Tuesday, March 17, 2026 02:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଘୋଡ଼ା ତୟାର୍, ମୋବାଇଲ୍ ଅଫ୍

ରାଜ୍ୟସଭା ନିର୍ବାଚନ

by Our Correspondent
15 Mar, 2026- 01:22 AM
in Latest News, News, Politics
1 min read
0
ଘୋଡ଼ା ତୟାର୍, ମୋବାଇଲ୍ ଅଫ୍

bjd congress - 1

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟାର ପ୍ରତୀକ୍ଷା । ଦିନକ ପରେ ରାଜ୍ୟସଭା ନିର୍ବାଚନ । ଭୋଟ ପାଇଁ ସବୁ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚତୁର୍ଥ ଆସନ ହାସଲ ପାଇଁ ଚାଲିଥିବା ଖେଳ ଉପରେ ସମସ୍ତଙ୍କ ନଜର । ବିଜେପି ରଣକୌଶଳକୁ ମାତ୍ ଦେବା ପାଇଁ ବିଜେଡି ଓ କଂଗ୍ରେସରେ ଚାଲିଛି କସରତ୍ । ମାତ୍ର ଶେଷ ଖବର ଅନୁଯାୟୀ ବିଜେପି ସମର୍ଥିତ ଚତୁର୍ଥ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିଜୟ ସୁନିଶ୍ଚିତ ହୋଇଗଲାଣି । ଅର୍ଥାତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ବିରୋଧରେ ଆଣିଥିବା ଘୋଡ଼ା ବେପାର ଅଭିଯୋଗ ସତ ହେବାକୁ ଯାଉଛି । ଦିଲ୍ଲୀପଙ୍କ ବିଜୟ ପାଇଁ ଆଉ ୮ ଭୋଟର ଆବଶ୍ୟକତା ଥିବା ବେଳେ ବିଜେଡିର ୭ ଏବଂ କଂଗ୍ରେସର ୨ରୁ ୩ ବିଧାୟକ ଘୋଡ଼ା ହେବାକୁ ସଜବାଜ ହୋଇସାରିଲେଣି । ସେମାନେ ଦିଲ୍ଲୀପଙ୍କ ସମର୍ଥନରେ ଭୋଟ ଦେବେ କିମ୍ବା ଭୋଟଦାନରୁ ବିରତ ରହିବେ । ଘୋଡ଼ାମାନଙ୍କୁ ଅଟକାଇବା ପାଇଁ ବିଜେଡିର ଉଦ୍ୟମ ଫେଲ୍ ହେବାକୁ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ବିଜେଡିର ୭ ଜଣିଆ ଘୋଡ଼ା ତାଲିକାରେ ୪ ଉପକୂଳିଆ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପ୍ରଥମ ଥରିଆ ବିଧାୟକ ୮ କୋଟି ପାଇସାରିଥିବା ଜଣାପଡ଼ିଛି । ଏହାପରଠୁ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଛି । ସେ ଭୁବନେଶ୍ୱର ବାହାରେ କେଉଁଠି ଲୁଚିଛନ୍ତି ।

ସେପଟେ ୧୪ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ ଜଣ ବେଙ୍ଗାଲୁରୁ ଯାଇଥିବା ବେଳେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ତାରା ବାହିନୀପତି, ରମେଶ ଜେନା, ସାଗର ଦାସ, ସୋଫିଆ ଫିରଦୋସ୍, ଦାଶରଥୀ ଗମାଙ୍ଗ ଯାଇନାହାନ୍ତି । କେବଳ ଦାଶରଥୀଙ୍କୁ ଛାଡ଼ି ଏମାନେ ସମସ୍ତେ ଭୁବନେଶ୍ୱରରେ ଅଛନ୍ତି । ଦାଶରଥୀ କେଉଁଠି ଅଛନ୍ତି ଜଣାପଡୁନାହିଁ । ବିଧାୟକ ଦଳ ନେତା କାଡ଼ାମ ତାଙ୍କୁ ଫୋନ୍ ଲଗାଇ ଚାଲିଥିଲେ ମଧ୍ୟ ସେ ଫୋନ୍ ଉଠାଉନାହାନ୍ତି । ଏଆଇସିସି ପକ୍ଷରୁ ମଧ୍ୟ ତାଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ ହେଉଛି । ମାତ୍ର ସେ ମିଳୁନାହାନ୍ତି । କେଉଁଠି ଲୁଚିଛନ୍ତି ଜଣାପଡ଼ିନାହିଁ ।

ଗୁରୁତ୍ୱପୂର୍ଣ୍ଣ ସୂଚନାଟି ହେଉଛି, ବିଜେଡି ଘୋଡ଼ାମାନଙ୍କୁ ଜୁଟେଇବା କାମ ସେଇ ବିଜେଡି ଭିତରୁ ହୋଇଛି । ଏମିତି କି କଂଗ୍ରେସ ଭୋଟ ଭାଙ୍ଗିବା ପାଇଁ ବିଜେଡିର ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ସକ୍ରିୟ ଅଛନ୍ତି । ଏଭଳି ସ୍ଥିତିରେ ବିଜେଡି-କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ଜିତିବାର ସମ୍ଭାବନା କ୍ଷୀଣ ହୋଇ ଆସୁଛି । ଅର୍ଥାତ ସଂଖ୍ୟା ଥାଇ ମଧ୍ୟ ସଂଖ୍ୟା ଖେଳରେ ସେ ହାରିବାର ସମ୍ଭାବନା ଅଧିକ ଦେଖାଯାଉଛି । ତେବେ ଶେଷ ମୁହୂର୍ତ୍ତରେ ଯେ ସ୍ଥିତି ନ ବଦଳିବ ତାହା ମଧ୍ୟ ଏବେଠାରୁ ଆକଳନ କରିବା ସମ୍ଭବପର ନୁହେଁ ।

ସୂଚନାଥାଉକି, ଶନିବାର ଦିନ ବିଜେପି ବିରୋଧରେ ସିଧାସଳଖ ଘୋଡ଼ା ବେପାରର ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଥିଲେ, ବିଜେପି ଏବଂ ତାଙ୍କର ତିନି ପ୍ରାର୍ଥୀ ଘୋଡ଼ା ବେପାର ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ଗଣତାନ୍ତ୍ରିକ ନିର୍ବାଚନରେ ବିଜୟ ପାଇଁ ଏହା ଏକ ଅପରାଧ ବୋଲି ସେ କହିଥିଲେ । ମକ୍ ପୋଲ ପାଇଁ ବିଧାନସଭା ପ୍ରକୋଷ୍ଠକୁ ଯାଇଥିବା ନବୀନ ସେଠାରୁ ଫେରିଲା ବେଳେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଥିଲେ । ସେଠାରୁ ନବୀନ ନିବାସ ଫେରି ଦଳୀୟ ବିଧାୟକମାନଙ୍କ ସହ ମଧ୍ୟାହ୍ନ ଭୋଜନରେ ଯୋଗଦେଇଥିଲେ । ସଂଧ୍ୟାରେ ପୁଣି ବିଧାୟକମାନଙ୍କ ସହ ବୈଠକ କରିଥିଲେ ।

ଅନ୍ୟପକ୍ଷରେ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ରାଜ୍ୟସଭା ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ବାୱାନକୁଲେଙ୍କ ଉପସ୍ଥିତିରେ ବିଧାୟକମାନଙ୍କୁ ରାଜ୍ୟସଭା ନିର୍ବାଚନ ଭୋଟ ପ୍ରକ୍ରିୟା ଉପରେ ବୁଝାଯାଇଥିଲା । ସେଠାରୁ ବିଧାୟକମାନେ ମକ୍ ପୋଲ୍ ପାଇଁ ଯାଇଥିଲେ । ରାତିରେ ବିଧାୟକମାନେ ପାରାଦ୍ୱୀପ ଟ୍ରିପ୍ ରେ ଯାଇଛନ୍ତି ।

ନବୀନଙ୍କ ଘୋଡ଼ା ବେପାର ଆରୋପକୁ ବିଧାୟକ ଜୟନାରାୟଣ ମିଶ୍ର ଏବଂ ସାଂସଦ ପ୍ରତାପ ଷଡ଼ଙ୍ଗୀ କଟୁ ସମାଲୋଚନା କରିଛନ୍ତି । ନବୀନ ଘୋଡ଼ା ବେପାରରେ ମାହିର ବୋଲି ଜୟନାରାୟଣ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ଆମେ ଘୋଡ଼ା ବେପାରରେ ବିଶ୍ୱାସ କରୁନାହୁଁ । ବିବେକାନୁମୋଦିତ ଭୋଟ ମାଗିଛୁ । ସେହିଭଳି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ନବୀନ ବାବୁ ପୂର୍ବରୁ ରାଜ୍ୟସଭା ନିର୍ବାଚନ ବେଳେ ୩ ଜଣ ବିଧାୟକଙ୍କୁ ପଠାଇ ତାଙ୍କୁ ପ୍ରଲୋଭନ କରିବାକୁ ଉଦ୍ୟମ କରିଥିଲେ । ତାହା ସେ ଭୁଲିଗଲେ କେମିତି । ବିଜେପି ଘୋଡ଼ା ବେପାରରେ ବିଶ୍ୱାସ କରେ ନାହିଁ ବୋଲି ଏହି ଦୁଇ ନେତା ସଫେଇ ଦେଇଛନ୍ତି ।

Previous Post

ସଫଳତା ପାଇଁ ଅନ୍ତର୍ନିହିତ ଗୁଣକୁ ବିକଶିତ କର

Next Post

ଭୋଟ ପୂର୍ବରୁ ଖେଳ ଖତମ୍!

Next Post
ଭୋଟ ପୂର୍ବରୁ ଖେଳ ଖତମ୍!

ଭୋଟ ପୂର୍ବରୁ ଖେଳ ଖତମ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19165 shares
    Share 7666 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA