Sunday, February 22, 2026 04:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାଂସଦ ମ୍ୟାଡାମ୍ ଙ୍କ ନିଦ ଭାଙ୍ଗିଲା

ଅଳିଆ ଘେରରେ ଭୁବନେଶ୍ୱର

by Our Correspondent
28 Aug, 2022- 09:28 PM
in Latest News, News
1 min read
0
ସାଂସଦ ମ୍ୟାଡାମ୍ ଙ୍କ ନିଦ ଭାଙ୍ଗିଲା

ଭୁୁବନେଶ୍ୱର: ଆଜିକୁ ୨୧ ଦିନ ହେଲା ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଅଳିଆ ଯାଇପାରୁନି । ରାଜଧାନୀ ସହର ସାରା ବିଭିନ୍ନ ୱାର୍ଡରେ କୁଢ଼ କୁଢ଼ ଅଳିଆ ଗଦା । ଗନ୍ଧରେ ଫାଟି ପଡୁଛି ସହରର ରାସ୍ତାଘାଟ, କଲୋନୀ । ନାକରେ ରୁମାଲ୍ ଦେଇ ବାଟ ଚାଲିବାକୁ ପଡୁଛି । ସମସ୍ୟାର ସମାଧାନ ବାହାର କରିବାରେ ବିଏମସି ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମେୟର, କମିସନରଙ୍କ ବୁଦ୍ଧି ହଜିଯାଇଛି ।

ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥାର ଏହି ଭୟଙ୍କର ସଙ୍କଟ ବେଳେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ନିରବତାକୁ ସବୁଆଡୁ ସମାଲୋଚନା ହୋଇଥିଲା । ସହରର ତିନି ବିଧାୟକଙ୍କ ସହ ସାଂସଦଙ୍କ ରହସ୍ୟମୟ ନିରବତା ନେଇ ପ୍ରଶ୍ନ ଉଠିଥିଲା । ଶୁକ୍ରବାର ଦିନ ବିଏମସି ଅଫିସ୍ ଆଗରେ ଜିଲ୍ଲା ବିଜେପି ପକ୍ଷରୁ ସମସ୍ୟାର ସମାଧାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଖିବାକୁ ମିଳିଲା ନାହିଁ । ତେବେ ସଙ୍କଟର ୨୦ ଦିନ ପରେ ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ସାଂସଦ ମ୍ୟାଡାମ୍ । କିନ୍ତୁ ସମସ୍ୟା ସମାଧାନର କଥା କିଛି କହିନାହାନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ରାଜନୀତି ବୟାନବାଜି ବେଶୀ କରିଛନ୍ତି । ମେୟରଙ୍କୁ ଚିଠି ଲେଖି ମହଲତ ବି ଦେଇଛନ୍ତି ।

ମେୟର ସୁଲୋଚନା ଦାସଙ୍କୁ ଚିଠିରେ ଲେଖିଛନ୍ତି, ୧୫ ଦିନ ବିତିଗଲାଣି ମାତ୍ର ଭୁବନେଶ୍ୱର ସ୍ୱଚ୍ଛତାରେ କୌଣସି ଉନ୍ନତି ହୋଇନାହିଁ । ମହାନଗରର ସବୁଆଡ଼େ ଗଦା ଗଦା ଅଳିଆ ପଡ଼ିଛି । ସେଥିଯୋଗୁଁ ଲୋକମାନେ ଅସୁବିଧାରେ ଅଛନ୍ତି । ଆସନ୍ତା ୩/୪ ଦିନରେ ସମସ୍ୟାର ସମାଧାନ ହେବା ଆଶା କରୁଛି । ସମସ୍ୟା ସମାଧାନ ନହେଲେ ସେପ୍ଟେମ୍ବର ୨ ରେ ଆପଣଙ୍କୁ ଭେଟିବି । ଏହି ଚିଠିରେ ସହଯୋଗଠାରୁ ଆକ୍ଷେପ ଏବଂ ଅହଂକାର ଅଧିକ ରହିଥିବା ବାରି ହୋଇଯାଉଛି ।

ରୋଚକ କଥା ହେଉଛି, ଭୁବନେଶ୍ୱରର ଏତେବଡ଼ ସମସ୍ୟାକୁ ଜିଲ୍ଲା ବିଜେପି ପ୍ରସଙ୍ଗ କରି ଆନ୍ଦୋଳନ ଆରମ୍ଭ କରିଥିଲେ ମଧ୍ୟ ସାଂସଦ ଚିରାଚରିତ ଢ଼ଙ୍ଗରେ ଦଳୀୟ ଫୋରମ୍ କୁ ପସନ୍ଦ କରିନାହାନ୍ତି । ବିଜେପି ଆନ୍ଦୋଳନର ଦିନକ ପରେ ଆଜି ନିଜ ଅଫିସ୍ କୁ କିଛି ଟିଭି ଚ୍ୟାନେଲ୍ ସାମ୍ବାଦିକଙ୍କୁ ଡାକି ୱାନ୍ ଟୁ ୱାନ୍ ସାକ୍ଷାତକାର ଦେଇଛନ୍ତି । ସେଥିରେ ଭୁବନେଶ୍ୱର ପରିମଳ ସମସ୍ୟା ସମାଧାନଠାରୁ ନିଜର ଆତ୍ମବଢ଼ିମା ଏବଂ ପ୍ରଚାରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏମିତିକି ମେୟର, କମିସନରଙ୍କୁ ଫିଲ୍ଡ ସୁପରିଭିଜନ୍ ଟିପ୍ସ ଦେଇଛନ୍ତି । ଭୁବନେଶ୍ୱରରୁ ଏତେ ଦିନ ଅଳିଆ ଉଠି ନ ପାରି ସହରରେ ପୁତିଗନ୍ଧମୟ ଅବସ୍ଥା ସୃଷ୍ଟି ହୋଇଥିଲା ବେଳେ ସେ କାହିଁକି ଚୁପ୍ ବସିଥିଲେ ବୋଲି ଏକ ପ୍ରଶ୍ନକୁ ସାଂସଦ ଚତୁରତାର ସହ ଏଡ଼ାଇ ଦେଇଛନ୍ତି । ୨୦ ଦିନ ତଳେ ସେ କମିସନରଙ୍କ ସହ କଥା ହୋଇଥିବା କହି ବାଆଁରେଇଛନ୍ତି ।

ସୂଚନାଥାଉକି, ୨୦୦୮ ମସିହାରେ ଅପରାଜିତା ଷଡ଼ଙ୍ଗୀ ବିଏମସି କମିସନର ଥିଲା ବେଳେ ଦାରୁଠେଙ୍ଗକୁ ଡମ୍ପିୟାର୍ଡ କରିବାକୁ ନିଷ୍ପତ୍ତି ହୋଇଥିଲା । ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ତାହାକୁ କାର୍ଯ୍ୟକାରୀ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ବିରୋଧ ଜାରି ରହିଥିଲେ ମଧ୍ୟ ବିଏମସି ପ୍ରଶାସନ ବିକଳ୍ପ ଖୋଜିବାରେ ଫେଲ୍ ହୋଇଛନ୍ତି । ଏବେ ବିଏମସି କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତିକୁ ସ୍ଥାନୀୟ ଅଞ୍ଚଳବାସୀ ଆଉ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ଇତିମଧ୍ୟରେ ଅଞ୍ଚଳବାସୀଙ୍କ ସହ ତିନି ଥର ଆଲୋଚନା ହୋଇସାରଥିଲେ ମଧ୍ୟ ସମାଧାନର ବାଟ ବାହାର କରିବାରେ ବିଏମସି ପ୍ରଶାସନ ସମର୍ଥ ହୋଇନାହାନ୍ତି ।

Previous Post

ମାଟିରେ ମିଶିଲା ନଏଡ଼ା ଟ୍ୱିନ୍ ଟାୱାର

Next Post

ଅଗ୍ନିଶମବାହିନୀରେ ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

Next Post
ଅଗ୍ନିଶମବାହିନୀରେ ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

ଅଗ୍ନିଶମବାହିନୀରେ ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA