Wednesday, March 11, 2026 02:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ପାରିଜାତ ରାଜନୀତି

by Our Correspondent
06 Aug, 2020- 07:20 PM
in Guest Column, Latest News, News
1 min read
0

ଭଗବାନ ଶ୍ରୀରାମଙ୍କ ପ୍ରାଙ୍ଗଣରେ ଲାଗିଲା ପାରିଜାତ ପୁଷ୍ପ ବୃକ୍ଷ । ଅଯୋଧ୍ୟାରେ ମନ୍ଦିର ଶିଳାନ୍ୟାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ପ୍ରାଙ୍ଗଣରେ ଲଗାଇଛନ୍ତି ଇନ୍ଦ୍ରଙ୍କ ନନ୍ଦନ ବନର ସବୁଠାରୁ ମୂଲ୍ୟବାନ ପୁଷ୍ପ ବୃକ୍ଷ, ପାରିଜାତ ବା କଳ୍ପ ତରୁ । ପୌରାଣିକ ବିଶ୍ୱାସ ରହିଛି, ପାରିଜାତ ହିଁ ସମସ୍ତ ପ୍ରକାର ମନୋବାଞ୍ଛା ପୂରଣରେ ସହାୟକ ହୋଇଥାଏ । ରାତିରେ ଫୁଟେ, ଆଉ ସକାଳକୁ ଚହଟେ ଏହାର ବାସ । ଠିକ୍ ଯେମିତି, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶର ଜନମତକୁ ରାତି ଅଧିଆ ବା ଭିତିରିଆ ଧସେଇ ଦେଇ ବିଜେପି ସେଠାରେ ପଦ୍ମ ଫୁଟାଇ ଦେଇଛି । ରାଜସ୍ଥାନ ରାଜନୀତିରେ ଅସ୍ଥିରତା ଲାଗି ରହିଥିବା ବେଳେ ପାଖେଇ ଆସିଲାଣି ବିହାର ନିର୍ବାଚନ । ତେବେ ତା ପୂର୍ବରୁ ଅଯୋଧ୍ୟାରେ ପଡ଼ିଛି ରାମ ମନ୍ଦିରର ଶିଳାନ୍ୟାସ ଏବଂ ସିବିଆଇ ହାତକୁ ଯାଇଛି ବିହାର ମାଟି ମାଆର ପୁଅ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ।…

ନୀତୀଶଙ୍କ ପାଇଁ ଅଗ୍ନି ପରୀକ୍ଷା
ଅକ୍ଟୋବର-ନଭେମ୍ବରରେ ହେବାକୁ ଅଛି ବିହାର ବିଧାନସଭା ବିଧାନସଭା ନିର୍ବାଚନ । ଯାହା, ଜେଡିୟୁ ନେତା ନୀତୀଶ କୁମାରଙ୍କ ପାଇଁ ଏସିଡ୍ ଟେଷ୍ଟ କହିଲେ ଭୁଲ୍ ହେବନି । ମୋଦିଙ୍କ ଘୋର ବିରୋଧୀ ଥିବା ନୀତୀଶ କୁମାର, 2015 ନିର୍ବାଚନ ପୂର୍ବରୁ ସବୁ ବାଦ ବିବାଦ ଭୁଲି ଆରଜେଡି ଏବଂ କଂଗ୍ରେସ ସହ ମହା ଗଠବନ୍ଧନ କରିଥିଲେ । ଯାହା ଫଳରେ 2014ରେ ଭାରତ ବିଜୟ କରିଥିବା ବିଜେପି, ବିହାରରେ ମାଟି କାମୁଡ଼ିଲା । ଛାତି ଖୋଲି ନୀତୀଶଙ୍କ କଡ଼ରେ ଭାଇ ଭଳି ଠିଆ ହେଲେ ଲାଲୁ ଯାଦବ । ଆରଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ନିର୍ବାଚନ ବେଳେ ଲାଲୁ, ବିହାରବାସୀଙ୍କୁ ଦେଇଥିବା ବଚନ ରକ୍ଷା କଲେ । ଫଳରେ ଜେଡିୟୁ ଦୁଇ ନମ୍ବରରେ ଥାଇ ମଧ୍ୟ ନୀତୀଶ କୁମାର ହେଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଜୁଲାଇ 2017ରେ ଉପ ମୁଖ୍ୟମନ୍ତ୍ରୀ ଥିବା ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ରେଳବାଇ ଜମି ଘୋଟାଲା ନେଇ ସିବିଆଇ ମାମଲା ରୁଜୁ ହେବା ପରେ ଆରଜେଡିକୁ ଛି କରିଦେଲେ ନୀତୀଶ । ଏନଡିଏକୁ ଫେରିଲେ, ପୁଣି ହେଲେ ମୁଖ୍ୟମନ୍ତ୍ରୀ ।
କରୋନା ମୁକାବିଲାରେ ବିଶେଷ କରି ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଥଇଥାନ କରିବାରେ ସାରା ଦେଶରେ ସବୁଠାରୁ ଅଧିକ ବିଫଳ ବିହାର । ପୁଣି ନିକଟରେ ହୋଇଥିବା ବନ୍ୟା, ରାଜ୍ୟବାସୀଙ୍କ ହାଲ୍ ବେହାଲ୍ କରି ଦେଇଛି । ନିର୍ବାଚନ ପୂର୍ବରୁ ଏହି ଦୁଇ ସଙ୍କଟକୁ ସାମ୍ନା କରିବାରେ ନୀତୀଶ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ମଧ୍ୟ ବହୁ ଆଗରୁ ଏନଡିଏ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ସାରିଛି । କହିବାକୁ ଗଲେ, ବେଶ୍ ମାପିଚୁପି ବିଜେପି ଏହି ନିଷ୍ପତ୍ତି ନେଇଛି । କାରଣ, ନୀତୀଶ କୁମାରଙ୍କ ହିଷ୍ଟ୍ରି କହୁଛି, ନିଜ ସ୍ୱାର୍ଥ ପାଇଁ ସେ ଏ ମେଣ୍ଟରୁ ସେ ମେଣ୍ଟରୁ ଡେଇଁବାରେ ମାହିର୍ ।
କରୋନା ଏବଂ ବନ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ଅପେକ୍ଷା ବିଜେପି ନେତା ଓ କର୍ମୀମାନେ ଅଗ୍ରସର ଭୂମିକା ନିଭାଇଛନ୍ତି । ପୁଣି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ରାଜ୍ୟବାସୀଙ୍କ ଭାବାବେଗ ସହ ଜଡ଼ିତ ଥିବା ବେଳେ ନୀତୀଶ, ତାହାର ସିବିଆଇ ତଦନ୍ତ ପାଇଁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ଏହାକୁ ସଙ୍ଗେ ସଙ୍ଗେ ଅନୁମୋଦନ କରିଛି, ଯାହାର କ୍ରେଡିଡ୍ ବିଜେପି ଖାତାକୁ ଯିବା ସମ୍ଭାବନା ଅଧିକ । ସେପଟେ ଲାଲୁ ଜେଲରେ ଥିବା ବେଳେ ଦୁର୍ବଳ ନେତୃତ୍ୱରେ ନିର୍ବାଚନ ଲଢ଼ିବ ଆରଜେଡି । ଏଭଳି ସ୍ଥିତିରେ ବିଜେପିର ପଲା ଭାରି । କହିବାକୁ ଗଲେ, ନୀତୀଶ କୁମାର ଏଥର ବଡ଼ ଭାଇ ପଦରୁ ହଟିବା ଥୟ । କିନ୍ତୁ ଏଠି ପ୍ରଶ୍ନ, ବିଜେପି କଣ ଲାଲୁଙ୍କ ଭଳି, ନୀତୀଶଙ୍କ ପ୍ରତି ଉଦାର ହେବ ? ସମ୍ଭାବନା ଆଦୌ ନାହିଁ କହିଲେ ଚଳେ । ତେଣୁ ଏଭଳି ସ୍ଥିତିରେ 2015ର ପ୍ରତିଶୋଧ ନେବା ପାଇଁ ବିଜେପି ଆପଣାଇ ପାରେ ପାରିଜାତ ରାଜନୀତି ।
ମହାରାଷ୍ଟ୍ର ଦୃଷ୍ଟିକୋଣ
ଅତୀତରେ ଡି କମ୍ପାନି ଓ ଭାଇ ରାଜକୁ ଦବାଇବାରେ ସଫଳ ହୋଇଥିବା ମୁମ୍ବାଇ ପୋଲିସର ଦକ୍ଷତା ନେଇ ଏବେ ଉଠିଛି ପ୍ରଶ୍ନ । ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ୍ 50ରୁ ଅଧିକ ଲୋକଙ୍କୁ ଜେରା କରି ସାରିଥିବା ବେଳେ ବିହାର ପୋଲିସ୍, ମହାରାଷ୍ଟ୍ର ପୋଲିସର ଦକ୍ଷତା ନେଇ ପ୍ରଶ୍ନ ଉଠାଇଛି । ସୁଶାନ୍ତଙ୍କ ମାମଲା ସହ ଏବେ ତାଙ୍କ ପୂର୍ବତନ ଅଫିସ୍ ମ୍ୟାନେଜର ଦିଶା ସାଲିଆଁଙ୍କ ମୃତ୍ୟୁ ମାମଲା ଯୋଡ଼ି ହୋଇଛି । ଏହି ଦୁଇ ମାମଲା ପଛରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ପୁଅ ଆଦିତ୍ୟ ଥାକରେ, କାର୍ପଟଦାର ବୋଲି କିଛି ଗଣମାଧ୍ୟମ ଛାତି ବାଡ଼େଇ କହିଲେଣି । ଏଭଳି ସ୍ଥିତିରେ ମାମଲା ଏବେ ସିବିଆଇ ହାତରେ । ମହାରାଷ୍ଟ୍ର ରାଜନୀତିରେ ବିଜେପିର ମିତ୍ର ଥିବା ଶିବସେନା ଏବେ ଶତ୍ରୁ । ବିଜେପିକୁ ପାରିଜାତ ଫୁଲର ଗନ୍ଧ ଶୁଂଘାଇ ଦେଇ ଦେବେନ୍ଦ୍ର ଫଡନବିସଙ୍କ ଠାରୁ ସ୍ୱଳ୍ପକାଳୀନ ଶାସନ କ୍ଷମତା ଛଡ଼ାଇ ନେଇଛନ୍ତି ଉଦ୍ଧବ ଥାକରେ । ଯାହା ବିଜେପି ପାଇଁ କେବଳ ସମ୍ମାନର ପ୍ରଶ୍ନ ନୁହେଁ ବରଂ ବଡ଼ ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ କାହିଁକି ବା ମହାରାଷ୍ଟ୍ରରେ ପାରିଜାତ ଫୁଲ ଫୁଟାଇବାକୁ ନଚାହିଁବ ବିଜେପି ?
ବିଜେପିର ପାରିଜାତ ସୁଗନ୍ଧ
ଅଚ୍ଛେ ଦିନର ସ୍ୱପ୍ନ ଦେଖାଇ 2014ରେ ସାରା ଦେଶରେ ବହିଲା ବିଜେପିର ପାରିଜାତ ସୁଗନ୍ଧ । 2019 ନିର୍ବାଚନ ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ବାଲାକୋଟ୍ ସର୍ଜିକାଲ୍ ଷ୍ଟ୍ରାଇକ୍, ବିଜେପି ପାଇଁ ସାରା ଦେଶରେ ଜାତୀୟତାର ଭାବ ଉଦ୍ରେକ କରାଇଲା । ଏବେ କରୋନା ବେଳରେ ଅର୍ଥନୀତି ସର୍ବନିମ୍ନ ସ୍ତରରେ ଥିବା ବେଳେ ଦରଦାମ କଥା ନକହିବା ଭଲ । ପୁଣି ସେପଟେ ଜାମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦକୁ ବର୍ଷେ ପୂରିଛି । କର୍ଫ୍ୟୁ ନାହିଁ ସତ, କିନ୍ତୁ ଅନେକ କଟକଣା ରହିଛି । ସବୁଠାରୁ ବଡ଼ ଆବଶ୍ୟକତା,  ଇଣ୍ଟରନେଟ୍ ସେବା ଏବେ ବି ଅନେକ ଅଞ୍ଚଳରେ ଉପଲବ୍ଧ ହୋଇ ନାହିଁ । କିନ୍ତୁ ଗତକାଲି, ବର୍ଷ ପୂର୍ତ୍ତି ଅବସରରେ ଗ୍ରାଉଣ୍ଡ ରିଆଲିଟିକୁ ଫୋକସ୍ କରିବାକୁ ଗଣମାଧ୍ୟମକୁ ସୁଯୋଗ ମିଳିନି । କାରଣ, ରାମ ମନ୍ଦିର ଶିଳାନ୍ୟାସ ପରେ ପରେ ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ସୁପାରିଶ୍ ପାଲଟିଲା ଖବରର ଶିରୋନାମା । ପୁଣି ଏବେ ରାମ ମନ୍ଦିରର ଶିଳାନ୍ୟାସ ହୋଇଥିବା ବେଳେ ସାଢେ 3 ବର୍ଷ ଭିତରେ ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଯାହା 2024ରେ ଫଳପ୍ରସୂ ହେବା ସମ୍ଭାବନା ଅଧିକ ।
ଦେଶବାସୀଙ୍କୁ ବିଜେପି ଦେଇଥିବା ଗୋଟିଏ ପରେ ଗୋଟେ କଥା ପୂରଣ କରି ଚାଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାରା 370 ଉଚ୍ଛେଦ ହେଉ ବା ତିନି ତଲାକ୍ ନିଷିଦ୍ଧ, ହେଉ ଅବା ରାମ ମନ୍ଦିର । ପୁଣି ଖୁବ୍ ଶୀଘ୍ର କାର୍ଯ୍ୟକାରୀ ଅପେକ୍ଷାରେ, ନାଗରିକ ସଂଶୋଧନ ଆଇନ୍ । ଏସବୁ ବିଜେପିର ଗୋଟେ ଗୋଟେ ସଫଳତା, କିନ୍ତୁ ଏସବୁ ପ୍ରସଙ୍ଗ ଅଧିକ ଚର୍ଚ୍ଚା ହେବା ଚାହୁଁନି ବିଜେପି । କାରଣ ଏସବୁ ପଦକ୍ଷେପର, ପର୍ଦ୍ଦା ପଛର ପ୍ରଭାବ ଉପରେ ବୁଦ୍ଧିଜୀବୀ ମହଲର ଆଲୋଚନା-ସମାଲୋଚନା ହୁଏତ ବୁମେରାଂ ହୋଇପାରେ । ତେଣୁ ଏଭଳି ସ୍ଥିତିରେ ପାରିଜାତର ସୁଗନ୍ଧ ରାଜନୀତି ବିଜେପିର ଅଧିକ ପସନ୍ଦ ।
(ଲେଖକ ବରେନ୍ଦ୍ର କୃଷ୍ଣ ସାହୁ ଜଣେ ବରିଷ୍ଠ ସାମ୍ବାଦିକ । ତାଙ୍କର ଯୋଗଯୋଗ ନମ୍ବର 7008779043 )
 
Previous Post

ସୁଶାନ୍ତ-ଦିଶା: ଡବଲ୍ ମର୍ଡର ଥିଓରି!!

Next Post

କି ନିୟମ? ଅବସରପ୍ରାପ୍ତ ଓଏଏସ୍ ବିଭାସ କାନୁନଗୋଙ୍କୁ ପୁନଃନିଯୁକ୍ତି

Next Post

କି ନିୟମ? ଅବସରପ୍ରାପ୍ତ ଓଏଏସ୍ ବିଭାସ କାନୁନଗୋଙ୍କୁ ପୁନଃନିଯୁକ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA