ଭୁୁବନେଶ୍ୱର: ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀମତୀ ଅନୁ ଗର୍ଗ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ସେ ଏହି ଦାୟିତ୍ୱ ପାଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ ନୂଆ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି, ମୋ ପାଇଁ ଏହା ବଡ଼ ଦାୟିତ୍ୱ । ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ବଡ଼ ସୁଯୋଗ ମିଳିଛି । ରାଜ୍ୟର ପ୍ରଗତି ଆମର ମୁଖ୍ୟ ଲକ୍ଷ୍ୟ । ସ୍ୱପ୍ନର ଓଡ଼ିଶା ଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବା । ଆଗାମୀ ଦିନରେ ବହୁତ ଚାଲେଞ୍ଜ ରହିଛି, ସମାଧାନ କରିବା । ଓଡ଼ିଶା-୨୦୩୬ ଭିଜନ୍ ଡକ୍ୟୁମେଣ୍ଟକୁ ଆମେ କାର୍ଯ୍ୟକାରୀ କରିବୁ । ଇଜ୍ ଅଫ ଡୁଇଙ୍ଗ ବିଜିନେସ୍ କୁ ଗୁରୁତ୍ୱ ଦିଆଯିବ । ଯୁବା ସଶକ୍ତିକରଣ, ଟୁରିଜିମ୍ ଓ ଅନ୍ୟାନ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ ।
୧୯୯୧ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ଶ୍ରୀମତୀ ଗର୍ଗ ୨୦୨୯ ମାର୍ଚ୍ଚ ମାସରେ ଚାକିରିରୁ ଅବସର ନେବେ ।