Friday, February 20, 2026 03:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପାଠକ ବାପ-ପୁଅଙ୍କୁ ଭିଜିଲାନସ୍ ଜାମିନ୍

ପୁଲିସ ଓ କ୍ରାଇମବ୍ରାଞ୍ଚ ମାମଲା ପାଇଁ ଜେଲ୍ ରୁ ଛାଡ଼ ପାଇବେନି

by Our Correspondent
27 Jan, 2021- 08:53 PM
in Crime, Latest News, News
1 min read
0
ପାଠକ ବାପ-ପୁଅଙ୍କୁ ଭିଜିଲାନସ୍ ଜାମିନ୍

ଭୁବନେଶ୍ୱର: ଦୀର୍ଘ ୨ ମାସ ହେଲା ଝାରପଡ଼ା ଜେଲ୍ ର ଅନ୍ତେବାସୀ ହୋଇଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭିଜିଲାନସ୍ କେସ୍ ରେ ଜାମିନ୍ ମିଳିଛି । ବେଆଇନ ସମ୍ପତ୍ତି ଆହରଣ ଏବଂ ଠକେଇ ମାମଲାରେ ପାଠକ ବାପ-ପୁଅ ନଭେମ୍ବର ୨୭ ତାରିଖରେ ଗିରଫ ହୋଇଥିଲେ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ପୁଲିସ ଓ କ୍ରାଇମବ୍ରାଞ୍ଚ ର ସଙ୍ଗୀନ ଦଫାରେ ଛନ୍ଦି ହୋଇଥିବାରୁ ଉଭୟ ଝାରପଡ଼ା ଜେଲ୍ ରୁ ମୁକୁଳିପାରିବେ ନାହିଁ ।

ନିୟମ ଅନୁଯାୟୀ, ଅଭିଯୁକ୍ତ ଗିରଫ ହେବାର ୬୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ ହେବା କଥା । ମାତ୍ର ପାଠକ ବାପ-ପୁଅଙ୍କ କ୍ଷେତ୍ରରେ ଭିଜିଲାନ୍ସ ପୁଲିସ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିପାରିନାହିଁ । ତେଣୁ ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରୁ ସେମାନଙ୍କୁ ଜାମିନ୍ ମିଳିଥିବା ଅଭିଯୁକ୍ତଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି ।

ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ(ବନୀକରଣ) ଦାୟିତ୍ୱରେ ଥିବା ୧୯୮୭ ବ୍ୟାଚ୍ ର ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଉପରେ ଗତ ନଭେମ୍ବର ଶେଷ ସପ୍ତାହରେ ଭିଜିଲାନସ୍ ଚଢ଼ାଉ କରି ଅଚଳାଚଳ ଆୟ ବିର୍ହଭୂତ ସମ୍ପତ୍ତି ଠାବ କରିଥିଲା । ଆୟଠାରୁ ପ୍ରାୟ ୫୦୦ ଗୁଣ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଦର୍ଶାଇଥିଲା ।

ବାପାଠାରୁ ପୁଅ ବି ଆହୁରି ଧୂରନ୍ଧର । ପୁଅ ଆକାଶ ଠାକୁର ନିଜକୁ ଟାଟା ମୋଟର୍ସର ଏମଡି ବୋଲାଇ ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଚୂନ ମାରିଥିଲେ । କେବଳ ଭୁବନେଶ୍ୱର ଓ ପୁନେରେ ଥିବା ଆକାଶଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଡିପୋଜିଟ୍ ଥିଲା । ଆକାଶର ଜାଲିଆତି କାରବାରରେ ବାପା ଅଭୟ ଠାକୁରଙ୍କ ପୃଷ୍ଠପୋଷକତା ଅଭିଯୋଗ ଅଛି ।

ପାଠକ ବାପ-ପୁଅଙ୍କ ବେଆଇନ କାରବାରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାଗିଦାରୀ ମାମଲାକୁ ଅଧିକ ଜଟିଳ କରିଛି । ଆକାଶ ପାଠକଙ୍କୁ ଜ୍ୱାଇଁ କରିବାକୁ ଭାବିଥିବା ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀରୁ ବେକାର ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଇ ଟଙ୍କା ଆଦାୟ କରୁଥିଲେ । ଠକେଇର ଶିକାର ହୋଇଥିବା ଯୁବକମାନଙ୍କ ଏତଲାକ୍ରମେ ଶ୍ରୀ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ପୁଲିସ ଡିସେମ୍ବର ୩ରେ ଗିରଫ କରିଥିଲା । ଏବେ ଝାରପଡ଼ା ଜେଲ୍ ରେ ସେ ଦିନ କାଟୁଛନ୍ତି ।

ସରକାରୀ ଅର୍ଥ ଲୁଟ୍ ଏବଂ ଲୋକଙ୍କୁ ଠକି ପାଠକ ବାପ-ପୁଅ କମେଇଥିବା କୋଟି କୋଟି ଟଙ୍କାରେ ଅୟସ କରୁଥିଲେ ପାଠକ ଓ ପାଣିଗ୍ରାହୀ ପରିବାର । ଲକଡାଉନ୍ ବେଳେ ଉଭୟ ପରିବାର ଚାର୍ଟର ଫ୍ଲାଇଟ୍ ରେ ଦିଲ୍ଲୀ, ମୁମ୍ବାଇ, ପୁନେ ଆକାଶରେ ଉଡୁଥିଲେ । ଦିଲ୍ଲୀ ଓ ମୁମ୍ବାଇର ତାଜ୍ ହୋଟେଲ୍ ରେ ରହୁଥିଲେ । ଭାବି ସମୁଦି ଓ ଭାବି ଜ୍ୱାଇଁଙ୍କୁ ନେଇ ଅସରନ୍ତି ସ୍ୱପ୍ନ ଦେଖିଥିଲେ ପ୍ରଦୀପ ପାଣିଗ୍ରାହୀ । ଡିସେମ୍ବର ୧୧ରେ ଜୟପୁର ପ୍ୟାଲେସ୍ ରେ ଆକାଶ ସହ ବାହାଘର ଧାର୍ଯ୍ୟ ହୋଇ କାର୍ଡ ବଣ୍ଟା ସରିଥିଲା । ମାତ୍ର ଭାବୀ ସମୁଦି ଓ ଜ୍ୱାଇଁଙ୍କ ପଛେ ପଛେ ଝାରପଡ଼ା ଜେଲ୍ ଯିବାକୁ ପଡ଼ିଥିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ।

Previous Post

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

Next Post

ରହସ୍ୟଘେରରେ ରମାଦେବୀ ଛାତ୍ରୀ ‘ଝରାଫୁଲ’ଙ୍କ ମୃତ୍ୟୁ

Next Post
ରହସ୍ୟଘେରରେ ରମାଦେବୀ ଛାତ୍ରୀ ‘ଝରାଫୁଲ’ଙ୍କ ମୃତ୍ୟୁ

ରହସ୍ୟଘେରରେ ରମାଦେବୀ ଛାତ୍ରୀ 'ଝରାଫୁଲ'ଙ୍କ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA