ଭୁବନେଶ୍ୱର: ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱାଧୀନ ବିଜୁ ମହିଳା ଜନତା ଦଳର ପୁନର୍ଗଠନ ହୋଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ୧୫୫ ଜଣଙ୍କୁ ରାଜ୍ୟ କାର୍ଯ୍ୟକର୍ତ୍ତା ଭାବେ ନିଯୁକ୍ତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୮ ବରିଷ୍ଠ ଉପସଭାନେତ୍ରୀ, ୪୫ ଉପସଭାନେତ୍ରୀ, ୫୦ ସାଧାରଣ ସମ୍ପାଦିକା ଏବଂ ୪୨ ଜଣ ସମ୍ପାଦିକା । ଏଥିସହ ୨୮ ଟି ସାଙ୍ଗଠନିକ ଜିଲ୍ଲାରେ ସଭାନେତ୍ରୀ, ୭ ଜିଲ୍ଲାରେ କାର୍ଯ୍ୟକାରୀ ସଭାନେତ୍ରୀ, ୭ ଜୋନାଲ୍ ସଭାନେତ୍ରୀ ଏବଂ ୬ ଜୋନାଲ୍ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତି ମିଳିଛି ।
ନବନିଯୁକ୍ତ ବରିଷ୍ଠ ଉପସଭାନେତ୍ରୀମାନେ ହେଲେ- କନକପ୍ରଭା ଲେଙ୍କା, ଉମାଦେବୀ ଅଗ୍ରୱାଲ୍, କ୍ୟୁ. ସୁଲତାନା, ବାସନ୍ତୀ ମଲ୍ଲିକ, ଉଷାରାଣୀ ମହାନ୍ତି, ସରଳା ସ୍ୱାଇଁ, ସୁନୀତି ସିଂହ, ଶକୁନ୍ତଳା ମହାପାତ୍ର, ସନ୍ଧ୍ୟାରାଣୀ ବିଶ୍ୱାଳ, ସବିତା ମହାପାତ୍ର, ଉଷା ପ୍ରଧାନ, ସଂଯୁକ୍ତା ମହାନ୍ତି, ଜୟଶ୍ରୀ ଦାସ, ଗୋପା ମହାନନ୍ଦ, ଶାନ୍ତିଲତା ପ୍ରଧାନ, ଶକୁନ୍ତଳା ସାହୁ, ସୁଭଦ୍ରା ଦାସ ଏବଂ ସ୍ନେହାଞ୍ଜଳି ମହାନ୍ତି ।
ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼କୁ ନେଇ ଗଠିତ ଜୋନ୍ ଦାୟିତ୍ୱ ପୁଷ୍ପାଞ୍ଜଳି ରଣା ଏବଂ ରଞ୍ଜୁଲତା ରାୟଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେମାନଙ୍କୁ ଯଥାକ୍ରମେ ସଭାନେତ୍ରୀ ଏବଂ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି । କଟକ, କଟକ ନଗର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢ଼େଙ୍କାନାଳ ଓ ଅନୁଗୁଳକୁ ନେଇ ଗଠିତ ଜୋନ୍ ରେ ଜ୍ୟୋତ୍ସ୍ନାମୟୀ ପରିଡ଼ା ସଭାନେତ୍ରୀ ଏବଂ ସ୍ୱର୍ଣ୍ଣଲତା ସାମଲ କାର୍ଯ୍ୟକାରୀ ସଭାନେତ୍ରୀ ହୋଇଛନ୍ତି । ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ-୧ ଓ ମୟୁରଭଞ୍ଜ-୨ ଜୋନ୍ ରେ ପ୍ରୀତିନନ୍ଦା କାନୁନଗୋ ସଭାନେତ୍ରୀ ଏବଂ ଉର୍ମିଳା ଦାସ ଉପସଭାନେତ୍ରୀ ନିଯୁକ୍ତି ପାଇଛନ୍ତି । ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜୋନ୍ ସଭାନେତ୍ରୀ ଭାବେ ସିପ୍ରା ମହାନ୍ତି ଏବଂ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଲ୍ କୁମାରୀ ନାୟକଙ୍କୁ ନିଯୁକ୍ତି ମିଳିଛି । ବଲାଙ୍ଗୀର, ସୋନପୁର, ନୂଆପଡ଼ା ଓ କଳାହାଣ୍ଡି ଜୋନ୍ ରେ ଲଳିତା ନାୟକ ସଭାନେତ୍ରୀ ଏବଂ ଦମୟନ୍ତୀ ବାଗ୍ ଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ କରାଯାଇଛି । ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ ଓ ବୌଦ୍ଦ ଜୋନ୍ ଦାୟିତ୍ୱ ମମତା ବିଶୋୟୀଙ୍କ ଉପରେ ନ୍ୟସ୍ତ କରାଯାଇଛି । ତାଙ୍କୁ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି । ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ା ଜୋନ୍ ରେ ନବିନା ନାୟକ ସଭାନେତ୍ରୀ ଏବଂ ଲତା ରାୟ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ।