Friday, January 16, 2026 12:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାତି କର୍ଫ୍ୟୁ ରହିଲା, କଡ଼ା ହେଲା ଜୋରିମାନା

by Our Correspondent
31 Jul, 2020- 08:28 PM
in Latest News, News
1 min read
0
ରାତି କର୍ଫ୍ୟୁ ରହିଲା, କଡ଼ା ହେଲା ଜୋରିମାନା

– ସାରା ରାଜ୍ୟରେ ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ
– କଣ୍ଟେନମେଣ୍ଟ ଜୋନ୍ ରେ ରହିଲା ଲକଡାଉନ୍ କଟକଣା
– ରାଉରକେଲା ସମେତ ୪ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍
– ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍

ଭୁୁବନେଶ୍ୱର: ଅଗଷ୍ଟ ମାସ ପାଇଁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ରାତି ୯ଟାରୁ ସକାଳ ୫ଟା ଯାଏଁ ଦୋକାନବଜାର, ଯାତାୟତ ପୂର୍ବଭଳି ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି । ସେହିଭଳି କଣ୍ଟେନମେଣ୍ଟ ଜୋନ୍ ରେ ଲକଡାଉନ୍ ସମ୍ପୂର୍ଣ୍ଣ ବଳବତ୍ତର ରହିବ । ହଟସ୍ପଟ୍ ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ ସଟଡାଉନ୍ କଟକଣା ରହିବ । କେବଳ ୧ ଓ ୨ ତାରିଖ(ଶନି ଏବଂ ରବିବାର) ସକାଳ ୫ଟାରୁ ଦିନ ୧ଟା ପର୍ଯ୍ୟନ୍ତ କଟକଣାମୁକ୍ତ ରହିବ । ମାସର ଅନ୍ୟ ଶନିବାର ଓ ରବିବାର କିନ୍ତୁ ସମ୍ପୂର୍ଣ୍ଣ ସଟଡାଉନ୍ ରହିବ ।
ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟର ଧାର୍ମିକ ସ୍ଥଳଗୁଡ଼ିକ ଜନସାଧାରଣଙ୍କ ପାଇଁ ପୂର୍ବଭଳି ବନ୍ଦ ରହିବ । ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ସିନେମା ହଲ୍, ସୁଇମିଂ ପୁଲ୍, ମନୋରଂଜନ ପ୍ରେକ୍ଷାଳୟ, ଥିଏଟର ଆଦି ବନ୍ଦ ରହିବ । ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ ସଭାସମିତି, ଖେଳକୁଦ, ଧାର୍ମିକ ସଭା ହୋଇପାରିବ ନାହିଁ । ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ ନାହିଁ । ତେବେ ପରୀକ୍ଷା ଏବଂ ପ୍ରଶାସନିକ କାର୍ଯ୍ୟ ଚାଲିବ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଆଧାରରେ ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଏବଂ ଜିମନାସିୟମ୍ ଖୋଲିବ । ବାକି ଅନ୍ୟାନ୍ୟ କଟକଣା ଯେଭଳି ପୂର୍ବରୁ ଥିଲା ପ୍ରାୟ ସେୟା ରହିଛି ।
୫୦% କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ଚାଲିବ । ମାସ ସାରା ଶନିବାର ଦିନ ସରକାରୀ ଅଫିସ ବନ୍ଦ ରହିବ ।
ଅଗଷ୍ଟ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏସବୁ କଟକଣା ଲାଗୁ ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି । ଏ ସଂକ୍ରାନ୍ତୀୟ ସରକାରୀ ନିଦେ୍ର୍ଦଶନାମା ଜାରି ହୋଇଛି ।
ଅନ୍ୟପକ୍ଷରେ କୋଭିଡ୍ ନିୟମ ପାଳନକୁ ଆହୁରି କଡ଼ାକଡ଼ି କରାଯାଇଛି । ସାଧାରଣ ସ୍ଥାନରେ ଲୋକ ଏକାଠି ହେବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଉଲ୍ଲଂଘନକାରୀଙ୍କ ବିରୋଧରେ ଏପିଡେମିକ୍ ଡିଜିଜ୍ ଆକ୍ଟ(ସଂଶୋଧିତ) ଅନୁଯାୟୀ ଦଣ୍ଡବିଧାନ ହେବ । ମାସ୍କ ନ ପିନ୍ଧିଲେ ଏଣିକି ଅଧିକ ଜୋରିମାନା ଦେବାକୁ ହେବ । ପ୍ରଥମ ଦୁଇ ଥର ଉଲ୍ଲଂଘନ ପାଇଁ ୧ ହଜାର ଟଙ୍କା ଲେଖାଏଁ ଏବଂ ତା’ପରେ ୫ ହଜାର ଟଙ୍କା ଫାଇନ୍ ପଡ଼ିବ । ବାହାଘର ଉତ୍ସବରେ ବର, କନ୍ୟାଙ୍କୁ ମିଶାଇ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ । ଅଧିକ ଗହଳି ହେଲେ ୧୦ ହଜାର ଟଙ୍କା ଫାଇନ୍ ପଡ଼ିବ । ବାହାଘରସ୍ଥଳକୁ ସିଲ୍ କରାଯିବ । ଆଗାମୀ ଦିନରେ ଏହାର ଜୋରିମାନା ରାଶି ଆହୁରି ବଢ଼ିବ ।
କୌଣସି କ୍ଷେତ୍ରରେ କଂଗ୍ରିଗେସନ୍ ବା ୧୦ ଜଣଙ୍କଠାରୁ ଅଧିକ ଲୋକଙ୍କ ଗହଳିକୁ ଅନୁମତି ଦିଆଯିବ ନାହିଁ । ଉଲ୍ଲଂଘନକାରୀ ୧୦ ହଜାର ଟଙ୍କା ଫାଇନ୍ ଦେବେ । ଦୋକାନ ବଜାରରେ ସାମାଜିକ ଦୂରତା କଡ଼ାକଡ଼ି ପାଳନ ହେବ । ଯେଉଁ ଦୋକାନରେ ଏହାର ଉଲ୍ଲଂଘନ ହେବ ମାଲିକଙ୍କ ଉପରେ ୧୦ ହଜାର ଟଙ୍କା ଫାଇନ୍ ପଡ଼ିବ । ସଂପୃକ୍ତ ଦୋକାନକୁ ୭ ଦିନ ପାଇଁ ସିଲ୍ କରି ଦିଆଯିବ । ଦ୍ୱିତୀୟ ଥର ପାଇଁ ଉଲ୍ଲଂଘନ ହେଲେ ୧୦ ହଜାର ଟଙ୍କା ଫାଇନ୍ ଏବଂ ଦୋକାନ ମାସେ ପାଇଁ ସିଲ୍ କରାଯିବ ।
ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହା ସୂଚନା ଦେବା ସହ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି । ସେ କହିଛନ୍ତି, କରୋନା ଭଳି ଅଚିହ୍ନା ରୋଗର ମୁକାବିଲା କ୍ଷେତ୍ରରେ ଆମ ପାଇଁ ବହୁତ ଚାଲେଂଜ ରହିଛି । ଏହି ଯୁଦ୍ଧରେ ଆମେ କେଉଁଠି ଅଛୁ, ତାହା ଏବଠୁଁ କହି ହେବନାହିଁ । ତେବେ ଏ ପର୍ଯ୍ୟନ୍ତ ଆମେ ଭଲ ସ୍ଥିତିରେ ଅଛୁ । ଆମର ମୋର୍ଟାଲିଟି ରେଟ୍ ଦେଶରେ ସର୍ବନିମ୍ନ ଥିଲା ବେଳେ ଡିସଚାର୍ଜ ରେଟ୍ ମଧ୍ୟ ଉପରେ । ତେଣୁ ଆମକୁ ଦୃଢ଼ତାର ସହ ଆଗକୁ ଯିବା ହେବ । ରାଜ୍ୟରେ ଲୋକଙ୍କ ଜୀବନରକ୍ଷା ଆମର ମୂଳ ଲକ୍ଷ୍ୟ । ଜୀବିକା ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ଏହି ଯୁଦ୍ଧରେ ନିଶ୍ଚିତ ଜିତିବା ଏହି ଦୃଢ଼ ବିଶ୍ୱାସ ଅଛି । ସମସ୍ତଙ୍କ ସହଯୋଗ ନେଇ ଆମକୁ ଯିବାକୁ ପଡ଼ିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
Previous Post

ଢ଼େଙ୍କାନାଳର ଗୋଟିଏ ଗାଁରୁ ଏକାଥରେ ୭୪ ପଜିଟିଭ୍

Next Post

ରାଉରକେଲାରେ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ

Next Post
ରାଉରକେଲାରେ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ

ରାଉରକେଲାରେ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA