Friday, February 20, 2026 07:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁରୁଣା ପାଠର ଆଲୋଚନା କଲେ ଅମିତ ଶାହ

୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଠନର ସାନି ସ୍ୱପ୍ନ

by Our Correspondent
08 Aug, 2022- 08:34 PM
in Latest News, News, Politics
1 min read
0
ପୁରୁଣା ପାଠର ଆଲୋଚନା କଲେ ଅମିତ ଶାହ

ଭୁୁବନେଶ୍ୱର: ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କର । କଠିନ ପରିଶ୍ରମ କର । ବିଜେଡ଼ି ସଂଗଠନକୁ ଟକ୍କର ଦିଅ । ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣ । ଦୀର୍ଘ ୩ ବର୍ଷର ନିରବତା ପରେ ଓଡ଼ିଶା ବିଜେପି ନେତାଙ୍କୁ ପୁଣି ଏହି ଗୁରୁମନ୍ତ୍ର ଦେଇଛନ୍ତି ଦଳର ସର୍ବେସର୍ବା ଅମିତ ଶାହ । ୨୦୨୪ ରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବ ବୋଲି ସ୍ୱପ୍ନ ଧରାଇ ଦିଲ୍ଲୀ ଫେରିଛନ୍ତି ।

୨୦୧୪ ରୁ ୨୦୧୯ ଦୀର୍ଘ ୫ ବର୍ଷ କାଳ ଓଡ଼ିଶାକୁ ବାରମ୍ବାର ଗସ୍ତ କରି ଦଳୀୟ ନେତା ଓ କର୍ମୀଙ୍କୁ ଏହି ଗୁରୁମନ୍ତ୍ର ଦେଉଥିଲେ ଅମିତ ଶାହ । ମିଶନ ୧୨୦ ର ସ୍ୱପ୍ନ ଦେଇଥିଲେ । କର୍ମୀଙ୍କ ମନୋବଳ ବଢ଼ାଇବାକୁ ନବୀନ ପଟ୍ଟନାୟକଙ୍କୁ ପୋଡ଼ା ଟ୍ରାନସଫରମର ଆଖ୍ୟା ଦେଇଥିଲେ । ଅପାରଗ ବିଜେଡ଼ି ସରକାରକୁ ସମୁଦ୍ରରେ ଫିଙ୍ଗିଦେବାକୁ ସାଧାରଣ ଜନତାଙ୍କୁ ଆହ୍ୱାନ ଦେଇଥିଲେ । ମାତ୍ର ଅମିତ ଶାହଙ୍କ ଏହି ଭାଷଣ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେଲା । ମିଶନ ୧୨୦ର ସ୍ୱପ୍ନ ଦେଖିଥିବା ବିଜେପିକୁ ମାତ୍ର ୨୩ ଟି ବିଧାନସଭା ଆସନ ମିଳିଲା ।

ଏଥିସହ ସାଧାରଣ ନିର୍ବାଚନ ପରବର୍ତ୍ତୀ ଦୃଶ୍ୟପଟ ବି ଭିନ୍ନ ହୋଇଗଲା । କେନ୍ଦ୍ରର ମୋଦି ସରକାର ଏବଂ ଓଡ଼ିଶାର ନବୀନ ସରକାରଙ୍କ ମନପ୍ରାଣ ଏକାଠି ହୋଇଥିବା ଦେଖିବାକୁ ମିଳିଲା । ନବୀନଙ୍କ ପ୍ରତି ମୋଦି ସରକାରଙ୍କ କୋମଳ ଆଭିମୁଖ୍ୟ ଆସିଥିବା ବେଳେ ବିଜେଡି ପାଇଁ କେନ୍ଦ୍ର ଅବହେଳା ପ୍ରସଙ୍ଗ ବି ଗୌଣ ହୋଇଗଲା । ଏମିତି ହେଲା ଯେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ବିଜେଡିର ରାଜ୍ୟସଭା ଆସନଟି ନବୀନ ଛାଡ଼ିଦେବାକୁ ସଙ୍କୋଚ କରି ନ ଥିଲେ ।

ତେବେ ସେ ଯାହା ହେଉ, ଗତ ସାଧାରଣ ନିର୍ବାଚନ ପରଠାରୁ ଓଡ଼ିଶାରେ ବିଜେପିର ସାଂଗଠନିକ ଶକ୍ତିବୃଦ୍ଧି ପାଇଁ କେନ୍ଦ୍ରୀୟ ନେତୃତ୍ୱଧ୍ୟାନ ଦେଇନାହାନ୍ତି । ବରଂ ଚାରି ଚାରିଟା ଉପନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଛି । ଏପରିକି ମୁଖ୍ୟ ବିରୋଧୀ ଦଳର ସ୍ଥିତି ବି ଟଳମଳ ହୋଇଛି । କୌଣସି ଦଳୀୟ କାର୍ଯ୍ୟକ୍ରମରେ ଓଡ଼ିଶାକୁ ନା ଅମିତ ଶାହା ଆସିଥିଲେ ନା ପୂର୍ବଭଳି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୋଧରେ ହୁଙ୍କାର ଦେଇଥିଲେ । ଏପଟେ ରାଜ୍ୟ ନେତାଙ୍କ ମଧ୍ୟରେ ଅହଂ ପ୍ରତିଯୋଗିତା ଏବଂ ଗୋଡ଼ ଟଣାଟଣି ତୀବ୍ର ହୋଇଥିବାରୁ ସଂଗଠନର ଶକ୍ତି ବଢ଼ିବା ପରିବର୍ତ୍ତେ ନିମ୍ନଗାମୀ ହୋଇଯାଇଛି ।

ଇତିମଧ୍ୟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ଏବଂ ବିଜେପି-ବିଜେଡ଼ି ସମ୍ପର୍କର ପରିଭାଷା ଜନମାନସକୁ ଆଚ୍ଛାଦିତ କରିଦେଇଛି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପଛରେ ନବୀନଙ୍କ ଭୂମିକା ମଧ୍ୟ ଚର୍ଚ୍ଚାରେ ଅଛି । ଏତିକିବେଳେ ବେଳେ ଅମିତ ଶାହା ସ୍ୱଳ୍ପ ସମୟର ଓଡ଼ିଶା ଗସ୍ତରେ ଆସି ଆମେ ସରକାର ଗଠନ କରିବାକୁ ଯାଉଛୁ ବୋଲି ଦାବି କରିବା ସମସ୍ତଙ୍କୁ ଅଖାଡୁଆ ଲାଗିଛି । ଅମିତ ଶାହଙ୍କ ଏହି ମନ୍ତବ୍ୟକୁ କେହି ଗୁରୁତ୍ୱ ଦେଉଥିବା ଭଳି ମନେ ହେଉନାହିଁ ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ବିଚାରରେ ଅମିତ ଶାହ ପ୍ରଥମତଃ ଖାସ୍ ଦଳୀୟ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଆସି ନ ଥିଲେ । ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଆମନ୍ତ୍ରଣରେ ‘ପ୍ରଜାତନ୍ତ୍ର’ ଖବରକାଗଜର ବାର୍ଷିକ ଉତ୍ସବରେ ଯୋଗଦେବାକୁ ଆସିଥିଲେ । ସେଠି ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୁଣି ଏକାଠି ହୋଇଥିଲେ ।

ସେଠି କାର୍ଯ୍ୟକ୍ରମ ସାରି ଭୁବନେଶ୍ୱରରେ ମୋଦି@୨୦ ପୁସ୍ତକର ଲୋକାର୍ପଣ ଅବସରରେ ଓଡ଼ିଶାରେ ଅଚ୍ଛେ ଦିନ୍, ବିଜେପି ସରକାର ଗଠନର ସମ୍ଭାବନା କଥା କହିଥିଲେ । ତାହାପରେ ରାଜ୍ୟ ନେତୃବୃନ୍ଦଙ୍କ ବୈଠକରେ ଓଡ଼ିଶାରେ ସରକାର ଗଠନର ପୁରୁଣା ପାଠ ଆଲୋଚନା କରିଥିଲେ । ଓଡ଼ିଶାରେ ଶକ୍ତିଶାଳୀ ନବୀନ ପଟ୍ଟନାୟକଙ୍କୁ ହଟାଇ ବିଜେପି ସରକାର ଗଢ଼ିବାର ଟାକ୍ସ ଦେଇଥିଲେ । ସାଂଗଠନିକ ଶକ୍ତିବୃଦ୍ଧିର ସେହି ମୂଳମନ୍ତ୍ର ଯଥା.. ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କର । କଠିନ ପରିଶ୍ରମ କର । ବିଜେଡ଼ି ସଂଗଠନକୁ ଟକ୍କର ଦିଅ । ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣ ବୋଲି ଶୁଣାଇ ଦିଲ୍ଲୀ ଫେରିଗଲେ ।

Previous Post

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ

Next Post

ଶାହଙ୍କ ଗସ୍ତରେ ପତିଆରା ଲଢ଼େଇ

Next Post
ଶାହଙ୍କ ଗସ୍ତରେ ପତିଆରା ଲଢ଼େଇ

ଶାହଙ୍କ ଗସ୍ତରେ ପତିଆରା ଲଢ଼େଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA