Sunday, February 22, 2026 03:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

VSSUT ପାଇଁ ହଜାରେ କୋଟି

ସମ୍ବଲପୁରରେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

by Our Correspondent
25 Aug, 2022- 07:56 PM
in Latest News, News
1 min read
0
VSSUT ପାଇଁ ହଜାରେ କୋଟି

ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି (VSSUT)ର ସମ୍ପୂର୍ଣ୍ଣ ନବୀକରଣ ହେବ । ଏହାକୁ ଆଇଆଇଟି ଓ ଏନଆଇଟି ଭଳି ଇଞ୍ଜିନିୟରିଂ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ବା ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରାଯିବ । ଏଥିପାଇଁ ୧୦୦୦ କୋଟିରୁ ଅଧିକ ଖର୍ଚ୍ଚ କରାଯିବ । ୧୫ ଦିନରେ ଏହାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେବ ।

ରାଜ୍ୟରେ ଭିସୁଟ୍ ଏକ ଅଗ୍ରଣୀ ଇଞ୍ଜିନିୟରିଂ କଲେଜ ଏବଂ ସାରା ଦେଶରେ ଏହାର ସୁଖ୍ୟାତି ରହିଛି । ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଭିସୁଟ୍ ର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବାକୁ ଅନୁମୋଦନ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଆଜି ଭିସୁଟ୍ ପରିଦର୍ଶନ କରିବା ଅବସରରେ ଏହି ସୂଚନା ଦିଆଯାଇଛି । ଏହି ଉଚ୍ଚ ପ୍ରତିନିଧି ଦଳ ଭିସୁଟ୍ ର ଏକାଡେମିକ ବ୍ଲକ୍ ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା ଅଡିଟୋରିୟମ୍, ପୁଲହ ଓ ବଶିଷ୍ଠ ହଲ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା, ମିଳୁଥିବା ସୁବିଧା ତଥ୍ୟ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଭିସୁଟ୍ ର ସମ୍ପୂର୍ଣ୍ଣ ରୂପାନ୍ତର ହେବ । କ୍ୟାମ୍ପସ୍ ସମ୍ପ୍ରସାରଣ ପାଇଁ ୮୦ ଏକର ଜମି ଚିହ୍ନଟ କରାଯାଇଛି । ବର୍ତ୍ତମାନ ଅନୁଷ୍ଠାନରେ ୫୦୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏହି ସଂଖ୍ୟା ଦୁଇଗୁଣା କରାଯିବ । ଏହି ସବୁ ପାଇଁ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ପ୍ରସ୍ତାବ ରହିଛି ।

ପରେ ଏହି ଉଚ୍ଚ ପ୍ରତିନିଧି ଦଳ ବଇଜାମୁଣ୍ଡାଠାରେ ଚାଲିଥିବା ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଭିକାରୀ ଥଇଥାନ କେନ୍ଦ୍ରର ଅନ୍ତେବାସୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଏହି ସମନ୍ୱିତ ପ୍ରକଳ୍ପର ଅଗ୍ରଗତିରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ସେବା ଯେପରି ସୁବିଧାରେ ମିଳିପାରିବ ସେଥିପାଇଁ ସମୟବଦ୍ଧ କାର୍ଯ୍ୟସୂଚୀ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ଲେଡି ଲେୱିସ୍ ଗାର୍ଲସ ହାଇସ୍କୁଲକୁ ମଧ୍ୟ ସେମାନେ ବୁଲି ଦେଖିଥିଲେ ।

ଉଚ୍ଚ ପ୍ରତିନିଧି ଦଳ ସମଲେଶ୍ୱରୀ ମନ୍ଦିର ଯାଇ ମା’ଙ୍କର ପୂଜାର୍ଚ୍ଚନା କରିବା ସହ ମନ୍ଦିରର ପାରିପାଶ୍ୱିର୍କ ବିକାଶ କାର୍ଯ୍ୟ ବୁଲି ଦେଖିଥିଲେ । ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ସ୍ଥରନୀୟ ଜନସାଧାରଣ ଓ ସେବାୟତମାନଙ୍କ ମତାମତ ନେଇଥିଲେ । ପ୍ରକଳ୍ପ ଅଧୀନସ୍ଥ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଓବିସିସି କର୍ତ୍ତୃପକ୍ଷଙ୍କୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଥାଉକି, ସମଲେଇ ଯୋଜନାରେ ପୀଠର ପୁନଃ ଉନ୍ନତିକରଣ ହେଉଛି । ଏଥିପାଇଁ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିରେ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଐତିହ୍ୟ କରିଡରର ବିକାଶ, ଭକ୍ତଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ବ୍ୟବସ୍ଥା ଆଦି କରାଯାଉଛି । ଯଥାଶୀଘ୍ର ଏହି କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ।

Previous Post

ପୁଲିସ କମିସନରଙ୍କୁ ଭେଟିଲା ଓଡ଼ିଶା ଅଭିଭାବକ ମହାସଂଘ

Next Post

ଜନଜାତି କଲ୍ୟାଣ ଓ ମହିଳା ସଶକ୍ତିକରଣ ପାଇଁ କିସ୍‍ ଓ ନୱା ମଧ୍ୟରେ ବୁଝାମଣା

Next Post
ଜନଜାତି କଲ୍ୟାଣ ଓ ମହିଳା ସଶକ୍ତିକରଣ ପାଇଁ କିସ୍‍ ଓ ନୱା ମଧ୍ୟରେ ବୁଝାମଣା

ଜନଜାତି କଲ୍ୟାଣ ଓ ମହିଳା ସଶକ୍ତିକରଣ ପାଇଁ କିସ୍‍ ଓ ନୱା ମଧ୍ୟରେ ବୁଝାମଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA