Tuesday, February 17, 2026 11:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଣି ଚର୍ଚ୍ଚାରେ ଅମାନିଆ ଅପରାଜିତା

କୋଭିଡ୍ ନିୟମ ଭାଙ୍ଗିବା ଜିଦ୍ ରେ ଅଟଳ!

by Our Correspondent
16 Dec, 2020- 11:41 PM
in Latest News, News
1 min read
0
ପୁଣି ଚର୍ଚ୍ଚାରେ ଅମାନିଆ ଅପରାଜିତା

ଭୁବନେଶ୍ୱର: ଦଳୀୟ କର୍ମକର୍ତ୍ତାଙ୍କ ଗହଣରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର କିଛି ଫଟୋ ସୋସିଆଲ୍ ମିଡ଼ିଆରେ ବୁଲୁଛି । ଅପରାଜିତା ଷଡ଼ଙ୍ଗୀ ଫ୍ୟାନ୍ କ୍ଲବ୍ ଆକାଉଣ୍ଟରେ ପଡ଼ିଛି ଡର୍ଜନରୁ ଅଧିକ ଫଟୋ । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ନୂଆ ମଣ୍ଡଳ ସଭାପତିମାନଙ୍କୁ ସାଂସଦଙ୍କ ସମ୍ବୋଧନ ଓ ସମ୍ବର୍ଦ୍ଧନା ବେଳେ ଏସବୁ ଫଟୋ ଉଠାଯାଇଛି ।

ଏହି ସବୁ ଫଟୋରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସାମାଜିକ ଦୂରତ୍ୱ କଥା ଛାଡ଼ନ୍ତୁ, ସାଂସଦ ମ୍ୟାଡାମ୍ ଙ୍କ ସମେତ କୌଣସି କର୍ମକର୍ତ୍ତାଙ୍କ ମୁହଁରେ ମାସ୍କ ନାହିଁ । ମନେହେଉଛି, ଓଡ଼ିଶା ଛାଡ଼ି କୋଭିଡ୍ ପଳାଇଛି ଏବଂ କୋଭିଡ୍ ନିୟମ କାନୁନ୍ ହଟିଯାଇଛି ।

ସାଂସଦ ମ୍ୟାଡାମ୍ ଏବେ ଓଡ଼ିଶା ସାରା ବୁଲୁଛନ୍ତି । ତାଙ୍କର ଫ୍ୟାନ୍ ମାନେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ଉପସ୍ଥାପିତ କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି, ଅପରାଜିତା ହିଁ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଚାର କରାଯାଉଛି । ମାତ୍ର ଏଭଳି ବ୍ୟକ୍ତିତ୍ୱ ପାଖରେ ଆଇନକୁ ନ ମାନିବାର ଜିଦ୍ ଶୋଭା ପାଉନି ବୋଲି ତାଙ୍କର ଶୁଭାକାଂକ୍ଷୀମାନେ ସ୍ୱୀକାର କରିଛନ୍ତି ।

ରାଜ୍ୟରୁ କୋଭିଡ୍ ପଳାଇଯାଇନି କି କୋଭିଡ୍ କଟକଣା ସମ୍ପୂର୍ଣ୍ଣ ହଟିଯାଇନି । ସାରା ରାଜ୍ୟର ସହରଠାରୁ ଗାଁ ଗହଳି ପର୍ଯ୍ୟନ୍ତ ଲୋକମାନଙ୍କ ମୁହଁରୁ ମାସ୍କ ଖସିନାହିଁ । ମାସ୍କ ପିନ୍ଧିବାରେ ଜନସାଧାରଣ ଏକପ୍ରକାର ଅଭ୍ୟସ୍ତ ହୋଇଗଲେଣି । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଏବଂ ହାତକୁ ସଫା ରଖିବା ଭଳି କୋଭିଡ୍ ର ମୌଳିକ ନିୟମକୁ ସେମାନେ ପାଳନ କରୁଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ଆଜି ମଧ୍ୟ ଜନସାଧାରଣ ନିୟମ ପାଳିବାକୁ ଅନୁରୋଧ କରି ଆସୁଛନ୍ତି । କିଛି ଅଶିକ୍ଷିତ ଓ ଅମାନିଆଙ୍କୁ ଛାଡ଼ିଦେଲେ ପ୍ରାୟ ଲୋକ ଏହାକୁ ପାଳନ କରି କରି ଅଭ୍ୟାସରେ ପଡ଼ିଗଲେଣି ।

ମାତ୍ର ପୂର୍ବତନ ବ୍ୟୁରୋକ୍ରାଟ୍ ତଥା ଭୁବନେଶ୍ୱର ସାଂସଦ କୋଭିଡ୍ ନିୟମ ପାଳିବାକୁ ପ୍ରଥମରୁ ହେଜି ନାହାନ୍ତି । କୋଭିଡ୍ ସଂକ୍ରମଣ ପିକ୍ ରେ ଥିଲା ବେଳେ ବି ମ୍ୟାଡାମ୍ କୋଭିଡ୍ ନିୟମର ଧଜ୍ଜିଆ ଉଡାଇଛନ୍ତି । ଦୁଇମାସ ତଳେ ନିଜର ବାର୍ଥଡେ ସେଲିବ୍ରେସନ୍ ରେ ନାଚଗୀତ କରିବାରୁ ବିଏମସି ତାଙ୍କର ଅଫିସ୍ ରେ ତାଲା ପକାଇ ଦେଇଥିଲା । ସାଂସଦ ସେଥିପାଇଁ ସାମାନ୍ୟତମ ଅନୁଶୋଚନା କଲେ ନାହିଁ । ବରଂ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଚାଲେଂଜ କଲେ । ପୂର୍ବରୁ ବାରମ୍ବାର କୋଭିଡ୍ ନିୟମ ଭାଙ୍ଗିବା ଯୋଗୁଁ ବିଏମସି ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦିଆଯାଇଥିଲା । କୋଭିଡ୍ ନିୟମ ଭାଙ୍ଗିଥିବା ସାଂସଦ ଫାଇନ୍ ଦେଇ ଲଜ୍ଜିତ ହେବା ବଦଳରେ ନିଜକୁ ସଗର୍ବେ ପ୍ରଚାର କଲେ । ଅମୁକ ଆଇନ ଭାଙ୍ଗୁଛନ୍ତି ସମୁକ ଆଇନ ଭାଙ୍ଗୁଛନ୍ତି, କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ କରି କହି ନିଜକୁ ସବୁବେଳେ ବଡ଼ ଦେଖାଇବାକୁ ଚାହୁଁଛନ୍ତି ମ୍ୟାଡାମ୍ ।

ସାଂସଦ ଅପରାଜିତାଙ୍କର ଏହି ଅହଂକାରକୁ ତାଙ୍କ ଦଳର ଅଧିକାଂଶ ନେତା ମଧ୍ୟ ପସନ୍ଦ କରୁନାହାନ୍ତି । କୋଭିଡ୍ ନିୟମ ମାନି ମୁହଁରେ ମାସ୍କ ପିନ୍ଧିଦେଲେ ସାଂସଦ ଛୋଟ ହୋଇଯିବେନି ବରଂ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ସହ ଶୃଙ୍ଖଳାର ପରିଚୟ ଦେଇ ନିଜର ବ୍ୟକ୍ତିତ୍ୱକୁ ଆହୁରି ଉଚ୍ଚା କରିପାରିବେ ବୋଲି ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି । ବିଭିନ୍ନ ଆଳ ରଖି ନିଜେ ଆଇନ ଭାଙ୍ଗିବା ଜଣେ ଲୋକ ପ୍ରତିନିଧିଙ୍କଠାରେ ଶୋଭାପାଏନି ବୋଲି ଅନେକ ତାତ୍ସଲ୍ୟ କରିଛନ୍ତି ।

Previous Post

ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ

Next Post

National Webinar on Self-Reliant India: Agriculture and Beyond

Next Post
National Webinar on Self-Reliant India: Agriculture and Beyond

National Webinar on Self-Reliant India: Agriculture and Beyond

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA