Wednesday, March 4, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୬୭ ହଜାର କୋଟିର ନିବେଶ, ୫୬ ହଜାର ନିଯୁକ୍ତି ସୁଯୋଗ

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ

by Our Correspondent
22 Dec, 2025- 11:47 PM
in Latest News, News
1 min read
0
୬୭ ହଜାର କୋଟିର ନିବେଶ, ୫୬ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ହାଇଦ୍ରାବାଦରେ ଆୟୋଜିତ ଦୁଇିଦିନିଆ ମେଗା ରୋଡ୍ ଶୋ ଓ ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ମିଳିଛି ୬୬,୭୮୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି । ଏାଦ୍ୱାରା ୫୬,୩୪୦ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଓଡ଼ିଶା ଭାରତର ସର୍ବବୃହତ୍ତ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା ହାସଲ କରିବ ବୋଲି ସେଠାରୁ ଫେରିବା ପରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କର ଏହି ଉଦ୍ୟମ ପାଇଁ ଆଜି ବିମାନବନ୍ଦରରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ଲୋକସେବା ଭବନ କନଭେନସନ୍ ହଲ୍ ରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ନିବେଶ ସମ୍ମିଳନୀ ଫଳାଫଳ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଥିଲେ ।

ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପକ୍ଷେତ୍ରରେ ବ୍ୟାପକ ସମ୍ଭାବନା ଠାରୁ ଏହାର ବାସ୍ତବ ରୂପାୟନ ପର୍ଯ୍ୟନ୍ତ ଓଡ଼ିଶାର ଶିଳ୍ପ ଯାତ୍ରା ଆଜି ଖୁବ୍ ମଜବୁତ୍ ହୋଇଛି। ଫାର୍ମା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନିବେଶକଙ୍କୁ ଆକର୍ଷିତ କରାଯାଇଛି। ଦୁଇ ଦିନରେ ସେ ନିଜେ ୩୮ ଜଣ ଶିଳ୍ପପତିଙ୍କ ସହିତ ଆଲୋଚନା କରିଥିଲେ । ଏହି ବୈଠକରେ ଔଷଧ ଏବଂ ଚିକିତ୍ସା ଉପକରଣ, ପ୍ରତିରକ୍ଷା ଉତ୍ପାଦନ, ନବୀକରଣୀୟ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଡାଟା ସେଣ୍ଟର, ବୟନ ଏବଂ ବୈଷୟିକ ବୟନ ଏବଂ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରଗୁଡ଼ିକରେ ନିବେଶ ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ନିଜେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ପାଇଁ ତାଙ୍କର ଦୃଷ୍ଟିକୋଣ ଏବଂ ଉତ୍ପାଦନ ଓ ସେବା କ୍ଷେତ୍ରର ବିକାଶ ପାଇଁ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ। ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ରାଉରକେଲାରେ ଏଣ୍ଟରପ୍ରାଇଜ୍ ଓଡିଶା ଅନୁଷ୍ଠିତ ହେବ। ଏହା ସହିତ କଲିକତାରେ ମଧ୍ୟ ଏକ ଶିଳ୍ପ କନ୍‌କ୍ଲେଭ୍ ହେବାର ଯୋଜନା ରହିଛି।

ଓଡିଶାରେ ନିବେଶକୁ ସହଜ ଓ ସରଳ କରିବା ପାଇଁ, ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍‌ରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଆଇନ୍‌ରେ ପ୍ରାୟ ୨୩ଟି ସଂଶୋଧନ କରାଯାଉଛି। ବହୁତ୍ ପୁରୁଣା ଆଇନ୍, ଯାହାର ବର୍ତ୍ତମାନ କୌଣସି ଆବଶ୍ୟକତା ନାହିଁ, ସେଗୁଡିକ ସଂଶୋଧନ କରାଯାଇ, ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦେଇ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ ଆଗାମୀ ତିନି ମାସରେ ଆମର ମୁଖ୍ୟ ଫୋକସ ହେଉଛି ଯେଉଁ ସବୁ ପ୍ରସ୍ତାବ ଆସିଛି ତାକୁ ଯେପରି ବାସ୍ତବରେ ପରିଣତ କରାଯାଇ ପ୍ରକଳ୍ପ ଗୁଡିକୁ ଗ୍ରାଉଣ୍ଡିଙ୍ଗ କରାଯିବ। ପ୍ରକଳ୍ପ ଗୁଡିକ କ୍ଷୀପ୍ରଗତିରେ କାର୍ଯ୍ୟକାରୀ ହୋଇପାରିଲେ ନିବେଶକ ମାନଙ୍କ ଭରସା ଆହୁରି ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ହାଇଦ୍ରାବାଦରେ ଥିବା ପ୍ରତିରକ୍ଷା ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଭାରତ ଡାଇନାମିକ୍ସ ଲିମିଟେଡ୍ ମଧ୍ୟ ଗସ୍ତ କରିଥିଲେ। ଭାରତର ପ୍ରତିରକ୍ଷା ଏବଂ ମହାକାଶ ଉତ୍ପାଦନ ଇକୋସିଷ୍ଟମ ସହିତ ଓଡ଼ିଶାର ସମ୍ପର୍କକୁ ଆହୁରି ଗଭୀର କରିବା ଥିଲା ଏହି ଗସ୍ତର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାରେ ମଧ୍ୟ ଡିଫେନ୍ସ ମାନୁଫାକ୍‌ଚରିଂ ଇକୋ-ସିଷ୍ଟମର ବିକାଶ କରାଯିବ। ଏଥିପାଇଁ ଷ୍ଟାର୍ଟଅପ୍, ଦକ୍ଷ ମାନବ ସମ୍ବଳ ଓ ପ୍ରିସିସନ୍‌ ମାନୁଫାକଚରିଂ ଉପରେ ଗୁରୁତ୍ବ ଦିଆଯିବ। ଓଡିଶାରେ ମିଜାଇଲ୍ କମ୍ପୋନେଣ୍ଟ ନିର୍ମାଣ ଉପରେ ପ୍ରସ୍ତୁତି କରାଯାଉଛି ।

ଗସ୍ତ ସମୟରେ ତେରଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ ୨୭,୬୫୦ କୋଟି ଟଙ୍କାର ନିବେଶ ସୁଯୋଗ ମିଳିଛି। ଏହାଦ୍ବାରା ୧୫,୯୦୫ ନିଯୁକ୍ତି ସୃଷ୍ଟି ହେବ। ଏହା ବ୍ୟତୀତ ୯ଟି ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଫାଇଲିଂ ମଧ୍ୟ ହୋଇଥିଲା। ଏହାଦ୍ବାରା ୩୯,୧୩୧ କୋଟିର ଅଧିକ ନିବେଶ ସମ୍ଭାବନା ଏବଂ ୪୦,୪୩୫ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ମୋଟ ଉପରେ, ହାଇଦ୍ରାବାଦ ରୋଡଶୋ ୬୬,୭୮୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ସୃଷ୍ଟି କରିଛି, ଯାହା ୫୬,୩୪୦ ନିଯୁକ୍ତି ସମ୍ଭାବନା ସହିତ ଏହାକୁ ଓଡ଼ିଶା ସରକାରଙ୍କ ନେତୃତ୍ୱରେ ସବୁଠାରୁ ସଫଳ ନିବେଶ ପ୍ରସାର କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍କର୍ଷ ଓଡିଶା ୨୦୨୫ ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡିଶାରେ ୪,୩୮,୨୨୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି ଏବଂ ଏହାଦ୍ବାରା ୨,୫୫,୮୧୭ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ସେ ପୁଣି କହିଥିଲେ ଯେ ଗତ ୧୮ ମାସରେ ୨.୧୦ ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯାଇଛି। ଏହାଦ୍ବାରା ୧,୬୩,୭୨୫ଟି ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି। ଏହି ସମୟ ମଧ୍ୟରେ ଓଡିଶାରେ ଫାର୍ମା କନ୍‌କ୍ଲେଭ୍, ଟେକ୍ସଟାଇଲ୍ କନ୍‌କ୍ଲେଭ୍ ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ କନ୍‌କ୍ଲେଭ୍‌ରେ ଓଡିଶା ଦୁଇଟି MoU କରିଥିଲା। ତେଣୁ, ଶିଳ୍ପାୟନ ପାଇଁ ନିୟମିତ ଭାବରେ ଆମର ଫୋକସ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଔଷଧ, ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, ନବୀକରଣୀୟ ଶକ୍ତି, ଆଇଟି, ବୟନଶିଳ୍ପ ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ନିବେଶକ ମାନଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଏହା ଏକ ବହୁମୁଖୀ, ମୂଲ୍ୟଯୁକ୍ତ ଓ ନିଯୁକ୍ତି-ସୃଷ୍ଟିକାରୀ ଶିଳ୍ପ ଅର୍ଥନୀତି ଆଡ଼କୁ ଓଡ଼ିଶାର ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ।

ଉତ୍କର୍ଷ ଓଡ଼ିଶା ୨୦୨୫ ଗୋଟିଏ ବର୍ଷ ପୂରଣ କରିବାକୁ ନିକଟତର ହେଉଥିବାରୁ ହାଇଦ୍ରାବାଦ ଗସ୍ତର ସଫଳତା ଓଡ଼ିଶାର ଶିଳ୍ପ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ, ଏହି ପଦକ୍ଷେପ ନିବେଶକଙ୍କ ବିଶ୍ୱାସକୁ ବାସ୍ତବରେ ସୁଦୃଢ କରିପାରିଛି। ନିବେଶ ଆକର୍ଷଣ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ନିଯୁକ୍ତି ସୃଷ୍ଟିରେ ଅଭିବୃଦ୍ଧି ଏହାର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶିଳ୍ପ ଅଭିବୃଦ୍ଧି ପାଇଁ ଓଡ଼ିଶାର ମୂଳମନ୍ତ୍ର ଭରସା, ନିରନ୍ତର ପ୍ରୟାସ ଏବଂ ଦୀର୍ଘସ୍ଥାୟୀ ସହଭାଗୀତାବୋଲି ସେ କହିଥିଲେ।

ଏହି ପ୍ରେସ୍ ମିଟ୍ ସମୟରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଧାୟକଗଣ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଏକ ବ୍ୟାପକ ନିବେଶ ଅଭିଯାନର ନେତୃତ୍ୱ ନେଇ ହାଇଦ୍ରାବାଦ୍ ଯାଇଥିଲେ। ଦୁଇ ଦିନ ବ୍ୟାପୀ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ୭୩ଟି ଉଚ୍ଚସ୍ତରୀୟ ବୈଠକ ଏବଂ ୨ଟି କ୍ଷେତ୍ରୀୟ ରାଉଣ୍ଡଟେବୁଲ ଆଲୋଚନା କରିଥିଲେ। ଓଡ଼ିଶା ନିବେଶକ ରୋଡଶୋ ୫୦୦ ରୁ ଅଧିକ ଶିଳ୍ପପତି, ବ୍ୟବସାୟିକ ସଂଗଠନ ଏବଂ ଆନୁଷ୍ଠାନିକ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ।

ଶିଳ୍ପାୟନ ସ୍ୱପ୍ନ ବେଶୀ, ସତ କମ୍: ବିଜେଡି

ରାଜ୍ୟରେ ଶିଳ୍ପର ଉନ୍ନତି କରିବା ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ବ୍ୟୟ କରି ଦେଶ ବିଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ପୁଞ୍ଜି ଆଣୁଛନ୍ତି ବୋଲି ଡିଣ୍ଡିମ ପିଟୁଥିଲା ବେଳେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା ବୋଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି ।

ଏକ ପ୍ରେସ ବିଜ୍ଞପ୍ତିରେ ବିଜେଡି ମୁଖାପତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ୍ ମହାନ୍ତି କହିଛନ୍ତି ଯେ, ଏହି କଥାକୁହା ବିଜେପି ସରକାର ଶିଳ୍ପାୟନ ବାବଦରେ ବଡ ବଡ ବାହାସ୍ଫୋଟ ମାରୁଥିଲେ ମଧ୍ୟ ଜେଏସ୍ଡବ୍ଲୁ୍ୟ ଗ୍ରୁପ୍ ଇଭି ବ୍ୟାଟେରୀ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମହାରାଷ୍ଟ୍ରକୁ ସ୍ଥାନାନ୍ତର ହୋଇଥିଲା ବେଳେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ୧ ଲକ୍ଷ କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପ କେନ୍ଦ୍ରାପଡାରୁ ଆନ୍ଧ୍ର ପ୍ରଦେଶକୁ ସ୍ଥାନାନ୍ତର ହୋଇଛି । ସେହିପରି ଏସ୍.ରାମ, ଏନ୍.ରାମ ସେମିକଣ୍ଡକ୍ଟର ପ୍ରକଳ୍ପ ଓ ୱାରି ସୋଲାର ପ୍ରକଳ୍ପ ମଧ୍ୟ ଓଡିଶା ଛାଡି ଚାଲିଯାଇଛନ୍ତି । ଏ ସରକାର ଶିଳ୍ପାୟନ ନାମରେ ଜନସାଧାରଣଙ୍କୁ ଭୂଆଁ ବୁଲାଉଛି ।

ଡବଲ ଇଂଜିନ ସରକାର ଡବଲ ବିକାଶର ନାରା ଦେଇ ସରକାରକୁ ଆସିଥିଲା ବେଳେ କେନ୍ଦ୍ରୀୟ ଅନୁଦାନ ୧୮.୧୯ ପ୍ରତିଶତ କମିଥିଲା ବେଳେ ଅଭିବୃଦ୍ଧି ହାର ୯.୬ ପ୍ରତିଶତରୁ ୭.୨ ପ୍ରତିଶତକୁ ଖସିଛି । ଶିଳ୍ପ ଅଭିବୃଦ୍ଧି ହାର ୮.୭ ପ୍ରତିଶତରୁ ୬.୧ ପ୍ରତିଶତକୁ ଖସି ଆସିଛି । ଅନ୍ୟପଟେ ରାଜ୍ୟରେ ବେକାରୀ ହାର ମଧ୍ୟ ୩.୯ ପ୍ରତିଶତକୁ ବୃଦ୍ଧି ପାଇଥିଲା ବେଳେ ରାଜ୍ୟ ସରକାର ଜନସାଧାରଣଙ୍କୁ ମିଛ ସ୍ୱପ୍ନ ବାଣ୍ଟୁଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ସୃଷ୍ଟି ହୋଇଥିବା ପ୍ରୋ-ଇନ୍ଭେଷ୍ଟମେଣ୍ଟ ଇକୋ ସିଷ୍ଟମକୁ ବିଜେପି ଦଳ କ୍ଷମତାକୁ ଆସିବା ପରେ ରାଜନୈତିକ ହସ୍ତକ୍ଷେପ ଦ୍ୱାରା ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ବିଜେଡି ସରକାର ସମୟରେ ଉଦ୍ୟୋଗୀ ସପ୍ତାହ ପରି ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଉଦେ୍ଦଶ୍ୟମୂଳକ ଭାବେ ବିଜେପି ସରକାର ବନ୍ଦ କରିଛି, ଯାହା ଏମ୍ଏସ୍ଏମ୍ଇ, ନୂତନ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ମାନଙ୍କୁ ଉତ୍ସାହିତ କରୁଥିଲା । ବିଜେଡି ସରକାର ସମୟରେ ମେକ୍ ଇନ୍ ଓଡିଶାର ୩ ଗୋଟି ସଂସ୍କରଣରେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯାହାକୁ ଏ ସରକାର କାର୍ଯ୍ୟନ୍ୱୟନ କରିବାରେ ବିଫଳ ହୋଇଛି । ୨୦୧୫ରୁ ୨୦୨୪ ମଧ୍ୟରେ ଓଡିଶା ଭାରତବର୍ଷରେ ସବୁଠାରୁ ଅଧିକ ଶିଳ୍ପ ଅଭିବୃଦ୍ଧି କରିଥିଲା । ରାଜ୍ୟରେ ସଫଳ ଶିଳ୍ପାୟନ ଯୋଗୁଁ ଜିଡିପିରେ ୫୧ ପ୍ରତିଶତ ଭାଗୀଦାରି ଥିଲା । ସେହିପରି ବିଜେଡି ସରକାର ସମୟରେ ୧୭ ଲକ୍ଷ ଏମ୍ଏସ୍ଏମ୍ଇ ୟୁନିଟ୍ ପ୍ରତିଷ୍ଠା କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଶିଳ୍ପାୟନ ଓ ପୁଞ୍ଜି ନିବେଶ ନିମନ୍ତେ ସ୍ୱତନ୍ତ୍ର ପଲିସି ଅଣାଯାଇଥିଲା ବୋଲି ଡ଼ ମହାନ୍ତି କହିଥିଲେ ।

ବିଜେପି ସରକାର ଶିଳ୍ପ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ପ୍ରଚାର ସର୍ବସ୍ୱ ନହୋଇ ବାସ୍ତବତା ଉପରେ କାର୍ଯ୍ୟ କରନ୍ତୁ, ଯାହା ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବ । ଯଦି ଏ ସରକାର ଶିଳ୍ପାୟନ ନାଁରେ ଓଡିଶା ରତ୍ନଗର୍ଭକୁ ଲୁଟ୍ କରିବାକୁ ଯୋଜନା କରେ ତାହାକୁ ବିଜୁ ଜନତା ଦଳ କେବେ କରିବାକୁ ଦେବ ନାହିଁ ବୋଲି ଡ଼ ମହାନ୍ତି କହିଛନ୍ତି ।

Previous Post

ଓଟିଭିକୁ ଚେତାବନୀ ଦେଲେ କିସ୍ ଅଭିଭାବକ ସଂଘ

Next Post

‘ମିଡିଆକୁ ଶ୍ରୀମୟୀ ଭରସା’

Next Post
‘ମିଡିଆକୁ ଶ୍ରୀମୟୀ ଭରସା’

'ମିଡିଆକୁ ଶ୍ରୀମୟୀ ଭରସା'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA