Saturday, February 7, 2026 11:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଏବେ କୋମାରେ: ବିଜେଡି

by Our Correspondent
07 Feb, 2026- 11:39 PM
in Latest News, News
1 min read
0

ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଗୌରୀକ କରଣ କରିବାପାଇଁ ଉଦ୍ୟମ କରାଯାଉଛି, ଯେଉଁଥିପାଇଁ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ, ଦଳର ଯୁବ ସଭାପତି ଶ୍ରୀ ଚିନ୍ମୟ ସାହୁ, ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ, ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।

ଡ଼ ଅରୁଣ ସାହୁ କହିଥିଲେ, ୨୦୨୦ ମସିହାରେ କିଛି ଅସଙ୍ଗତିକୁ ଦୂର କରିବା ପାଇଁ, ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ବିଲ୍ ସରକାର ଆଣିଥିଲେ । ଏହାଛଡା ତକ୍ରାଳୀନ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ପ୍ରସ୍ତାବକ୍ରମେ ଓପିଏସସିକୁ ଉଚ୍ଚଶିକ୍ଷା ବିଭାଗରେ ଶିକ୍ଷକ ନିଯୁକ୍ତିର ଦାୟିତ୍ୱ ଦିଆଯାଇଥିଲା । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ, ୨୦୨୪ ମସିହାରେ ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ବିଲ୍ ଆଣିଥିଲେ । ଏହାପରେ, ୨୦୨୫ ମସିହା ବେଳକୁ ଆଉଥରେ ଆମେଣ୍ଡମେଣ୍ଟ ବିଲ୍ ଆଣିଲେ । ଏହି ସଂଶୋଧନ ବିଲ୍ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ମନୋନୟନ ନିୟମରେ ପରିବର୍ତ୍ତନ ଅଣାଯାଇଛି । ପୂର୍ବରୁ ଯୋଗ୍ୟତା ଭିତିରେ ମନୋନୟନ କରାଯାଉଥିବା ବେଳେ ନୂଆ ନିୟମ ଅନୁଯାୟୀ ପର୍ସନ ଅଫ ଏମିନେନ୍ସଙ୍କୁ ନିଯୁକ୍ତି ଦିଆଯାଇ ପାରିବ ବୋଲି କୁହାଯାଇଛି । ପରିବର୍ତ୍ତିତ ନିୟମ ଅନୁଯାୟୀ, ରାଜ୍ୟ ସରକାର ରାଜ୍ୟପାଳଙ୍କ ପାଖକୁ ତିନୋଟି ନାମର ପ୍ରସ୍ତାବ ରଖିବେ ଓ ସେହି ତିନି ଜଣଙ୍କ ମଧ୍ୟରୁ ରାଜ୍ୟପାଳ ଜଣଙ୍କୁ ସର୍ଚ୍ଚ କମିଟିର ଅଧ୍ୟକ୍ଷ ଭାବେ ମନୋନାୟନ କରିବେ । ତେଣୁ ଏପରି ବ୍ୟବସ୍ଥାରେ ସ୍ୱଛତା ରହିବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି । କେଉଁ ଆଧାରରେ ରାଜ୍ୟ ସରକାର ତିନି ଜଣଙ୍କୁ ବାଛିବେ, ସେନେଇ କୌଣସି ସ୍ପଷ୍ଟତା ନଥିବାରୁ, କେବଳ ଗୌରୀକ ବିଚାରରେ ଥିବା ବ୍ୟକ୍ତିଙ୍କୁ ହିଁ ମନୋନୀତ କରାଯିବ ବୋଲି ସ୍ପଷ୍ଟ ଜଣାପଡୁଛି । ଏପରି ବ୍ୟବସ୍ଥାରେ, ନିରପେକ୍ଷ ଭାବେ ନିଯୁକ୍ତି ଦେବା ସମ୍ଭବ ନୁହେଁ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ୧୮ ମାସ ପୂରିଗଲା କିନ୍ତୁ ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ହୋଇ ପାରିଲା ନାହିଁ । ପୂର୍ଣ୍ଣକାଳୀନ କୁଳପତି ନଥିବାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସଂକଟାପନ୍ନ ହୋଇ ପଡିଛି । କୁଳପତି ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ବିଜେପି ସରକାର ଆଗକୁ ଚାଲିବା ପରିବର୍ତ୍ତେ ପଛକୁ ଚାଲୁଛନ୍ତି । ତେଣୁ ତୁରନ୍ତ କୁଳପତି ପଦବୀରେ ନିଯୁକ୍ତି ଦିଆଯାଉ ବୋଲି ଡ଼ ସାହୁ କହିଥିଲେ ।

ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଏବେ କୋମାରେ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଜୁଲାଇ ୨୦୨୫ ସୁଦ୍ଧା, ଏହି ନିଯୁକ୍ତି କାର୍ଯ୍ୟ ଶେଷ ହୋଇଯିବା କଥା । କିନ୍ତୁ, ଆଜି ପର୍ଯ୍ୟନ୍ତ ଏହା ହୋଇ ପାରିଲା ନାହିଁ । କୁଳପତି ନିଯୁକ୍ତିରେ ଏହି ଅହେତୁକ ବିଳମ୍ୱ କଣ ପାଇଁ ହେଉଛି, ତାହା ରାଜ୍ୟ ସରକାରଙ୍କୁ ଜଣା । କିନ୍ତୁ, ରାଜ୍ୟ ସରକାରଙ୍କ ଅପାରଗତା ସ୍ୱଛତା ଅଭାବ କାରଣରୁ ଏହି ନିଯୁକ୍ତି ହୋଇ ପାରୁନାହିଁ । ଏହି ବିଶ୍ୱବିଦ୍ୟାଳୟ ପଢ଼ୁଥିବା ଛାତ୍ର ଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ, ରାଜ୍ୟ ସରକାରଙ୍କର ସେଥିପ୍ରତି ଖାତିରି ନାହିଁ । ୨୦୨୦ର ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଅନୁଯାୟୀ ସ୍ୱଛତାର ସହିତ ନିଯୁକ୍ତି ହୋଇ ପାରୁଥିବା ବେଳେ ନୂତନ ସଂଶୋଧନ ବ୍ୟବସ୍ଥାରେ ନିଯୁକ୍ତିରେ ସ୍ୱଛତା ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାଛଡା, ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୭୦୬ଟି, ଆସୋସିଏଟ ପ୍ରଫେସର ପାଇଁ ୪୫୮ଟି, ପ୍ରଫେସର ପାଇଁ ୨୬୧ଟି ଓ ନନ୍ ଟିଚିଙ୍ଗରେ ୨୩୨୫ ପଦବୀ ଖାଲି ପଡିଛି । ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ଏହି କୁଳପତି ପଦବୀ ଗୁଡିକ ପୂରଣ ନହେଲେ, ବିଜୁ ଯୁବ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ସାହୁ କହିଥିଲେ ।

ଦଳର ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ରାଜ୍ୟ ସରକାର ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନରେ ବ୍ୟସ୍ତ ଅଛନ୍ତି । ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ନିଯୁକ୍ତି ପ୍ରକ୍ରିୟାକୁ ପୂର୍ଣ୍ଣ କରିବାକୁ ସରକାରଙ୍କ ପାଖରେ ସମୟ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ କୁଳପତି ନାହାନ୍ତି । ଓଡ଼ିଆ ଅସ୍ମିତା ଦ୍ୱାହିଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୁଳପତିଟିଏ ନିଯୁକ୍ତି ଦେଇ ପାରୁ ନାହାନ୍ତି । କିନ୍ତୁ, ସରକାର ମିଛ ସଫଳତା କାହାଣୀ ବଖାଣିବା ପାଇଁ କୋଟି କୋଟି ଟଙ୍କା ପ୍ରଚାରରେ ଖର୍ଚ୍ଚ କରୁଛନ୍ତି । ତେଣୁ, ତୁରନ୍ତ ୧୩ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ଦିଅନ୍ତୁ, ନଚେତ ବିଜୁ ଯୁବ ଛାତ୍ର ଜନତା ଦଳ ଆନେ୍ଦାଳନକୁ ଓହ୍ଲାଇବ ।

Previous Post

ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ଲିଖିତ ‘ଏ ମାଟି କଥା କହେ ଏବଂ ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ ପୁସ୍ତକର ଶୁଭ ଉନ୍ମୋଚନ

Next Post

ନବୀନଙ୍କ ପ୍ରଶ୍ନ, ପୀତାମ୍ବରଙ୍କ ଜବାବ

Next Post

ନବୀନଙ୍କ ପ୍ରଶ୍ନ, ପୀତାମ୍ବରଙ୍କ ଜବାବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19157 shares
    Share 7663 Tweet 4789
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA