Thursday, January 15, 2026 11:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୧୮କୁ ବଢ଼ିଲା

by Our Correspondent
08 Aug, 2020- 12:55 PM
in Latest News, National, News
1 min read
0
କୋଜିକୋଡ଼/କେରଳ: କେରଳର କୋଜିକୋଡ଼ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଦୁର୍ଘଟଣା(କ୍ରାସ୍ ଲ୍ୟାଣ୍ଡିଂ)ରେ ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ୧୨୭ ଜଣ ଆହତ ବିଭିନ୍ନ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣା ହେଲା ଏଏଆଇବି, ଡିଜିସିଏ ଏବଂ ବିମାନ ବନ୍ଦର ସୁରକ୍ଷା ବାହିନୀ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବିମାନର ଡିଜିଟାଲ୍ ଫ୍ଲାଇଟ୍ ରେକର୍ଡର ଡାଟା ମିଳିଥିବା ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି । ଇତିମଧ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ଦିଲ୍ଲୀ ଓ ମୁମ୍ବାଇରୁ ଦୁଇଟି ବିମାନ କେରଳରେ ପହଞ୍ଚିଛି ।
‘ବନ୍ଦେ ଭାରତ ମିଶନ’ ର ଏହି ବିମାନଟି ୧୯୦ ଯାତ୍ରାଙ୍କୁ ଧରି ଦୁବାଇରୁ ଆସିଥିଲା । ସେଥିରେ ୧୭୪ ଯାତ୍ରୀ, ୧୦ ଶିଶୁ, ଦୁଇ ପାଇଲଟ୍ ଏବଂ ୪ ବିମାନ କର୍ମଚାରୀ ଥିଲେ । ସଂଧ୍ୟା ପ୍ରାୟ ୭.୫୦ ମିନିଟ୍ ରେ ବିମାନଟି କୋଜିକୋଡ଼ ବିମାନବନ୍ଦରରେ ପହଞ୍ଚିଲା ବେଳକୁ ପ୍ରବଳ ବର୍ଷା ହେଉଥିଲା । ପାଇଲଟ୍ କ୍ୟାପଟେନ୍ ଦୀପକ ବସନ୍ତ ସାଥେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇବାକୁ ଦୁଇଥର ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା । ତେବେ ତୃତୀୟ ଉଦ୍ୟମରେ ବିମାନଟିକୁ ଅବତରଣ କଲାବେଳକୁ ରନୱେରେ ଏହା ସ୍ଲିପ୍ କରି ୩୫ ଫୁଟ୍ ତଳକୁ ଗଡଯାଇଥିଲା । ପାଚେରୀରେ ଧକ୍କା ହୋଇ ଦୁଇଖଣ୍ଡ ହୋଇଯାଇଥିଲା ବିମାନ ।

ଦୁର୍ଘଟଣା ସୁନିଶ୍ଚିତ ଜାଣିବା କ୍ଷଣି ପାଇଲଟ୍ ବିମାନ ଇଞ୍ଜିନ୍ ବନ୍ଦ କରିଦେଇଥିବାରୁ ସମ୍ଭବତଃ ବିମାନଟି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିଲା । ତେବେ ଦୁର୍ଘଟଣାରେ ପାଇଲଟ୍ କ୍ୟାପଟେନ୍ ସାଥେ ଏବଂ କୋ ପାଇଲଟ୍ ଅଖିଳେଶ କୁମାରଙ୍କର ମୃତ୍ୟୁ ହୋଇଥିଲା । ବିମାନ ଭିତରେ ଏବଂ ହସ୍ପିଟାଲ୍ ରେ ଆଉ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲ୍ ରେ ୧୦ ରୁ ଅଧିକ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସବୁ ରାଜନୈତିକ ଦଳର ନେତୃବୃନ୍ଦ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ମୃତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
Previous Post

ଡ୍ରାମା

Next Post

ମହାମାରୀ ଫାଶରେ ଓଟିଭି!

Next Post

ମହାମାରୀ ଫାଶରେ ଓଟିଭି!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA