Wednesday, February 18, 2026 11:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୋଲଗଡ଼ ବିଡିଏଙ୍କୁ ନେଇ ଛକାପଂଝା

by Our Correspondent
18 Feb, 2026- 11:23 PM
in Latest News, News
1 min read
0
ବୋଲଗଡ଼ ବିଡିଏଙ୍କୁ ନେଇ ଛକାପଂଝା

ଭୁବନେଶ୍ୱର: ବୋଲଗଡ଼ ବିଡିଓ ସୁମନସୁଧା କୁଣ୍ଡୁଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହୋଇଛି । ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅସମ୍ମାନ ଏବଂ ଅସହଯୋଗ କରୁଥିବାରୁ ତାଙ୍କର ବଦଳି ଦାବିରେ ୧୦ ଦିନ ହେଲା ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଚାଲିଛି । ବ୍ଲକ୍ ଅଧୀନରେ ଥିବା ପ୍ରାୟ ସବୁ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ସାଧାରଣ ଜନତା ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ଆଜି ଆନ୍ଦୋଳନକାରୀମାନେ ବ୍ଲକ୍ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା । ଉତ୍ତ୍ୟକ୍ତ ଲୋକମାନେ ବିଡିଓଙ୍କ କାର୍ କୁ ଢ଼େଲା ମାରି ଭାଙ୍ଗି ଦେଇଛନ୍ତି ।

ବିଡିଓ ଶ୍ରୀ କୁଣ୍ଡୁ କାର୍ଯ୍ୟରେ ଯୋଗଦେବା ଦିନଠାରୁ ବ୍ଲକ୍ ରେ ମନମାନି କରୁଛନ୍ତି । ପଞ୍ଚାୟତ ପ୍ରତିନିଧିମାନଙ୍କ କଥା ଶୁଣୁନାହାନ୍ତି, ସେମାନଙ୍କୁ ସମ୍ମାନ ଦେଉନାହାନ୍ତି କି ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ ହୋଇ ଆସୁଥିଲା । ଗତ ସାଧାରଣତନ୍ତ୍ର ଦିବସରେ ତାହା ଜନ ଅସନ୍ତୋଷର ରୂପ ନେଇଥିଲା । ବ୍ଲକ୍ ତରଫରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ବାମନ ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଥାଏ । ସ୍ଥାନୀୟ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥାନ୍ତି । ମାତ୍ର ଚଳିତ ଥର ବ୍ଲକ୍ ପକ୍ଷରୁ ଏହାର ଆୟୋଜନ କରାଗଲା ନାହିଁ । ଅଞ୍ଚଳବାସୀଙ୍କ ପକ୍ଷରୁ ଶେଷ ମୁହୂର୍ତ୍ତରେ ଏହା ପାଳନ କରାଯାଇଥିଲେ ମଧ୍ୟ ବିଡିଓ ବୋଲଗଡ଼ରେ ଉପସ୍ଥିତ ଥାଇ ମଧ୍ୟ ସେହି କାର୍ଯ୍ୟକ୍ରମକୁ ଗଲେ ନାହିଁ । ବିଡିଓଙ୍କର ଏହି ଅହଂକାର ଏବଂ ସାଧାରଣତନ୍ତ୍ର ଦିବସ ପ୍ରତି ଅସମ୍ମାନ ଅଞ୍ଚଳବାସୀଙ୍କ ମନରେ କ୍ରାଧ ସୃଷ୍ଟି କରିଥିଲା ।

ଏହି ସୁଯୋଗରେ ବିଡିଓଙ୍କୁ ହଟାଇବା ପାଇଁ ପଞ୍ଚାୟତ ପ୍ରତିନିଧିମାନେ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଆରମ୍ଭ କରିଥିଲେ । ଏହି ଆନ୍ଦୋଳନକୁ ସବୁ ଦଳ ସମର୍ଥନ କରିଥିଲେ । ସ୍ଥାନୀୟ ବିଜେଡି ବିଧାୟକ ପ୍ରଦୀପ ସାହୁଙ୍କ ସମର୍ଥକ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକ ଏବଂ କଂଗ୍ରେସ ସମର୍ଥକମାନେ ବିଡିଓଙ୍କ ବିରୋଧରେ ଏକାଠି ହୋଇଥିଲେ । ୧୪ ତାରିଖରେ ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ ଆନ୍ଦୋଳନରେ ସାମିଲ ହୋଇଥିଲା ବେଳେ ୧୭ ତାରିଖରେ ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସାଂସଦ ସୁଲତା ଦେଓ ଏବଂ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସେଠାକୁ ଯାଇ ଆନ୍ଦୋଳନକୁ ସମର୍ଥନ କରିଥିଲେ । ବିଜେପିର ଇଙ୍ଗିତରେ ବିଡିଓ କାମ କରୁଛନ୍ତି ବୋଲି କହି ବର୍ଷିଥିଲେ ।

ଆଜି ଏହି ଆନ୍ଦୋଳନ ଆଜି ଉଗ୍ର ରୂପ ନେବା ବେଳକୁ ବିଜେପି ନେତା ଯତୀନ ମହାନ୍ତିଙ୍କ ସମର୍ଥକମାନଙ୍କର ଏକ ବାଇକ ରାଲି ଚର୍ଚ୍ଚାର ବିଷୟ ହୋଇଛି । ବିଡିଓଙ୍କୁ ସମର୍ଥନ କରି ଜନଜାଗରଣ ଶୋଭାଯାତ୍ରା ନାଁରେ ଏହି ବାଇକ ରାଲି କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବେଗୁନିଆ-ବୋଲଗଡ଼ରେ ବିଜେପିର ତିନୋଟି ଗୋଷ୍ଠୀ । ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ବିଧାୟକ ଆଶାୟୀ ଯତୀନ ମହାନ୍ତିଙ୍କର ସମର୍ଥକମାନେ ତିନୋଟି ପୃଥକ୍ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି । ବିଡିଓଙ୍କୁ ହଟାଇବା ପାଇଁ ଦୁଇଟି ଗୋଷ୍ଠୀ ଲାଗିଥିବା ବେଳେ ଯତୀନ ମହାନ୍ତିଙ୍କ ଗୋଷ୍ଠୀ ତାଙ୍କୁ ସମର୍ଥନ କରୁଥିବା କୁହାଯାଉଛି ।

ବିଡିଓଙ୍କୁ ନେଇ ଏହି ଛକାପଂଝା କେବଳ ବିଜେପି-ବିଜେଡି ନୁହେଁ, ବୋଲଗଡ଼ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି ।

Previous Post

ଚତୁର୍ଥ ଆସନ କାହାର?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA