ନୂଆଦିଲ୍ଲୀ/ଭୁବନେଶ୍ୱର: ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି । ଏଆଇସିସି ଅନ୍ତରୀଣ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ତାଙ୍କ ନାଁ ଉପରେ ମୋହର ମାରିଛନ୍ତି । ଏଆଇସିସିସ ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ ଏବଂ ହରିଆନାରେ ମଧ୍ୟ ନୂଆ ମହିଳା କଂଗ୍ରେସ ସଭାନେତ୍ରୀ ନିଯୁକ୍ତି ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ସୁଶ୍ରୀ ମାରିନା କେଙ୍ଗଲାଙ୍ଗ ଏବଂ ହରିଆନାରେ ଶ୍ରୀମତୀ ସୁଧା ଭରଦ୍ୱାଜ ନିଯୁକ୍ତି ପାଇଛନ୍ତି ।