Monday, March 30, 2026 03:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା

ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହ ପାଇଁ ମିଳିବ ୧.୨୦ ଲକ୍ଷ ଟଙ୍କା ସହାୟତା

by Our Correspondent
24 Sep, 2024- 11:08 PM
in Latest News, News
1 min read
0
ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା

ଭୁବନେଶ୍ୱର: ଚଳିତ ସେପ୍ଟେମ୍ବର ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଳିତ ମାସ ୧୮ ତାରିଖରେ ବାଲେଶ୍ୱର ଗସ୍ତ କରି କ୍ଷତିଗ୍ରସ୍ତ ମାନଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ପାଇଁ ସହାୟତା ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ

ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ତୁରନ୍ତ ମରାମତି ନିମନ୍ତେ ୧,୨୦,୦୦୦ ଟଙ୍କା, ଆଂଶିକ ଭାବେ କ୍ଷତିଗ୍ରସ୍ତ ପକ୍କା ବାସଗୃହର ମରାମତି ନିମନ୍ତେ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଗୃହ ପାଇଁ ୪୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮୦୦୦ ଟଙ୍କା ଓ ଭାଙ୍ଗିଯାଇଥିବା ଗୁହାଳ ଘର ପାଇଁ ୩୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।

ପରିବାରଙ୍କର ବାସଗୃହ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲେ କିମ୍ବା ୨ ଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫୦୦ ଟଙ୍କା ଓ ବାସନ କୁସନ ପାଇଁ ୨୫୦୦ ଟଙ୍କା ଆର୍ଥିକ ସହାୟତାରାଶି ଯୋଗାଇ ଦିଆଯିବ ।

କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ଫସଲ/ଉଦ୍ୟାନ କୃଷି କ୍ଷୟକ୍ଷତିର ଭରଣା ନିମନ୍ତେ ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କା ଓ ସମସ୍ତ ପ୍ରକାର ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ଆର୍ଥିକ ସହାୟତାରାଶି ପ୍ରଦାନ କରାଯିବ । ଏହି ସହାୟତା ସର୍ବାଧିକ ୨ ହେକ୍ଟର ପାଇଁ ଯୋଗାଇଦିଆଯିବ ।

ସେହିଭଳି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାଲିଚର ସହାୟତା ( ଯଦି ୩ ଇଞ୍ଚରୁ ଉର୍ଦ୍ଧ ବାଲିଚର ହୋଇଥାଏ) ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ମାଛଚାଷ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ଯଦି ଚାଷ ଜମିର ଅନେକାଂଶ ଭୂସ୍ଖଳନ ଯୋଗୁଁ, ନଦୀର ଗତିପଥ ପରିବର୍ତ୍ତନ ଯୋଗୁଁ କ୍ଷୟ ହୋଇଥାଏ ତେବେ ହେକ୍ଟର ପିଛା ୪୭,୦୦୦ ଟଙ୍କା । ଏଥିପାଇଁ ଚାଷୀ ପିଛା ସର୍ବନିମ୍ନ ୫୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ମତ୍ସ୍ୟଜୀବି ମାନଙ୍କ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬,୦୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩୦୦୦ ଟଙ୍କା, ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫,୦୦୦ ଟଙ୍କା, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪,୦୦୦ ଟଙ୍କା ଓ ମତ୍ସ୍ୟ ଯାଆଁଳ ଚାଷ (Fish seed farm) ର କ୍ଷତି ପାଇଁ ହେକ୍ଟର ପିଛା – ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।

ମୃତ ଗୃହପାଳିତ ପଶୁମାନଙ୍କ ପାଇଁ ଦୁଧିଆଳୀ ପଶୁ ଯଥା ମଇଁଷି, ଗାଈ ପିଛା ୩୭,୫୦୦ ଟଙ୍କା, ଛେଳି ବା ମେଣ୍ଢା ପିଛା ୪୦୦୦ ଟଙ୍କା, ଭାରବାହୀ ପଶୁ ଯଥା ବଳଦ, ମଇଁଷି, ଘୋଡ଼ା ପିଛା ୩୨,୦୦୦ ଟଙ୍କା, ବାଛୁରୀ, ଗଧ ଏବଂ ଖଚର ପିଛା ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହି ସହାୟତା ରାଶି ଗୋଟିଏ ପରିବାରର ୩ଟି ବଡ଼ ଦୁଗ୍ଧ ପ୍ରଦାନକାରୀ ପଶୁ ବା ୩୦ଟି ଛୋଟ ଦୁଗ୍ଧ ପ୍ରଦାନକାରୀ ପଶୁ କିମ୍ବା ୩ଟି ବୃହତ ଭାରବାହୀ ପଶୁ ବା ୬ଟି ଛୋଟ ଭାରବାହୀ ପଶୁଙ୍କ ପର୍ଯ୍ୟନ୍ତ ସୀମିତ ରହିବ ।

ହସ୍ତଶିଳ୍ପ, ହସ୍ତତନ୍ତ କାରିଗରମାନଙ୍କୁ ଯନ୍ତ୍ରାଂଶ ନଷ୍ଟ ବା ପ୍ରତିସ୍ଥାପନ ପାଇଁ ଗ୍ରାମୀଣ କାରୀଗର ପିଛା ୫୦୦୦ ଟଙ୍କା ଓ ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ ଗ୍ରାମୀଣ କାରୀଗର ପିଛା ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ସର୍ବସାଧାରଣ ସମ୍ପତ୍ତି ଯଥା- ରାସ୍ତାଘାଟ, ପୋଲ, ବିଦ୍ୟାଳୟ, ପ୍ରାଥମିକ/ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, 11 KV LT Line, ପାନୀୟଜଳ ଯୋଗାଣ ବ୍ୟବସ୍ଥା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ମହିଳା ମଣ୍ଡଳ, ଯୁବ କେନ୍ଦ୍ର, ପଞ୍ଚାୟତ ଘର ଓ ଅଙ୍ଗନବାଡି ଗୃହ ଆଦିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ସଂପୃକ୍ତ ବିଭାଗମାନଙ୍କଠାରୁ ସବିଶେଷ କ୍ଷୟକ୍ଷତିର ତଥ୍ୟ ହସ୍ତଗତ ହେଲାପରେ ଆର୍ଥିକ ସହାୟତା ଉକ୍ତ ବିଭାଗମାନଙ୍କୁ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ ଯେ ବନ୍ୟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିପନ୍ନଙ୍କ ତ୍ୱରିତ ଉଦ୍ଧାର କାର୍ଯ୍ୟ ନିମନ୍ତେ ୮ ଟି ଅଗ୍ନିଶମ ବାହିନୀ, ୩ ଟି ODRAF ଟିମ୍ ଓ ଗୋଟିଏ NDRF ଟିମ୍ ନିୟୋଜିତ କରାଯାଇଥିଲା ।

ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଲୋକମାନଙ୍କୁ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଭାବିତ ଲୋକଙ୍କୁ ଜଳ ଜନିତ ରୋଗରୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ସେବା ଟିମ୍ ଗଠନ କରାଯାଇଥିଲା ।

Previous Post

କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ

Next Post

ନବୀନଙ୍କ ୨୪ ବର୍ଷ ଶାସନର ରିପୋର୍ଟ କାର୍ଡ ଦେଖାଇଲା ବିଜେଡି

Next Post
ନବୀନଙ୍କ ୨୪ ବର୍ଷ ଶାସନର ରିପୋର୍ଟ କାର୍ଡ ଦେଖାଇଲା ବିଜେଡି

ନବୀନଙ୍କ ୨୪ ବର୍ଷ ଶାସନର ରିପୋର୍ଟ କାର୍ଡ ଦେଖାଇଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA