ଭୁବନେଶ୍ୱର: ଓଡ଼ିଶା ପୁଲିସରେ କନେଷ୍ଟବଳ ନିଯୁକ୍ତି ବୟସ ସୀମା ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଡିସେମ୍ବର ୩୦ରେ ପ୍ରକାଶିତ ବିଜ୍ଞାପନକୁ ନେଇ ଏହି ରାୟ ପ୍ରକାଶ ପାଇଛି । ଏହି ଥରକ ପାଇଁ ବୟସ ସୀମା ୪ ବର୍ଷ କୋହଳ ହେବ । କୋଭିଡ୍ ପାଇଁ ୨୦୧୮ ରୁ ୨୦୨୨ ପରୀକ୍ଷା ହୋଇ ନ ଥିବାରୁ ଏହି କୋହଳ କରାଯାଇଛି । କନେଷ୍ଟବଳ ପଦବୀ ପାଇଁ ଆଗକୁ ବୟସ କୋହଳ ହୋଇପାରିବନି ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆବେଦନ ଶେଷ ତାରିଖ ଜାନୁଆରୀ ୨୧ ବଦଳରେ ଫେବ୍ରୁଆରୀ ୧୦ କୁ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ହେବ । ଜାନୁଆରୀ ୩୦ ସୁଦ୍ଧା ସଂଶୋଧିତ ବିଜ୍ଞାପନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ୪୭୯୦ କନେଷ୍ଟବଳ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ବୟସ କୋହଳ ପାଇଁ ଆଶାୟୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।