Sunday, March 29, 2026 08:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର

କାଲିଠାରୁ ତିନି ଦିନିଆ ଡିଜିପି ସମ୍ମିଳନୀ

by Our Correspondent
28 Nov, 2024- 03:17 PM
in Latest News, News
1 min read
0
କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର

ଭୁବନେଶ୍ୱର: କାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ସର୍ବଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀ । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭଲ୍ ଯୋଗଦେବେ । ପ୍ରଧାନମନ୍ତ୍ରୀ ଏଥିପାଇଁ ତିନି ଦିନିଆ ଓଡ଼ିଶାରେ ରହିବେ । ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ ପ୍ରାୟ ୯୫ ଜଣ ଡିଜିପି ଏବଂ ଆଇଜିପି ପାହ୍ୟାର ଅଧିକାରୀ ଏହି ସମ୍ମିଳନୀରେ ଉପସ୍ଥିତ ରହୁଥିବାରୁ ସମଗ୍ର ଭୁବନେଶ୍ୱର ସହରରେ କଡ଼ା ସୁରକ୍ଷା ବଳୟ କରାଯାଇଛି । କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଇତିମଧ୍ୟରେ ବିଭିନ୍ନ ରାଜ୍ୟର ପୁଲିସ ମୁଖିଆମାନେ ଭୁବନେଶ୍ୱରରେ ପହଞ୍ଚି ଗଲେଣି ।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ୩ ଦିନିଆ ଡିଜି-ଆଇଜି ସମ୍ମିଳନୀକୁ ଦୃଷ୍ଟିରେ ରଖି ୭୦ ରୁ ଅଧିକ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ସହରର ବିଭିନ୍ନ ସ୍ଥାନକୁ ନୋ ଫ୍ଲାଇଂ ଜୋନ୍ ଓ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦର, ରାଜଭବନ, ଲୋକସେବା ଭବନ, ଚନ୍ଦ୍ରଶେଖରପୁରସ୍ଥିତ ଆଇପିଏସ୍ ମେସ୍ ଓ ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ନୋ ଡ୍ରୋନ୍ ଜୋନ୍ ରେ ରଖାଯାଇଛି ।

ଭିଭିଆଇଙ୍କ ସୁରକ୍ଷା ଲାଗି କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ସହର ସାରା ବିଏସଏଫ, ସିଆରପିଏଫ, ଓଡ୍ରାଫ୍ ଟିମ୍ ଓ କ୍ୱିକ୍ ରିଆକ୍ସନ ଟିମ୍ କୁ ନିୟୋଜିତ କରାଯାଇଛି । ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଏସପିଜି ଓ ଏନଏସଜି ଟିମ୍ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି । ରାଜଭବନ, ରାଜ୍ୟ ଅତିଥି ଭବନ, କନଭେନସନ୍ ହଲ୍ ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଟ୍ରାଫିକ ଭିଡ ନିୟନ୍ତ୍ରଣ ପାଇଁ ୪ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଟ୍ରାଫିକ ପରିଚାଳନାରେ ଦୁଇ କମ୍ପାନୀ ସିଆରପିଏଫ ଫୋର୍ସଙ୍କୁ ମୁତୟନ କରାଯାଇଛି । ମୋଟ ୬୦୦ କର୍ମଚାରୀଙ୍କ ଉପରେ ଟ୍ରାଫିକ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ୩ ଅତିରିକ୍ତ ଏସପି ଓ ୧୬ ଜଣ ଇନସପେକ୍ଟର ପାହ୍ୟାର ଅଧିକାରୀ ରୁଟ୍ ଲାଇନିଂ ଓ ଟ୍ରାଫିକ ପରିଚାଳନା ତଦାରଖ କରିବେ । ସେହିଭଳି ୧୪୦ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ୧୦ଟି ଦମକଳ ଗାଡ଼ିକୁ ସଜାଗ ରଖାଯାଇଛି ।

ଆସନ୍ତାକାଲି ଅପରାହ୍ନ ୪ଟା ୨୦ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ଏକ ସମ୍ବର୍ଦ୍ଧନା ସଭାରେ କିଛି ସମୟ ଅଟକି ଲୋକସେବା ଭବନ କନଭେନସନ୍ ହଲ୍ କାର୍ଯ୍ୟକ୍ରମସ୍ଥଳକୁ ଯିବେ । ସଂଧ୍ୟା ୫ଟା ୧୫ ରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିବେ । ୬ଟା ୩୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଯିବେ । ସେଠାରେ ଦୁଇ ଘଣ୍ଟା ଧରି ବୈଠକ କରିବେ । ରାଜଭବନରେ ପ୍ରଧାନମନ୍ତ୍ରୀ ରାତ୍ରିଯାପନ କରିବେ ।
ସେହିଭଳି ଶନିବାର ସକାଳ ୮ଟା ୨୫ରେ ପ୍ରଧାନମନ୍ତ୍ରୀ ଲୋକସଭା ଭବନ ଯାଇ ଡିଜିପି ସମ୍ମିଳନୀରେ ସାମିଲ ହେବେ । ରାଜଭବନରେ ରାତ୍ରିଯାପନ କରିବେ । ରବିବାର ପୁଣି ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ସେଠି ସକାଳ ୮ଟାରୁ ଅପରାହ୍ନ ୪ଟା ୩୦ ଯାଏଁ ଉପସ୍ଥିତ ରହିବେ । ଏହାପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ ।

Previous Post

ସୋଆ ମହିଳା ଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ

Next Post

ପ୍ରଭାବଶାଳୀଙ୍କ ପିଠିରେ ବାଜିଲା ଛାଟ

Next Post
ପ୍ରଭାବଶାଳୀଙ୍କ ପିଠିରେ ବାଜିଲା ଛାଟ

ପ୍ରଭାବଶାଳୀଙ୍କ ପିଠିରେ ବାଜିଲା ଛାଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA