ଭୁବନେଶ୍ୱର: ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀର ନବେରୁ ଉର୍ଦ୍ଧ ସରପଞ୍ଚ, ଓ ପଂଚାୟତ ପ୍ରତିନିଧି ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷ ଓ ଜ଼ିଲ୍ଲା ପରିଷଦ ସଭ୍ୟ ମାନେ ମଧ୍ୟ ସାମିଲ ଥିଲେ।
ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା କଲ୍ୟାଣ କାର୍ଯ୍ୟକ୍ରମ ର ସୁଫଳ ଲୋକଙ୍କ ପାଖରେ ଠିକ ଭାବରେ ପହଁଚୁଛି କି ନାହିଁ ତା ଉପରେ ଦୃଷ୍ଟି ରଖିବା ପାଇଁ ଶ୍ରୀ ପଟନାୟକ ପରାମର୍ଶ ଦେଇଥିଲେ। ଏହା ସହିତ ଦଳ ର ସାଂଗଠନିକ ଶକ୍ତି ବୃଦ୍ଧି କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ।
ଏହି ସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବାର ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ।








