Saturday, July 11, 2026 01:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିରେ ଅଶୋକ, ଅନନ୍ତ ବିଭୀଷଣ?

ନାରଦ ଭୂମିକାରେ ବିଧାୟକ ସୁଶାନ୍ତ ରାଉତ!

by Our Correspondent
04 Jul, 2024- 03:21 PM
in Latest News, News, Politics
1 min read
0
ବିଜେଡିରେ ଅଶୋକ, ଅନନ୍ତ ବିଭୀଷଣ?

ଭୁବନେଶ୍ୱର: ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀକନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ବରିଷ୍ଠ କର୍ପୋରେଟର ଅମରେଶ(ବାଇଁଆ) ଜେନା ଗତକାଲି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଲକ୍ଷ୍ୟ କରି ବିଭୀଷଣ କହିଥିବା ବେଳେ ଆଜି ଅନ୍ୟତମ ବରିଷ୍ଠ କର୍ପୋରେଟର ବିରଞ୍ଚି (ଲିଟୁ) ମହାସୁପକାର ଏକାମ୍ରର ଏହି ପରାଜିତ ବିଧାୟକ ଅଶୋକ ପଣ୍ଡା ଏବଂ ମଧ୍ୟ ବିଧାୟକ ଅନନ୍ତ ନାରାୟଣ(ବୁନୁ)ଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ନାଁ ନ ନେଇ ସେ କହିଛନ୍ତି ଯେ ଜଣେ ହାରିଥିବା ଓ ଜିତିଥିବା ବିଧାୟକ ଏଠି ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି । କର୍ପୋରେଟରଙ୍କୁ ନେଇ ଗ୍ରୁପିଜିମ୍ ସୃଷ୍ଟି କରୁଛନ୍ତି । ନିଜର ପରାଜୟ ସମୀକ୍ଷା ନକରି ଏ ଦୁହେଁ ଗୋଷ୍ଠୀ ତିଆରି କରୁଛନ୍ତି ବୋଲି ଗଣମାଧ୍ୟମରେ ସେ ବୟାନ ଦେଇଛନ୍ତି ।

ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ଘରେ ଗତକାଲି ଏକ ବୈଠକ ବସିଥିଲା । ସେଥିରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ । ବାଇଁଆଙ୍କୁ ବି ସେଠାକୁ ଡକାଯାଇଥିଲା । ସେଠାରୁ ଫେରିଲା ବେଳେ ଭୁବନେଶ୍ୱର ଦଳୀୟ ସଂଗଠନ ବାବଦରେ ସାମ୍ବାଦିକମାନେ ବାଇଁଆଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ । ବାଇଁଆ କହିଥିଲେ, ଦଳରେ ବିଭୀଷଣ ଅଛନ୍ତି । କିଛି ନେତା ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ତାଙ୍କୁ ତାହା କରିବାକୁ ଦିଆଯିବ ନାହିଁ । ବାଇଁଆଙ୍କର ଏହି ମନ୍ତବ୍ୟ ଅଶୋକ ପଣ୍ଡାଙ୍କ ପ୍ରତି ଉଦ୍ଦିଷ୍ଟ ଥିବା ଜଣାପଡ଼ିଥିଲା ।

ଏହି ବୟାନ ଗଣମାଧ୍ୟମରେ ଆସିବା ମାତ୍ରେ ବିଜେଡିର ୨୨ ଜଣ କର୍ପୋରେଟର ରାଜମହଲଛକସ୍ଥିତ ଆର୍ଯ୍ୟ ପ୍ୟାଲେସ୍ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାଇଁଆଙ୍କୁ କଡ଼ା ଜବାବ ଦେଇଥିଲେ । ଅବଶ୍ୟ ଏହା ପ୍ରକୃତରେ ସାମ୍ବାଦିକ ସମ୍ମିଳନୀ ନ ଥିଲା, ବରଂ ଅଶୋକ ପଣ୍ଡାଙ୍କ ନିର୍ଦ୍ଦେଶରେ ଏହି କର୍ପୋରେଟରମାନେ ଲୁଚି ଲୁଚି ବୈଠକ କରୁଥିଲେ ବୋଲି ବାଇଁଆ ଅଭିଯୋଗ କରିଛନ୍ତି । ସାମ୍ବାଦିକମାେନେ ପହଞ୍ଚିଯିବାରୁ ସେମାନେ ଭୟଭୀତ ହୋଇପଡ଼ିଥିଲେ ଏବଂ ସାମ୍ବାଦିକ ସମ୍ମିଳନୀ ନାଁରେ କାମ ସାରିଦେଇଥିଲେ ବୋଲି ତାଙ୍କର ଅଭିଯୋଗ । ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଲାଗିଛି ଛକାପଂଝା ।

ଏହାପୂର୍ବରୁ ମଙ୍ଗଳବାର ଦିନ ଅଶୋକ ପଣ୍ଡାଙ୍କ ଘରେ ଏକ ବୈଠକ ବସିଥିଲା । ସେଥିରେ ବିଧାୟକ ବୁନୁ ଜେନାଙ୍କ ସମେତ ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀର କେତେକ କର୍ପୋରେଟର ଯୋଗଦେଇଥିଲେ । ଶ୍ରୀ ପଣ୍ଡା ଦଳରେ ନିଜର ଗୁରୁତ୍ୱ ବଢ଼ାଇବା ପାଇଁ ଦଳରେ ବିଶୃଙ୍ଖଳା କରିବାକୁ ଚାହୁଁଛନ୍ତି ବୋଲି ବାଇଁଆ-ଲିଟୁ ଗୋଷ୍ଠୀ ଅଭିଯୋଗ କରିଥିଲେ ।

ଭୁବନେଶ୍ୱରରେ ବିଜେଡିର ଗୋଷ୍ଠୀ କନ୍ଦଳ ଜଟିଳ ହେଉଥିଲା ବେଳେ ହାଇକମାଣ୍ଡ ଚୁପ୍ ରହିବା ସମସ୍ତଙ୍କୁ ବିସ୍ମିତ କରିଛି । ତେବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଦଳର ଲଜ୍ଜା ଘୋଡ଼ାଇବା ପାଇଁ ଉଦ୍ୟମ କରିଛନ୍ତି । ସବୁ କର୍ପୋରେଟର ଏକାଠି ଥିବା ସେ ଗଣମାଧ୍ୟମରେ ବିବୃତି ଦେଇଛନ୍ତି । ସେପଟେ ବିଏମସି କର୍ପୋରେଟର ଓ ଦଳୀୟ କର୍ମକର୍ତ୍ତାମାନେ ଦଳର ବିନା ଅନୁମତିରେ ଗଣମାଧ୍ୟମରେ ବାଇଟ୍ ନ ଦେବାକୁ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ନିର୍ଦ୍ଦେଶ ଜାରି କରିଛନ୍ତି ।

ରୋଚକ କଥା ହେଉଛି, ଭୁବନେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳରେ ଖୋଦ୍ ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ନାରଦ ଭୂମିକା ନେଇଥିବା ଦଳୀୟ ମହଲରେ ଆଲୋଚନା ହେଉଛି । ଗୋଟେ କାନ୍ଧରେ ସେ ଅଶୋକ-ଅନନ୍ତଙ୍କୁ ବସାଇଥିବା ବେଳେ ଆର କାନ୍ଧରେ ବାଇଁଆ-ଲିଟୁଙ୍କୁ ବସାଇବାକୁ ଚେଷ୍ଟା କରିଛନ୍ତି । ତେବେ ଏଥିରେ ତାଙ୍କର ମହତ୍ ଉଦ୍ଦେଶ୍ୟ ନାହିଁ । ଅର୍ଥାତ୍ ଉଭୟ ପକ୍ଷ ମଧ୍ୟରେ ମିଳାମିଶା ଏବଂ ଦଳକୁ ସଂଗଠିତ କରିବାରେ ତାଙ୍କର ଉଦ୍ୟମ କି ଆନ୍ତରିକତା ନାହିଁ । ଓଲଟି ଉଭୟ ପକ୍ଷକୁ ଟିହାଉଛନ୍ତି । ଖାଲି ସେତିକି ନୁହେଁ, ଦଳର କିଛି ବରିଷ୍ଠ ନେତାଙ୍କ ପକ୍ଷଚ୍ଛେଦନ ପାଇଁ ଚାଲିଥିବା ଷଡ଼ଯନ୍ତ୍ରରେ ସୁଶାନ୍ତ ପ୍ରମୁଖ ଭୂମିକାରେ ଥିବା କୁହାଯାଉଛି ।

(ଉଲ୍ଲେଖଥାଉକି, ଅଶୋକ ପଣ୍ଡା ଓ ବୁନୁ ଜେନାଙ୍କ ବିରୋଧରେ ବିଦ୍ରୋହକୁ ନେଇ ଆମେ ଗତ ନଭେମ୍ବର ମାସରେ ଏକ ଖବର କରିଥିଲୁ । ପାଠକଙ୍କୁ ଏହି ଖବର ମନେ ପକାଇବା ପାଇଁ ତଳେ ତାହାର ଲିଙ୍କ୍ ଦେଲୁ ।)

ଅଶୋକ ପଣ୍ଡା-ବୁନୁ ଜେନାଙ୍କ ବିରୋଧରେ ବିଦ୍ରୋହ !

 

Previous Post

ଓଡ଼ିଆରେ ହେବ ସରକାରୀ କାର୍ଯ୍ୟ

Next Post

ଗୁମର ଖୋଲିଲାନି ଗୁମର କଥା !

Next Post
ଗୁମର ଖୋଲିଲାନି ଗୁମର କଥା !

ଗୁମର ଖୋଲିଲାନି ଗୁମର କଥା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA