Wednesday, March 11, 2026 10:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏସ୍ଆଇ ପରୀକ୍ଷା ଜାଲିଆତି: ବିଜେପି ସମ୍ପୃକ୍ତିର ପ୍ରମାଣ ରଖିଲା ବିଜେଡି

ପଞ୍ଚସଫ୍ଟ ଟେକ୍ନୋଲୋଜିର ମୁଖ୍ୟ ହେଉଛନ୍ତି ଘଟଣାର ମୁଖ୍ୟ ଅଭିଯୁକ୍ତ

by Our Correspondent
03 Oct, 2025- 06:01 PM
in Latest News, News
1 min read
0
ଏସ୍ଆଇ ପରୀକ୍ଷା ଜାଲିଆତି: ବିଜେପି ସମ୍ପୃକ୍ତିର ପ୍ରମାଣ ରଖିଲା ବିଜେଡି

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ଆସିଛି ସାଂଘାତିକ ତଥ୍ୟ । ମାମଲାର ମୁଖ୍ୟ ଅଭିଯୁକ୍ତ ବିଜେପିର ଜଣେ ସଦସ୍ୟ ଏବଂ ମୁଖ୍ୟମନ୍ତ୍ରୀ, ବିଜେପି ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି ବହୁ ମନ୍ତ୍ରୀଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ଥିବା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ଓ ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା ଏହି ସମ୍ପର୍କର ଫଟୋ ମଧ୍ୟ ଜାରି କରିଛନ୍ତି ।

ଗତ ୧୫ ମାସରେ ୧୬ଟି ନିଯୁକ୍ତି ପରୀକ୍ଷା ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି, ଯାହା ଯୋଗୁଁ ନିଯୁକ୍ତି ଆଶାୟୀ ମାନେ ହତାଶ ହୋଇଛନ୍ତି । ପୋଲିସ ଏସ୍ଆଇ ପଦବୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୮ ଓ ୯ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । ଏହାକୁ ଅକ୍ଟୋବର ୭ ଓ ୮ ତାରିଖରେ କରିବା ପାଇଁ ସ୍ଥିର କରାଯାଇଥିଲା, ଯାହାକୁ ୩୦ ସେପ୍ଟେମ୍ୱର ଦିନ ଆଉଥରେ ବାତିଲ କରାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତିରେ ସମ୍ପୃକ୍ତ ଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲଙ୍କୁ ଶ୍ରୀକାକୁଲମ ପୋଲିସ୍ ଦ୍ୱାରା ଗିରଫ କରାଯିବା ପରେ ବ୍ରହ୍ମପୁର ପୁଲିସକୁ ହସ୍ତାନ୍ତର ହୋଇଛି । ନିଯୁକ୍ତି ପାଇଁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱରେ ଥିବା ସଂସ୍ଥା ଦ୍ୱାରା ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ମାଧ୍ୟମରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି ।

ଶ୍ରୀମତୀ ସାହୁ କହିଥିଲେ, ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚ ପଦବୀଧାରୀଙ୍କ ସହିତ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଗତକାଲି ଆମ ଦଳ ତରଫରୁ ଅଭିଯୋଗ କରାଯାଇଥିଲା । ଆଜି ଆମେ ତାହାର ପ୍ରମାଣ ଆପଣଙ୍କ ସାମ୍ନାରେ ରଖୁଛୁ । ଏହି ନିଯୁକ୍ତି ଦାୟିତ୍ୱ ଓପିଆରବି ଉପରେ ଥିଲାବେଳେ ଏହାର ଅଧ୍ୟକ୍ଷ ଭାବେ ସନ୍ତୋଷ ଉପାଧ୍ୟାୟଙ୍କୁ ନିଯୁକ୍ତି ଦିଆଯାଇଥିଲା । ୯୩୩ ଜଣ ଏସ୍ଆଇ ପଦବୀରେ ନିଯୁକ୍ତି ଦେବା ପାଇଁ ଆବଶ୍ୟକୀୟ ପରୀକ୍ଷାକୁ ପରିଚାଳନା କରିବା ପାଇଁ ଭାରତ ସରକାରଙ୍କ ସଂସ୍ଥା ଆଇଟିଆଇକୁ ପ୍ରଦାନ କରାଯାଇଥିଲା । ଏହି କାମ ପାଇଁ ଆଇଟିଆଇ ତାର ସହଯୋଗୀ ଭାବେ ଗୁଜୁରାଟର ରିଚ୍ ମାଇଣ୍ଡ ଡିଜିଟାଲକୁ ନେଇଥିଲା ।

ଏପ୍ରିଲ ୨୦୨୫ରେ ରାଜ୍ୟ ସରକାର ସନ୍ତୋଷ ଉପାଧ୍ୟାୟଙ୍କୁ ଅବ୍ୟାହତି ଦେଇ ତାଙ୍କ ଜାଗାରେ ସୁଶାନ୍ତ ନାଥଙ୍କୁ ଦେଇଥିଲେ । ଏହାପରେ ଆଇଟିଆଇ ଦ୍ୱାରା ରିଚ୍ ମାଇଣ୍ଡକୁ ହଟାଯାଇ ଓଡ଼ିଶାର ଏକ ସଂସ୍ଥା ସିଲିକନ ଡିଜିଟେକ୍କୁ ସହଯୋଗୀ ଭାବେ ନିଆଯାଇଥିଲା । ସିଲିକନ ଡିଜିଟେକ୍ ତାର ସହଯୋଗୀ ଭାବେ ବ୍ରହ୍ମପୁର ସ୍ଥିତ ପଞ୍ଚସଫ୍ଟ ଟେକ୍ନୋଲୋଜି ନାମକ ଏକ ଅନଭିଜ୍ଞ କମ୍ପାନୀକୁ ଦାୟିତ୍ୱ ଦେଇଥିଲା । ଏହି ପଞ୍ଚସଫ୍ଟ ସଂସ୍ଥା ଦ୍ୱାରା ମୁଖ୍ୟତଃ ମୋଟା ଅଙ୍କର ଉକ୍ରୋଚ ଗ୍ରହଣ କରି ଜାଲିଆତି କରି ଚାକିରି ଦେବା ପାଇଁ ଉଦ୍ୟମ କରାଯାଉଥିଲା ।

ପଞ୍ଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି ବିଜେପି ଦଳର ଜଣେ ସଦସ୍ୟ ଓ ତାଙ୍କର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅଧିକାଂଶ ବିଜେପି ନେତାଙ୍କ ସହିତ ଫଟୋ ରହିଛି ବୋଲି କହିବା ସହିତ ଫଟୋ ଗୁଡିକୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିଥିଲେ ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଘଟଣାରେ ବିଜେପିର ସମ୍ପୃକ୍ତି ନାହିଁ ବୋଲି ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ । ମନମୋହନଙ୍କ ଉପସ୍ଥିତିରେ ଏହି ଚାକିରି ବିକ୍ରି ଘଟଣାର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି ବିଜେପିରେ ଯୋଗ ଦେଇଥିଲେ । କେଉଁ ପରିସ୍ଥିତିରେ ଓ କାହା ନିଦେ୍ର୍ଦଶରେ ପଞ୍ଚସଫ୍ଟ ଭଳି ଏକ ଅନଭିଜ୍ଞ କମ୍ପାନୀକୁ କିପରି ଏଭଳି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ? ୯୩୩ ଜଣ ଏସ୍ଆଇ ପଦବୀ ପାଇଁ ହେବାକୁ ଥିବା ନିଯୁକ୍ତିରେ, ଚାକିରି ବିକ୍ରିରେ ବିଜେପିର ବରିଷ୍ଠ ନେତାମାନଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି । ତେଣୁ ଏହି ଘଟଣାର ତଦନ୍ତ ଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ।

ତୁମ୍ୱନାଥ ପଣ୍ଡା କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଗୋଟିଏ ପଟେ, ଗିରଫ ହୋଇଥିବା ୧୧୪ ଜଣ ପୋଲିସ ଏସ୍ଆଇ ପଦବୀ ଆଶାୟୀଙ୍କ ପରିବାରଙ୍କୁ ଆଜି ବ୍ରହ୍ମପୁର ଜେଲ ସାମ୍ନାରେ ଦେଖିବାକୁ ମିଳିଥିଲା । ଅପରପକ୍ଷରେ, ଚୌଦ୍ୱାର ଜେଲରୁ ଦୁଇ ଜଣ ଆନ୍ତଃରାଜ୍ୟ ଅପରାଧୀ କାଲି ମଧ୍ୟରାତ୍ରିରେ ଫେରାର ହୋଇଯିବା ଖବର ଆସିଛି, ଯାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି ।

ଗୋଟିଏ ପଟେ ରାଜ୍ୟ ସରକାର ପରୀକ୍ଷାଟିଏ ସୁରୁଖୁରୁରେ କରାଇ ପାରୁନାହାନ୍ତି, ଆରପଟରେ ଗିରଫ ଅଭିଯୁକ୍ତ ମାନଙ୍କୁ ଜେଲ ଭିତରେ ରଖିବାରେ ସକ୍ଷମ ହେଉନାହାନ୍ତି । ଗୁରୁତର ତ୍ରୁଟି ଘଟିଥିବା ଏହି ଦୁଇଟି ବିଭାଗର ଦାୟିତ୍ୱରେ ଜଣେ ଅଧିକାରୀ ଅଛନ୍ତି ଓ ଉଭୟ ବିଭାଗ ଗୃହ ମନ୍ତ୍ରାଳୟ ଅଧୀନରେ, ଅର୍ଥାତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏହି ଦୁର୍ନୀତି ଅଭିଯୋଗ ବିଷୟରେ ସ୍ପଷ୍ଟୀକରଣ ରଖିବା ଦରକାର । ଏଥିରେ ସମ୍ପୃକ୍ତ ବଡ଼ ମୁଣ୍ଡ ମାନଙ୍କୁ ସରକାର ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି । ତେଣୁ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ । ସିବିଆଇକୁ ହସ୍ତାନ୍ତର ନକଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।

Previous Post

୫୭ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟକୁ ମଞ୍ଜୁରୀ, ଓଡ଼ିଶାରେ ୬

Next Post

ଏଠି ହାଉଜାଉ ଶଙ୍କର ପୃଷ୍ଟି !

Next Post
ଏଠି ହାଉଜାଉ ଶଙ୍କର ପୃଷ୍ଟି !

ଏଠି ହାଉଜାଉ ଶଙ୍କର ପୃଷ୍ଟି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA