Sunday, February 22, 2026 04:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାସ୍ କଲା କ୍ରାଇମବ୍ରାଞ୍ଚ

ଖୋଲିଗଲା ବୈଜୟନ୍ତ, ଜାଗୀଙ୍କ ଗୁମର; ବିଭୁ ରଥଙ୍କୁ ୩ ଘଣ୍ଟା ଜେରା

by Our Correspondent
05 Nov, 2020- 11:03 PM
in Crime, Latest News, News
1 min read
0
ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାସ୍ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର ନିର୍ଦ୍ଦେଶକ ତଥା ବୈଜୟନ୍ତ ପଣ୍ଡାଙ୍କ ଡାହାଣ ହାତ ମନୋରଞ୍ଜନ ଷଡ଼ଙ୍ଗୀ ଏବେ ଝାରପଡ଼ା ଜେଲ୍ ରେ । କମ୍ପାନୀ ଏଜେଣ୍ଟ ଶିବ ପ୍ରସାଦ ହରିଚନ୍ଦନ ବି ଜେଲ୍ ଯାଇଛନ୍ତି । କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ଥିବା ବିଭୁ ପ୍ରସାଦ ରଥଙ୍କୁ ଆଜି କ୍ରାଇବ୍ରାଞ୍ଚ ପୁଲିସ ୩ ଘଣ୍ଟା ଧରି ଜେରା କରିଛି । ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଭଳି ତାଙ୍କର ଅବସ୍ଥା ହେବ କି ନାଁ ଆଗକୁ ଜଣାପଡ଼ିବ ।

ଏପଟେ ସାରୁଅରେ ଦଳିତଙ୍କ ଜମି ହାତେଇବା ପାଇଁ ପଣ୍ଡା କମ୍ପାନୀର ଯାବତୀୟ କାରନାମାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା । ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସବିଶେଷ ତଥ୍ୟ ରଖିଛନ୍ତି । ଏଥିସହ କେଳେଙ୍କାରୀର ମୁଖ୍ୟ ଖଳନାୟକ ଭାବେ କମ୍ପାନୀର ପ୍ରମୋଟର ବୈଜୟନ୍ତ ପଣ୍ଡା ଓ ଜାଗୀ ପଣ୍ଡାଙ୍କ ମୁଖା ଖୋଲିଯାଇଛି ।

ଇଓଡବ୍ଲୁ ତଦନ୍ତରୁ ଜଣାପଡ଼ିଛି ଯେ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ପ୍ରମୁଖ ଅଂଶୀଦାର ଥିବା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ଦଳିତଙ୍କ ଜମିକୁ ବେଆଇନ ଉପାୟରେ ହାତେଇଛନ୍ତି । ଫ୍ରଡ୍, ଚିଟିଂ ଏବଂ ଧମକକୁ ହତିଆର କରାଯାଇଛି । ଓଡ଼ିଶା ଲ୍ୟାଣ୍ଡ ରିଫର୍ମସ୍ ଆକ୍ଟ(ଓଏଲଆର)ର ନିୟମାବଳୀକୁ ଶ୍ରାଦ୍ଧ ଚଢ଼େଇ ଗରିବ ଅନୁସୂଚିତ ବର୍ଗର ଲୋକଙ୍କଠାରୁ ପଣ୍ଡା କମ୍ପାନୀ ସିଧାସଳଖ ଜମି ନେଇଛି । ସଂସ୍ଥାର ନିର୍ଦ୍ଦେଶକ ବିଭୁ ରଥଙ୍କ ଡ୍ରାଇଭର ରବି ସେଠୀଙ୍କୁ ଏଥିରେ କେବଳ ମୋହରା କରାଯାଇଛି ।

ଏଡିଜି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ୨୦୧୦ ରୁ ୨୦୧୩ ମସିହା ମଧ୍ୟରେ ୭.୨୯୪ ଏକରର ଦଳିତଙ୍କ ଜମି ରବି ସେଠୀଙ୍କ ନାଁରେ ରେଜିଷ୍ଟ୍ରି ହୋଇଛି । ଯାହାକି ତାଙ୍କର ସମ୍ପୂର୍ଣ୍ଣ ଅଗୋଚରରେ । ପ୍ରାୟ ୨୦ ଲକ୍ଷ ଟଙ୍କାରେ ଏହା କିଣାଯାଇଥିଲା । ରବି ସେଠୀଙ୍କ ଇଚ୍ଛା ବିରୋଧରେ ଦଲିଲରେ କେବଳ ତାଙ୍କର ଦସ୍ତଖତ ନିଆଯାଇଥିଲା । ଦସ୍ତଖତ ନ କଲେ ଚାକିରି ନେଇଯିବାର ଧମକ ଦିଆଯାଇଥିଲା ।

ପରବର୍ତ୍ତୀ ସମୟରେ ୨୦୧୬ ଏବଂ ୨୦୧୯ ରେ ଉକ୍ତ ୭.୨୯୪ ଏକର ଜମି ରବି ସେଠୀଙ୍କଠାରୁ ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀ କିଣିନେଇଥିଲା । ସେଲ୍ ଡିଡ୍ ରେ କନସିଡେରେସନ୍ ଆମାଉଣ୍ଟ ୬୫ ଲକ୍ଷ ଦର୍ଶାଯାଇଥିଲା । ଆଶ୍ଚର୍ଯ୍ୟର କଥା, ରବି ସେଠୀ କିନ୍ତୁ ଟଙ୍କାଟିଏ ପାଇ ନ ଥିଲେ । ଆହୁରି ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ୨୦୧୦ ରୁ ଉକ୍ତ ଜମି ରବି ସେଠୀଙ୍କ ନାଁରେ କିଣାଯାଇଥିଲେ ମଧ୍ୟ ସେ କେବେ ଦଖଲରେ ନ ଥିଲେ ।

ଖାଲି ସେତିକି କୁହେଁ, ଜମି କିଣାରେ ବ୍ୟାପକ ଜାଲିଆତି ଏବଂ ବେନାମୀ ଅର୍ଥ କାରବାର ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଏହି ବେନାମୀ ଅର୍ଥ କାରବାରର ତଦନ୍ତ ଆୟକର ବିଭାଗ ଦ୍ୱାରା କରାଯିବ ବୋଲି ଏଡିଜି କହିଛନ୍ତି ।

ଏସବୁ କେଳେଙ୍କାରୀର ମୁଖ୍ୟ କାର୍ପଟଦାର ବୈଜୟନ୍ତ ଓ ଜାଗୀ ପଣ୍ଡା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଯାଇଛି । କାରଣ ପଣ୍ଡା ଦମ୍ପତ୍ତିଙ୍କର ସେଥିରେ ପ୍ରମୁଖ ଅଂଶଧନ ରହିଛି । ବୈଜୟନ୍ତଙ୍କର ୩୫ ଲକ୍ଷ ୯୦ ହଜାର ସେୟାର୍ ଥିବା ବେଳେ ଜାଗୀଙ୍କର ରହିଛି ୧ ଲକ୍ଷ ୨୫ ହଜାର ୪୧୮ ସେୟାର । ତେଣୁ କମ୍ପାନୀ ମାଲିକ ଭାବେ ସେମାନେ ମାମଲାରୁ ଖସି ପାରିବେ ନାହିଁ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଥାଉକି, ନିର୍ମାଣ ଓ ରିଅଲ୍ ଇଷ୍ଟେଟ୍ କାରବାରରେ ସଂପୃକ୍ତ ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀ ସାରୁଅରେ ଓଟିଭି ତରଙ୍ଗ ଫିଲ୍ମସିଟି ପ୍ରୋଜେକ୍ଟ ଦାୟିତ୍ୱ ନେଇଛି । ୨୦୧୦ ରେ ଜାଗୀ ପଣ୍ଡା ଏହାର ନିର୍ଦ୍ଦେଶକ ପଦ ଛାଡ଼ିବା ପରେ ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ବିଭୁ ରଥ ନିର୍ଦ୍ଦେଶକ ରହିଥିଲେ । ବୈଜୟନ୍ତ ଓ ଜାଗୀଙ୍କର ଏମାନେ ଡାହାଣ ଓ ବାମ ହାତ ଭଳି କାର୍ଯ୍ୟ କରୁଥିଲେ । ବିଭୁ ରଥ ଏବେ ନିର୍ଦ୍ଦେଶକ ନାହାନ୍ତି ଏବଂ ବର୍ଷେ ତଳେ ପଣ୍ଡା କମ୍ପାନୀ ଛାଡ଼ି ଦେଇଛନ୍ତି ।

Previous Post

କରୋନାରେ ଚାଲିଗଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

Next Post

କନ୍ଧମାଳରେ ବେକାର, ପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ଅଭିଯାନ

Next Post
କନ୍ଧମାଳରେ ବେକାର, ପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ଅଭିଯାନ

କନ୍ଧମାଳରେ ବେକାର, ପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ଅଭିଯାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA