Monday, May 25, 2026 06:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

5-T ସ୍କାନରରେ ମନ୍ତ୍ରୀ; ଦକ୍ଷତା ନ ଦେଖାଇଲେ ବିଦା!

by Our Correspondent
22 Oct, 2019- 10:45 PM
in Latest News, News, Politics
1 min read
0
5-T ସ୍କାନରରେ ମନ୍ତ୍ରୀ; ଦକ୍ଷତା ନ ଦେଖାଇଲେ ବିଦା!
ଭୁବନେଶ୍ୱର: କେବଳ ସରକାରୀ ବାବୁ କି କର୍ମଚାରୀ ନୁହଁନ୍ତି, ମନ୍ତ୍ରୀମାନଙ୍କ କ୍ଷେତ୍ରରେ 5-T ମାପକାଠି କଡ଼ାକଡ଼ି ଲାଗୁହେବ । 5-T ଆଧାରରେ ବିଭାଗକୁ ସମ୍ଭାଳି ପାରୁ ନ ଥିବା ମନ୍ତ୍ରୀମାନଙ୍କର ପଦ ଚାଲିଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନେଇ କଡ଼ା ଆଭିମୁଖ୍ୟ ରଖିଛନ୍ତି । ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ଅଭିଯାନରେ ଅପାରଗ ଏବଂ ଦୁର୍ନୀତିଖୋର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଝାଡୁ ମାରିଲା ଭଳି ସଫା କରିଦେବେ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, କିଛି ମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ମୁଖ୍ୟମନ୍ତ୍ରୀ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କ ବିରୋଧରେ ଗଦା ଗଦା ଅଭିଯୋଗ ତାଙ୍କ ପାଖକୁ ଆସୁଛି । କୋଉ ମନ୍ତ୍ରୀ ବିଭାଗ ସମ୍ଭାଳିବାରେ ଅସମର୍ଥ ତ ଆଉ କୋଉ ମନ୍ତ୍ରୀ ଦୁର୍ନୀତି ଓ ପ୍ରିୟାପ୍ରୀତିରେ ଲିପ୍ତ ଥିବା ଅଭିଯୋଗ ପାଉଛନ୍ତି । ତେବେ ଏଥର ମୁଖ୍ୟମନ୍ତ୍ରୀ ତାଙ୍କର ନିଆରା ଅନ୍ଦାଜରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ସରକାର ଓ ପ୍ରଶାସନରେ 5-T ମନ୍ତ୍ର ଆପଣା ଯାଇଥିବାରୁ ମନ୍ତ୍ରୀମାନଙ୍କ କ୍ଷେତ୍ରରେ ଅଲଗା ବାଛବିଚାର ରଖିନାହାନ୍ତି । ଏହିକ୍ରମରେ ପଦ ସମ୍ଭାଳିବାରେ ଅସମର୍ଥ ଏବଂ ଦୁର୍ନୀତି, ଅନିତୀରେ ବୁଡ଼ିଥିବା ମନ୍ତ୍ରୀମାନଙ୍କୁ ବିଦା କରିବାର ଯୋଜନା ହୋଇଛି ।
ଏହି ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ସ୍କାନରରେ ରହିଛନ୍ତି ସବୁ ମନ୍ତ୍ରୀ । ସମ୍ଭବତଃ ପ୍ରତି ୬ ମାସରେ ସେମାନଙ୍କ କାର୍ଯ୍ୟଦକ୍ଷତା ଓ 5-T ପରଫରମାନସ୍ କୁ ଅନୁଶୀଳନ କରାଯିବ । ସ୍ୱଚ୍ଛତା ଓ ଦକ୍ଷତାର ମାପକାଠିରେ ମନ୍ତ୍ରୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୁଖ୍ୟମନ୍ତ୍ରୀ । ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବିଦା କଲା ଭଳି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅକାଳରେ ବିଦା କରିବେ । କାର୍ଯ୍ୟାନୁଷ୍ଠାନରେ ରାଜନୈତିକ ବାଧ୍ୟବାଧକତା ବିଚାର ନ କରିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥିର କରିଥିବା ଜଣାପଡ଼ିଛି ।
ସୂଚନାଥାଉକି, ନିଜର ପଞ୍ଚମ ପାଳି ଶାସନରେ ମୁଖ୍ୟମନ୍ତ୍ରୀ ଜଣ ଜଣ କରି ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାକୁ ଗୁରୁତ୍ୱ ଦେଇ ସେମାନଙ୍କଠାରୁ ମାସିକିଆ କାର୍ଯ୍ୟ ରିପୋର୍ଟ ନେଉଛନ୍ତି । ଏଥିରେ 5-T କାର୍ଯ୍ୟକାରିତାକୁ ପ୍ରାଧାନ୍ୟ ଦିଆଯାଉଛି । ତେବେ ମନ୍ତ୍ରୀମାନଙ୍କ ନିଜସ୍ୱ ରିପୋର୍ଟ ବାହାରେ ମୁଖ୍ୟମନ୍ତ୍ରୀ ତାଙ୍କ ରାଡାର ଖଞ୍ଜିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
Previous Post

ଜିଲ୍ଲା ଗସ୍ତ ବେଳେ ପିଲାଙ୍କ ସହ ଖାଇବେ ମନ୍ତ୍ରୀ, ଅଫିସର

Next Post

ମୁଖ୍ୟମନ୍ତ୍ରୀଙ୍କ ପରେ ସ୍ୱାସ୍ଥ୍ୟମନ୍ତ୍ରୀ.. ‘ସୁନେତ୍ର’ କାର୍ଯ୍ୟକ୍ରମର ଡବଲ୍ ଶୁଭାରମ୍ଭ!!

Next Post
ମୁଖ୍ୟମନ୍ତ୍ରୀଙ୍କ ପରେ ସ୍ୱାସ୍ଥ୍ୟମନ୍ତ୍ରୀ.. ‘ସୁନେତ୍ର’ କାର୍ଯ୍ୟକ୍ରମର ଡବଲ୍ ଶୁଭାରମ୍ଭ!!

ମୁଖ୍ୟମନ୍ତ୍ରୀଙ୍କ ପରେ ସ୍ୱାସ୍ଥ୍ୟମନ୍ତ୍ରୀ.. ‘ସୁନେତ୍ର’ କାର୍ଯ୍ୟକ୍ରମର ଡବଲ୍ ଶୁଭାରମ୍ଭ!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA