Wednesday, November 5, 2025 05:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଜାଗା ହଡ଼ପ: ରାଜ୍ୟପାଳଙ୍କୁ ବି ଖାତିର କଲେନି !

ବିଲଡରଙ୍କ ସୁରକ୍ଷା ପାଇଁ ବିଡିଏରେ ପ୍ରାଣମୂର୍ଚ୍ଛା ଉଦ୍ୟମ

by Our Correspondent
03 Sep, 2024- 06:52 PM
in Crime, Latest News, News
1 min read
0
ଜାଗା ହଡ଼ପ: ରାଜ୍ୟପାଳଙ୍କୁ ବି ଖାତିର କଲେନି !

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଜଣେ ଅଣଓଡ଼ିଆ ବୃଦ୍ଧଙ୍କର ମୂଲ୍ୟବାନ ପ୍ଲଟ୍ ହଡ଼ପ ଅଭିଯୋଗ ଉପରେ ବିଡିଏ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ମାଗିଥିଲେ ରାଜ୍ୟପାଳ ରଘୁବର ଦାସ । ବିଡିଏ ପକ୍ଷରୁ ଏଥିପାଇଁ ତତ୍ପରତା ପ୍ରକାଶ ପାଇଥିଲା । ତଳ ଆଡୁ ତଦନ୍ତ ରିପୋର୍ଟ ପ୍ରସ୍ତୁତ ହୋଇ ଫାଇଲ୍ ଉପରକୁ ଗଲା । ମାତ୍ର ତାହା ସଚିବଙ୍କ ଟେବୁଲ୍ ରେ ଅଟକି ଯାଇଛି । ଉପାଧ୍ୟକ୍ଷଙ୍କ ପାଖକୁ ଫାଇଲ୍ ଯାଇପାରୁ ନାହିଁ । ରାଜ୍ୟପାଳଙ୍କୁ ରିପୋର୍ଟ ପଠାଇବାର ଥିଲେ ମଧ୍ୟ ବିଡିଏ ବାବୁ/ବାବୁଆଣୀମାନଙ୍କର ଖାତିର ନାହିଁ । ରିପୋର୍ଟକୁ ଚାପି ଦେବା ପାଇଁ କୁଆଡ଼େ ମାଫିଆ ଗୋଷ୍ଠୀ ଓଲଟି ବଳ କଷିବାରେ ଲାଗିପଡ଼ିଛନ୍ତି । ଏପରିକି ଅଳ୍ପଦିନ ତଳେ ଦାୟିତ୍ୱ ନେଇଥିବା ନୂଆ ଉପାଧ୍ୟକ୍ଷଙ୍କୁ କରାୟତ୍ତ କରିବା ପାଇଁ ଏହି ଗୋଷ୍ଠୀ ଫାସ ତିଆରି କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଆପଣଙ୍କୁ ମନେ ପକାଇଦେଉଛୁ କି ପଶ୍ଚିମବଙ୍ଗ ଇଷ୍ଟ ମେଦିନାପୁର ଜିଲ୍ଲା ଜୁଖିଆ ବଜାରର ବାସିନ୍ଦା ତଥା ଅବସରପ୍ରାପ୍ତ ଡାକ ଅଧିକାରୀ ଅନୀଲ ଚନ୍ଦ୍ର ଜାନା(୮୩)ଙ୍କର ଭୁବନେଶ୍ୱରରେ ଥିବା ଏକ ମୂଲ୍ୟବାନ ପ୍ଲଟ୍ କୁ ଜନୈକ ବିଲଡର ହଡ଼ପ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ‘ମିଡଡେ ଓଡ଼ିଶା’ରେ ଏହି ଖବର ପ୍ରକାଶ ପାଇବା ପରେ ବିଡିଏରେ ଘଣ୍ଟାଚକଟା ଆରମ୍ଭ ହୋଇଥିଲା । ଖୋଦ୍ ରାଜ୍ୟପାଳ ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ବିଡିଏ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ତଲବ କରିଥିଲେ । ରାଜଭବନରୁ ଏ ନେଇ ପତ୍ର ସଂଖ୍ୟା ୬୧୦୫/ତାରିଖ ୫.୭.୨୦୨୪ରେ ବିଡିଏକୁ ଚିଠି ଆସିଥିଲା ।

ଅଭିଯୋଗକୁ ବିଡିଏର କିଛି ଅଧିକାରୀ ପ୍ରଥମେ ବାଏଁ ବାଏଁ ଉଡ଼ାଇ ଦେବାକୁ ଚେଷ୍ଟା କରିଥିଲେ । ଯାହାଙ୍କ ବିରୋଧରେ ଅଭିଯୋଗ ତାଙ୍କ ପଛରେ ନ ପଡ଼ି ଅଭିଯୋଗକାରୀ ଶ୍ରୀ ଜାନାଙ୍କୁ ବଦନାମ କରିବାକୁ ଲାଗିପଡ଼ିଥିଲେ । ତେବେ ଖବର ପ୍ରକାଶ ଏବଂ ରାଜ୍ୟପାଳଙ୍କ ରିପୋର୍ଟ ତଲବ ପରେ ବିଡିଏ ତତ୍ପରତା ପ୍ରକାଶ କରି ଅତି ଗୋପନ ଭାବେ ଏହାର ତଦନ୍ତ କରିଥିଲା । ଅଭିଯୋଗ ସମ୍ପୂର୍ଣ୍ଣ ଠିକ୍ ବୋଲି ତଦନ୍ତରୁ ଜଣାପଡ଼ିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମାତ୍ର ଦୀର୍ଘ ଦିନ ଧରି ତାହା ସଚିବଙ୍କ ଟେବୁଲ୍ ରେ ପଡ଼ିରହିଛି । ଫାଇଲ୍ ଉପରକୁ ନ ଯିବାର ରହସ୍ୟ ଜଳ ଜଳ ଦିଶୁଛି ।

ଶ୍ରୀ ଜାନାଙ୍କ ଅଭିଯୋଗ ହେଉଛି, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିଟ୍ ସେଣ୍ଟରରେ ୬୪୫୬ ବର୍ଗଫୁଟ ପରିମିତ ଜାଗା ବିଶିଷ୍ଟ ତାଙ୍କର ପ୍ଲଟ୍ (ନଂ ୧୩୬)ରେ ସେ ନିର୍ମାଣ କରିଥିଲେ S+3 ବିଲଡିଂ । ମାତ୍ର ତା’ର ମାଲିକାନା ରାତାରାତି ବଦଳିଯାଇଛି । ତାଙ୍କ ଅଜାଣତରେ ତାଙ୍କର ଦସ୍ତଖତ ନିଆଯାଇ ଷ୍ଟଲୱର୍ଟ ସଂସ୍ଥାର ମାଲିକ ଶରତ କୁମାର ସାହୁଙ୍କ ନାଁକୁ ପ୍ରଥମେ ସମ୍ପତ୍ତିର ପାୱାର ଅଫ୍ ଆଟର୍ଣ୍ଣି ହସ୍ତାନ୍ତର ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ଝିଅ ନାଁରେ ସେହି ସମ୍ପତ୍ତି ଖରିଦ୍ ହୋଇଛି ।

ଆନୁମାନିକ ୫୦ କୋଟି ମୂଲ୍ୟର ଏହି ଜାଗା ହରାଇଥିବା ବୃଦ୍ଧଜଣଙ୍କ ନିଜର ସମ୍ପତ୍ତି ଫେରିପାଇବା ପାଇଁ ବିଡିଏ ଉପାଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭିଜିଲାନସ୍ ନିର୍ଦ୍ଦେଶକ ଏବଂ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ମାମଲାଟି ବିଡିଏ କର୍ତ୍ତୃପକ୍ଷଙ୍କ ନିଦ ହଜାଇବାର ବଡ଼ କାରଣ ହେଉଛି- ବିଡିଏର ତତ୍କାଳୀନ ସଚିବ କବୀନ୍ଦ୍ର ସାହୁଙ୍କୁ କିଙ୍ଗ-ପିନ୍ ଏବଂ ଜମି ହଡପ ରାକେଟ୍ ର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ଏବଂ ଜମି ମାଲିକଙ୍କ ଅଜାଣତରେ ଏହି କାରସାଦି ହୋଇଛି ବୋଲି ଶ୍ରୀ ଜାନା ଅଭିଯୋଗ କରିଥିବାରୁ ବିଡିଏ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଇତିମଧ୍ୟରେ ସଂପୃକ୍ତ ସଚିବ ବଦଳି ହୋଇସାରିଥିଲେ ମଧ୍ୟ ବିଡିଏର ଆଉ କିଛି କର୍ମଚାରୀ ଏହି କାରସାଦିରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଥିବାରୁ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ିଛି ।

Previous Post

Celebrate Teachers’ Day: 4 Thoughtful Green Gifts for Your Mentors

Next Post

New Pegasus Store in Bhubaneswar

Next Post
New Pegasus Store in Bhubaneswar

New Pegasus Store in Bhubaneswar

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19118 shares
    Share 7647 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5803 shares
    Share 2321 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA