Friday, January 16, 2026 12:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯୁବପୀଢ଼ିଙ୍କୁ ସ୍ଥିରତା ବଜାୟ ରଖିବାକୁ ପଡିବ: ରାଜ୍ୟପାଳ

ଦ୍ୱାଦଶ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‌ଯାପିତ

by Our Correspondent
24 Aug, 2025- 11:12 PM
in Latest News, News
1 min read
0
ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯୁବପୀଢ଼ିଙ୍କୁ ସ୍ଥିରତା ବଜାୟ ରଖିବାକୁ ପଡିବ: ରାଜ୍ୟପାଳ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘର ଦ୍ୱାଦଶ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି କହିଲେ, ଆଜିର ବିଶ୍ୱରେ ସ୍ଥିରତା ସଙ୍କଟ ଦେଖା ଦେଇଥିବା ବଳେ ନବସର୍ଜନା ଓ ସାମୂହିକ ପ୍ରୟାସ ଫଳରେ ଏହି ସଙ୍କଟର ସମାଧାନ ହୋଇପାରିବ । ଏବେ ଆମେ ପାରସ୍ପାରିକ ସହବସ୍ଥାନ ମଧ୍ୟରେ ବାସ କରୁଛୁ । ତେବେ ଜଳବାୟୁ ପରିବର୍ତନ, ଦାରିଦ୍ର‌୍ୟ, ମହାମାରୀ, ଲିଙ୍ଗଗତ ସମାନତା, ଡିଜିଟାଲ ପରିବର୍ତନ ଏବଂ ଆଂଚଳିକ ସଂଘର୍ଷ ଆଦି ଏବେ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ତଥାପି ନବସର୍ଜନା, ସ୍ଥାୟୀ ବିକାଶ ଏବଂ ସାଂସ୍କୃତିକ ଆଦାନପ୍ରଦାନ କ୍ଷେତ୍ରରେ ଅପାର ସୁଯୋଗ ରହିଛି ବୋଲି ସେ କହିଥିଲେ । ନେତୃତ୍ୱକୁ କ୍ଷମତାର ମାଧ୍ୟମ ରୂପେ ବ୍ୟବହାର କରିବା ପରିବର୍ତେ ଏହାକୁ ସେବାର କର୍ତବ୍ୟ ଏବଂ ସହଯୋଗର ମାଧ୍ୟମ ଭାବେ ଆପଣାଇବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଗୋଟିଏ ରାଷ୍ଟ୍ରର ପ୍ରକୃତ ଶକ୍ତି ଆଧିପତ୍ୟରେ ନୁହେଁ ସହଯୋଗରେ ନିହିତ ରହିଛି ବୋଲି ରାଜ୍ୟପାଳ କହିଥିେଲେ ।

ନିଜର ବ୍ୟକ୍ତିଗତ ଅନୁଭୂତି ନେଇ ସେ କହିଲେ, ଜାତିସଂଘରେ ଭାରତକୁ ପ୍ରତିନିଧିତ୍ୱ କରିବା ତାଙ୍କର ଜୀବନବ୍ୟାପୀ ସ୍ୱପ୍ନ ଥିଲା, କିନ୍ତୁ ସେହି ସ୍ୱପ୍ନ ପୂରଣ ହୋଇପାରିନାହିଁ । ତେବେ ଛାୟା ଜାତିସଂଘ କାର୍ଯ୍ୟକ୍ରମରେ ଯୋଗଦେଇ ସେ ବେଶ ଆନନ୍ଦିତ ବୋଲି କହିଥିଲେ ।

ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟପାଳଙ୍କ ନମ୍ରତା ଏବଂ ମାନବିକ ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲେ । ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଡ କମ୍ଭମପତି କିପରି କିସ୍ ଛାତ୍ରଛାତ୍ରୀଙ୍କ ସହିତ ସାମୂହିକ ଭୋଜନ କରିଥିଲେ ତାହା ମନେପକାଇ ଶ୍ରୀ ସାମନ୍ତ ରାଜ୍ୟପାଳଙ୍କ ଉଦାରତାର ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ସାମନ୍ତ କହିଲେ, ଛାୟା ଜାତିସଂଘ ଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗୋଟିଏ ଗୋଟିଏ ଚିନ୍ତାଧାରା ସହ ଆସିଥାନ୍ତି ହେଲେ ଫେରିବା ସମୟରେ ହଜାରେଟି ଚିନ୍ତାଧାରା ସହ ଫେରିବାର ସୁଯୋଗ ସେମାନଙ୍କୁ ମିଳିଥାଏ ।

ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍  ଚେୟାରପର୍ସନ ଡ ମୋନା ଲିସା ବଳ, ସ୍କୁଲ୍‌ର ଅଧ୍ୟକ୍ଷ ଡ ସଞ୍ଜୟ ସୁଆର ଏବଂ ଅନ୍ତର୍ଜାତୀୟ ପାଠ୍ୟକ୍ରମର ମୁଖ୍ୟ ମାର୍କ ଏଲ୍‌. କୋଲମ୍ୟାନ୍ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଛାତ୍ରଛାତ୍ରୀମାନେ ସାଇବର ଯୁଦ୍ଧ, ପରମାଣୁ ଅସ୍ତ୍ରର ବିରୋଧ, ପରିବେଶ-ଉନ୍ନତି, ଶରଣାର୍ଥୀ ସଙ୍କଟ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଶହେ ଜଣ ଛାତ୍ରଛାତ୍ରୀଙ୍କ ସମେତ ଦେଶର ବିଭିନ୍ନ ବିଦ୍ୟାଳୟରୁ ୧ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମୋଟ ୧୩ଟି କମିଟି ଗଠନ କରାଯାଇଥିବା ବେଳେ ଶାନ୍ତି, ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍‌ନ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

Previous Post

ନବୀନ ନିବାସରେ ମୋହନ

Next Post

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ

Next Post
‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA