Saturday, February 14, 2026 08:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଟକୁରାରେ ବିଜେଡିର ଶକ୍ତି ପ୍ରଦର୍ଶନ

ବିଜୟ ମହାପାତ୍ରଙ୍କୁ ମୁହଁତୋଡ଼ ଜବାବ

by Our Correspondent
14 Feb, 2026- 08:22 PM
in Latest News, News, Politics
1 min read
0
ପାଟକୁରାରେ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ନିଜ ପାଇଁ ସମର୍ଥନ ଯୋଗାଡ଼ରେ ଥିବା ବେଳେ ଆଜି ପାଟକୁରା ମାଟିରେ ବିଜେଡି ଏବଂ ନବୀନ ପ୍ରେମୀମାନେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଡେରାବିଶ ବ୍ଲକ୍ ପଲ୍ଲେଇ ପଞ୍ଚାୟତ ପଡ଼ିଆରେ ପ୍ରାୟ ୫ ହଜାର ବିଜେଡି କର୍ମୀ ଏକତ୍ରିତ ହୋଇ ବିଜୟ ମହାପାତ୍ରଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । ପାଟକୁରାରେ ବିଜେଡିକୁ ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି ସେମାନେ ଚେତାବନୀ ଦେବା ସହ ନବୀନ ପଟ୍ଟନାୟକ ଯେଉଁଠି ଆମେ ସେଇଠି ବୋଲି ଶପଥ ନେଇଛନ୍ତି ।

ଡେରାବିଶ ବ୍ଲକ୍ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ମାର୍ଶାଘାଇ ବ୍ଲକ୍ ଉପାଧ୍ୟକ୍ଷ ଉର୍ମିଳା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଲିଜା ସ୍ୱାଇଁ, ଅରବିନ୍ଦ ମଲ୍ଲିକ, ସତ୍ୟାନନ୍ଦ ରାଉତ, ଧନେଶ୍ୱର ସେଠୀ ଏବଂ ପାଟକୁରା ବିଜେଡି ସଭାପତି ଶିବପ୍ରସାଦ ଭୋଳଙ୍କ ମିଳିତ ନେତୃତ୍ୱରେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସମସ୍ତେ ସମର୍ଥନ କରିବା ସହ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମୟୋଚିତ ପଦକ୍ଷେପକୁ ସ୍ୱାଗତ କରିଥିଲେ । ମଞ୍ଚରେ ଥିବା ଜଣଙ୍କ ପରେ ଜଣେ ନେତା ବିଜୟ ମହାପାତ୍ରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଯିଏ ବି ହୁଅନ୍ତୁ ନା କାହିଁକି ଦଳରେ ରହି ଦଳ ବିରୋଧରେ ଷଡ଼ଯନ୍ତ୍ରକୁ ପାଟକୁରାବାସୀ ବରଦାସ୍ତ କରିନାହାନ୍ତି କି କରିବେ ନାହିଁ ବୋଲି ଦୃଢ଼ୋକ୍ତି ଦେଖାଇଥିଲେ । ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନ ଯେଉଁଠି ଆମେ ସେଇଠି । ଆଗାମୀ ଦିନରେ ବିଜେଡିର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ଜୋରଦାର କାର୍ଯ୍ୟକ୍ରମ ହେବ ବୋଲି କହିଥିଲେ ।

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତମାସ ୧୫ ତାରିଖରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରିଥିଲେ ମୁଖିଆ ନବୀନ ପଟ୍ଟନାୟକ । ବାପା ବିଜୟ ମହାପାତ୍ରଙ୍କ ଇସାରାରେ ଅରବିନ୍ଦ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ନବୀନଙ୍କ ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜୟ ମହାପାତ୍ରଙ୍କ ସମର୍ଥକମାନେ ମେଳି ଆରମ୍ଭ କଲା ବେଳେ ନବୀନଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଡେରାବିଶ ବ୍ଲକ୍ ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ନବୀନ ନିବାସ ଯାଇ ଧନ୍ୟବାଦ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଅରବିନ୍ଦ ଓ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ଆଗପଛ ହୋଇ ଭୁବନେଶ୍ୱର ଏବଂ ଗରଦପୁରରେ ଶକ୍ତି ପ୍ରଦର୍ଶନ କରିଥିଲେ ।

ଅରବିନ୍ଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ସମର୍ଥକମାନେ ଶଙ୍ଖ ଭବନ ଘେରିଥିଲେ । ନବୀନ ପଟ୍ଟନାୟକଙ୍କୁ ମିଛୁଆ ଏବଂ ଚୋର କହି ଗାଳି କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା ଯେ ଖୋଦ୍ ନବୀନଙ୍କୁ ସୁରକ୍ଷା ଦେବାକୁ ତାଙ୍କର ବରିଷ୍ଠ ସହଯୋଗୀ ଜଣେ ବି ବାହାରି ନ ଥିଲେ । ଦେବୀ ମିଶ୍ର, ପ୍ରତାପ ଜେନାଙ୍କ ଭଳି ବରିଷ୍ଠ ନେତା ଅରବିନ୍ଦଙ୍କ ସମର୍ଥକଙ୍କୁ ଶଙ୍ଖଭବନ ଡାକି ଓଲଟି ଆଶ୍ୱାସନା ଦେଇଥିଲେ ।

ସେ ଯାହା ହେଉ, ଏବେ ଅରବିନ୍ଦ ମହାପାତ୍ର ନିଜକୁ ସ୍ୱାଧୀନ ବିଧାୟକ ଦାବି କରୁଛନ୍ତି । ସ୍ୱାଧୀନ ବିଧାୟକ ଭାବେ ରାଜ୍ୟସଭା ନିର୍ବାଚନରେ ତାଙ୍କ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଦୁଇ ଦିନ ତଳେ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପାଟକୁରାରେ ବିଜେଡିର କର୍ମୀ ସମ୍ମିଳନୀ ଏବଂ ନେତା ଓ କର୍ମୀମାନେ ବିଜୟଙ୍କୁ ମୁହଁତୋଡ଼ ଜବାବ ଦେଇ ନବୀନଙ୍କ ସହ ଦୃଢ଼ ଭାବେ ଛିଡ଼ା ହେବାର ଶପଥ ନେବା କେବଳ କେନ୍ଦ୍ରାପଡ଼ା ନୁହେଁ ଓଡ଼ିଶା ରାଜନୀତିକୁ ଆହୁରି ସରଗରମ କରିଦେଇଛି ।

Continue Reading
Previous Post

ଅଶୋକା ହୋଟେଲରେ ବାବୁଙ୍କ ଗମାତ !

Next Post

ଫସିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ

Next Post
ଫସିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ

ଫସିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA