ କଲେଜ ଉପହାର

ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍-୨: ଫୁଲବାଣୀକୁ ମେଡ଼ିକାଲ୍ କଲେଜ ଉପହାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA