Wednesday, March 11, 2026 06:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବୋହିଲା ମୋତିଲାଲ ଝଡ଼

by Our Correspondent
20 Jun, 2016- 12:58 PM
in News
1 min read
0
ବୋହିଲା ମୋତିଲାଲ ଝଡ଼

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମାଡ଼ି ଆସିଲା ମୋତିଲାଲ ଝଡ଼ । ଏ ନେଇ ମିଡ-ଡେ ଓଡ଼ିଶାର ଆକଳନ ସତ ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏହି ପ୍ରସଙ୍ଗ ଉଠାଇ ହମଲା କରିଛି । ମୋତିଲାଲଙ୍କୁ ପରିପୃଷ୍ଟ କରାଇଥିବା ମନ୍ତ୍ରୀ, ବିଧାୟକଙ୍କ ଉପରେ ଅଙ୍ଗୁଳି ଉଠାଇଛି । ସେପଟେ ଡାକ୍ତର ମୋତିଲାଲ ଗୌଡଙ୍କୁ ସୁରକ୍ଷା ଦେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ବିଜେଡ଼ି କିଙ୍ଗପିନ୍‌ ଗୋଷ୍ଠୀ । ମୋତିଲାଲଙ୍କ ଜାଲିଆତିରେ ଭାଗିଦାର କୁହାଯାଉଥିବା ଏହି ପ୍ରଭାବଶାଳୀ ଗୋଷ୍ଠୀ ମାମଲାକୁ ଭିନ୍ନ ରୂପ ଦେବାକୁ ବଳ ଖଟାଇଛନ୍ତି । ମୋତିଲାଲ ଦୋଷୀ ନୁହଁନ୍ତି । ଫ୍ୟାକ୍ଟ୍ରି ଆଣ୍ଡ ବଏଲସ୍‌ ନିର୍ଦ୍ଦେଶକ ବ୍ୟକ୍ତିଗତ ଆକ୍ରୋଶରୁ ମୋତିଲାଲଙ୍କୁ ଫସାଇ ଦେଇଛନ୍ତି ବୋଲି ସେମାନେ ପ୍ରଚାର କରୁଛନ୍ତି । ଦେଢ଼କୋଟି ଟଙ୍କାର ସାଂଘାତିକ ଜାଲିଆତି କରି ଧରାପଡ଼ିଥିବା ଜଣେ ସରକାରୀ ଆଡହକ ବାବୁଙ୍କ ସପକ୍ଷରେ ଶାସକ ଦଳର ପାୱାରଫୁଲ୍‌ ଗୋଷ୍ଠୀର ଏଭଳି ପ୍ରଚାର ବିବାଦକୁ ଥମେଇବା ପରିବର୍ତ୍ତେ ଜଟିଳ ମୋଡ଼ ଦେଇଛି ।

ମୋତିଲାଲଙ୍କ ନାଁରେ ଆସିଛି ସରକାରୀ ଗେଜେଟ୍‌ ଜାଲିଆତି ଭଳି ସାଂଘାତିକ ଅଭିଯୋଗ । ମେ ୨୯ ତାରିଖରୁ ଚାକିରିରୁ ସସ୍‌ପେଣ୍ଡ ହେବା ପରେ ଜୁନ୍‌ ୬ ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସେବେଠାରୁ ଫେରାର ରହି ହାଇକୋର୍ଟରୁ ଆଗୁଆ ଜାମିନ୍‌ ପାଇବା ଚେଷ୍ଟାରେ ଅଛନ୍ତି । ଗତ ୧୬ ତାରିଖରେ ଜଷ୍ଟିସ୍‌ ଜେ.ପି.ଦାସଙ୍କ କୋର୍ଟରେ ତାଙ୍କ ଆବେଦନ ଶୁଣାଣି ହୋଇଥିଲା । ମୋତିଲାଲଙ୍କ ପକ୍ଷରୁ ଆଡଭୋକେଟ୍‌ ଅସୀମ ଅମିତାଭ ଦାସ ଲଢ଼ୁଥିଲେ ଯାହାର କେସ୍‌ ନଂ ଥିଲା ଏବିଏଲଏପିଏଲ ୯୬୩୮/୧୬ । ମାନ୍ୟବର ବିଚାରପତି ମାମଲାର ସମସ୍ତ ନଥିପତ୍ର ମଗାଇବା ସହ ମୋତିଲାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ।

ସେପଟେ କ୍ରାଇମ୍‌ବ୍ରାଞ୍ଚ ମାମଲାର ଖୋଳତାଡ଼ ଆରମ୍ଭ କରିଛି । ନିରପେକ୍ଷ ତଦନ୍ତ ହେଲେ ମୋତିଲାଲଙ୍କ ଦୋଷ ଜଣାପଡ଼ିବ । ମାତ୍ର ତଦନ୍ତ ଫଳାଫଳକୁ ଅପେକ୍ଷା ନ କରି ତାଙ୍କୁ ନିର୍ଦୋଷ ସାର୍ଟିଫିକେଟ୍‌ ଦେଇସାରିଲେଣି ତାଙ୍କ ପଲିଟିକାଲ୍‌ ଗଡ଼ଫାଦର୍ସ । ମୋତିଲାଲଙ୍କୁ ଧରି ଗମାତ କରୁଥିବା ଛାତ୍ର ବିଜେଡ଼ି ସଭାପତି ବାପି ରାୟ ଓ ଓଗେର ଫସିଯିବା ଭୟରେ ଗୋଟିଚାଳନା ଚଳାଇଛନ୍ତି । ଏଥିପାଇଁ ନିଜ କ୍ଷମତାବଳକୁ ଭରପୂର ଖଟାଇଛନ୍ତି । ମୋତିଲାଲଙ୍କ ଜାଲିଆତିରେ ସେମାନେ ଯେ ଭାଗିଦାର ଏହି ବାର୍ତ୍ତା ସେମାନେ ନିଜେ ଦେଉଛନ୍ତି ।

ମୋତିଲାଲଙ୍କ ସମ୍ପର୍କ ବିଜେଡ଼ିର ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହ କେତେ ନିବିଡ଼ ତାହା ସମସ୍ତଙ୍କୁ ଜଣା । ମାର୍କେଟ୍‌ ରେ ବୁଲୁଥିବା ଫଟୋ ହିଁ ତାହାର ଜ୍ୱଳନ୍ତ ପ୍ରମାଣ । ଫ୍ୟାକ୍ଟ୍ରି ଆଣ୍ଡ ବଏଲସ୍‌ ର ଆସିଷ୍ଟାଣ୍ଟ ଡାଇରେକ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ଥିଲେ ମଧ୍ୟ ଅଫିସ୍‌ କେବେ ଯାଆନ୍ତିନି । ବରଂ ପ୍ରଭାବଶାଳୀଙ୍କ ଖଟିରେ ତାଙ୍କୁ ସଦାସର୍ବଦା ଦେଖିବାକୁ ମିଳେ । ବୈଷ୍ଣୋଦେବୀ, ଶିରିଡ଼ିଙ୍କଠାରୁ ଆରମ୍ଭ କରି କୋଲକତା, ଦିଲ୍ଲୀ, ମୁମ୍ବାଇ ନିୟମିତ ବୁଲନ୍ତି ଏହି ପାୱାରଫୁଲ୍‌ ଯୁବ ଗୋଷ୍ଠୀ । ବର୍ଷକୁ ଥରେ ଦି ଥର ବିଦେଶ ଟୁର୍‌ରେ ଯାଇ ମଉଜମସ୍ତି କରନ୍ତି । ଶାସକ ଦଳର ପାୱାରଫୁଲ୍‌ ଗୋଷ୍ଠୀଙ୍କ ସହ ଏଭଳି ନିବିଡ଼ ସମ୍ପର୍କରେ ବନ୍ଧା ମୋତିଲାଲଙ୍କ କଳା କାରନାମା ପଛରେ ସେହିମାନଙ୍କ ପୃଷ୍ଠପୋଷକତା ଯେ ରହିଛି ତାହା ଅଲବତ୍‌ ବିଶ୍ୱାସଯୋଗ୍ୟ । ମାମଲାର ଚେର ବହୁତ ଲମ୍ବା ଏବଂ ସେଥିରେ ଥିବା ଭୟଙ୍କର ଚରିତ୍ରଗୁଡ଼ିକର ମୁଖା ଖୋଲିବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚାଲେଞ୍ଜ । ଶାସକ ଦଳର ଚାପରୁ ମୁକ୍ତ ରହିଲେ ଯାଇ ଏହି ଜାଲିଆତି ରାକେଟ୍‌ର ପର୍ଦ୍ଦାଫାସ ହୋଇପାରିବ ।

Previous Post

ଜମିନ୍‌ ନ ଥାଇ ଜମିଦାର

Next Post

ପାୱାର୍‌ ସୋ..ମୋତିଙ୍କ ଡବଲ୍‌ ଜାଲିଆତି

Next Post
ପାୱାର୍‌ ସୋ..ମୋତିଙ୍କ ଡବଲ୍‌ ଜାଲିଆତି

ପାୱାର୍‌ ସୋ..ମୋତିଙ୍କ ଡବଲ୍‌ ଜାଲିଆତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA