ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଡ୍ରାଇଭର୍ ସିଟ୍ ରେ ଆଜି ତାଙ୍କର ଅତି ବିଶ୍ୱସ୍ତ ଅଫିସର ତଥା ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କୁ ଦେଖିବାକୁ ମିଳିଥିଲା । ଚିରାଚରିତ ଭାବେ କାର୍ ର ସାମନା ସିଟ୍ ରେ ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ଗାଡି ଚଳାଉଥିଲେ ପାଣ୍ଡିଆନ୍ । କାରକେଡ୍ ଭିତରେ ନବୀନ ନିବାସରୁ ୟୁନିଟ୍-୩ ସ୍ୱାଧୀନତା ଦିବସ ପ୍ୟାରେଡସ୍ଥଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍ ନିଜେ ଡ୍ରାଇଭ୍ କରି ଗାଡିରେ ନେବା ଆଣିବା ଦୃଶ୍ୟ ଦେଖଣାହାରୀଙ୍କୁ ଆମୋଦିତ କରିଥିଲା ।








