Friday, January 16, 2026 09:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଞ୍ଜି ନିବେଶରେ ଓଡ଼ିଶା ୧ ନମ୍ବର

by Our Correspondent
15 Aug, 2020- 11:08 AM
in Latest News, News
1 min read
0

– ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ
– ଜୀବନ ଓ ଜୀବିକା ସୁରକ୍ଷାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଲକଡାଉନ୍ ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ (ଇନଭେଷ୍ଟମେଣ୍ଟ ପ୍ରପୋଜାଲ୍) ଆସିଛି । ଦେଶରେ ଏହି ସମୟରେ ହୋଇଥିବା ଇନଭେଷ୍ଟମେଣ୍ଟ ରୁ ୧୮% ଓଡ଼ିଶାକୁ ହିଁ ଆସିଛି । ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ଇନଭେଷ୍ଟମେଣ୍ଟରେ ଦେଶରେ ୧ ନମ୍ବର ହୋଇଛି । ୨୦୧୯-୨୦ ରେ ଦେଶରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ୨.୮୦% ଥିବା ବେଳେ ଆମ ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୭.୬୧% ।
ଆଜି ୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ମଞ୍ଚରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଖରେ ଏହି ତଥ୍ୟ ରଖିଛନ୍ତି । ଏଥିସହ କରୋନା ସଙ୍କଟରେ ରହିଥିବା ରାଜ୍ୟବାସୀଙ୍କ ପାଇଁ ଜୀବନ ଓ ଜୀବିକା ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ।
ଲକଡାଉନ୍ ସମୟରେ ଅର୍ଥନୈତିକ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଆମେ ପଦକ୍ଷେପ ନେଇଛୁ । କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ ନିଯୁକ୍ତି ସୃଷ୍ଟିକାରୀ କାମ ଜାରି ରହିଛି । ଗରିବ ଲୋକ ଓ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି- କରୋନା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ୱ ତଥା ମାନବଜାତି ପାଇଁ ବହୁତ ବଡ଼ ସଙ୍କଟ ଭାବେ ଦେଖା ଦେଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ତଥା ସମାଜ ଉପରେ ଏଡା ଗଭୀର ପ୍ରଭାବ ପକାଇଛି । ସାରା ବିଶ୍ୱରେ କୋଟି କୋଟି ଲୋକ ଜୀବିକା ହରାଉଛନ୍ତି । ଭ୍ୟାକ୍ସିନ୍ ଆସିବା ପରେ କରୋନା କଣ୍ଟ୍ରୋଲ୍ ହେବ । କିନ୍ତୁ ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରିଛି ତାକୁ ଭରଣା କରିବା ପାଇଁ ଆମକୁ ସାହାସର ସହ କାମ କରିବାକୁ ହେବ ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମ୍ୟକ ସୂଚନା ଦେବା ସହ ପଇସା ପାଇଁ ଓଡ଼ିଶାରେ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ଦୋହରାଇଥିଲେ । ଓଡ଼ିଶା ସରକାର କୋଭିଡ୍ ରୋଗୀଙ୍କୁ ସବୁପ୍ରକାର ସୁବିଧା ମାଗଣାରେ ଯୋଗାଉଛନ୍ତି । ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଏହି ମିଶନ୍ ନେଇ ଆମେ କାମ କରୁଛୁ । ସମସ୍ତଙ୍କୁ ବେଷ୍ଟ୍ ଟ୍ରିଟମେଣ୍ଟ୍ ଦେବାକୁ ଚେଷ୍ଟା କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କରୋନା ବିରୋଧରେ ଚାଲିଥିବା ଲଢ଼େଇରେ କୋଭିଡ୍ ଯୋଦ୍ଧାଙ୍କ କାର୍ଯ୍ୟର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେମାନଙ୍କ ସେବା ଓ ତ୍ୟାଗ ପାଇଁ ଆମ ରାଜ୍ୟରେ ରେକଭରି ରେଟ୍ ଭଲ ରହିଛି । ସାରା ଭାରତରେ ଓଡ଼ିଶାରେ ମୃତ୍ୟୁହାର ମଧ୍ୟ କମ୍ ରହିଛି । କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପାଇଁ ଓଡ଼ିଆ ଜାତି ସେମାନଙ୍କ ନିକଟରେ ଋଣୀ । ସେମାନଙ୍କର ଏହି ନିଷ୍ଠା, ତ୍ୟାଗ ଏବଂ ଆମ ସମସ୍ତଙ୍କ ସହଯୋଗ ହିଁ ଆମ ସମସ୍ତଙ୍କ ପାଇଁ ବିଜୟ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
‘ଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି । ସାହାସର ସହ ମୁକାବିଲା କରି ନୂଆ ଇତିହାସ ଲେଖିଛି । ମୋର ପୂରା ବିଶ୍ୱାସ, କରୋନା ଶୀଘ୍ର ଦୂର ହେବ । ସ୍କୁଲମାନଙ୍କରେ ପୁଣିଥରେ ଘଣ୍ଟା ବାଜି ଉଠିବ ଏବଂ ମାନବ ଜାତିର ଜୟଯାତ୍ରା ଆହୁରି ଆଗକୁ ବଢ଼ିବ ।’ ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନ ଶେଷରେ ଏହା କହିଥିଲେ ।
Previous Post

ଅପରାହ୍ନର ଚିଠି

Next Post

ଆଜି ରେକର୍ଡ: ଟେଷ୍ଟିଂ ୪୭୮୮୭, ପଜିଟିଭ୍ ୨୪୯୬

Next Post

ଆଜି ରେକର୍ଡ: ଟେଷ୍ଟିଂ ୪୭୮୮୭, ପଜିଟିଭ୍ ୨୪୯୬

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA