ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୧୮ କରୋନା ପଜିଟିଭ୍ । ଆକ୍ରାନ୍ତ ତାଲିକାର କ୍ରମାଗତ ଶୀର୍ଷରେ ଥିବା ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ୭୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୯ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ(ଲୋକାଲ୍ କଣ୍ଟାକ୍ଟସ୍) ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୧୧୦ ରେ ପହଞ୍ଚିଛି । ୧୦ ହଜାର ୮୭୭ ଜଣ ସୁସ୍ଥ ହୋଇଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୧୨୪ ।
ସେହିଭଳି ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪ ମୁଣ୍ଡ । ଗଞ୍ଜାମରୁ ୫୭ ଓ ୬୦ ବର୍ଷୀୟ ଦୁଇ ପୁରୁଷ, ଗଜପତିରୁ ୫୬ ବର୍ଷୀୟ ଜଣେ ପୁରୁଷ ଏବଂ ଅନୁଗୁଳ ଜିଲ୍ଲାରୁ ୬୬ ବର୍ଷୀୟ ଜଣେ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୩ କୁ ବୃଦ୍ଧି ପାଇଛି । କେବଳ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ୫୦ ଛୁଇଁଛି ।
ଦେଶରେ ବି କରୋନାର ଅସମ୍ଭାଳ ସ୍ଥିତି । କାଲି ୩୨,୬୯୫ ପଜିଟିଭ୍ ବାହାରିଥିଲେ । ଆଜି ସେହି ସଂଖ୍ୟା ୩୪,୯୫୬ । ଏଥିସହ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର୍ ହୋଇଛି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୩୪,୯୫୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୬୮୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨ ଏବଂ ମୃତ୍ୟୁ ସଂଖ୍ୟା ୨୫ ହଜାର ୬୦୨ କୁ ବୃଦ୍ଧି ପାଇଛି ।
ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ
ଅନୁଗୁଳ-୯, ବାଲେଶ୍ୱର-୯, ବରଗଡ଼-୪, ଭଦ୍ରକ-୧୦, କଟକ-୩୨, ଢ଼େଙ୍କାନାଳ-୬, ଗଜପତି-୨୧, ଗଞ୍ଜାମ-୨୩୧, ଜଗତସିଂହପୁର-୧୬, ଝାରସୁଗୁଡ଼ା-୨୪, କନ୍ଧମାଳ-୭, କେନ୍ଦ୍ରାପଡ଼ା-୪, କେନ୍ଦୁଝର-୨୮, ଖୋର୍ଦ୍ଧା-୧୫୦, କୋରାପୁଟ-୨୭, ମାଲକାନଗିରି-୫୪, ମୟୁରଭଞ୍ଜ-୨୨, ନବରଙ୍ଗପୁର-୧, ନୟାଗଡ଼-୧୩, ପୁରୀ-୯, ରାୟଗଡ଼ା-୧୯, ସମ୍ବଲପୁର-୭, ସୋନପୁର-୫, ସୁନ୍ଦରଗଡ଼-୧୦ ।